ବରିଷ୍ଠ ନେତା ଅମର ଶତପଥୀଙ୍କ ପରେ ପ୍ରଫୁଲ୍ଲ ଘଡେଇ ବି ମାରିଲେ ତେରଛା ବାଣ
by Argus News
Fri, Oct 18 | 9:16 p.m.

ଅର୍ଗସ ବ୍ୟୁରୋ : ପାଣ୍ଡିଆନ୍ ଙ୍କ ପୋଲ୍ ଖୋଲିଦେଲେ ବାବା ପ୍ରସନ୍ନ । କହିଲେ ନବୀନଙ୍କ ଚଉକି ଉପରେ ଥିଲା ପାଣ୍ଡିଆନ୍ ଙ୍କ ଆଖି । ନବୀନଙ୍କୁ ହଟାଇ ନିଜେ ମୁଖ୍ୟମନ୍ତ୍ରୀ ହେବାକୁ ଯୋଜନା କରିଥିଲେ ଭୈରବ ପାଣ୍ଡିଆନ୍ । କେବଳ ସେତିକି ନୁହେଁ ଓଡିଶାର ବରପୁତ୍ର ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ମିଳୁ ତାହା ପାଣ୍ଡିଆନ୍ ଚାହୁଁନଥିଲେ ବୋଲି କହିଛନ୍ତି ପୂର୍ବତନ ବିଜେଡି ନେତା ତଥା ଦଳର ପ୍ରତିଷ୍ଠାତା ସଦ୍ୟସ ପ୍ରସନ୍ନ ପାଟଶାଣୀ । ବାବା ପ୍ରସନ୍ନଙ୍କ ଏହି ମନ୍ତବ୍ୟ ରାଜ୍ୟ ରାଜନୀତିରେ ସୃଷ୍ଟି କରିଛି ବଡ ଝଡ । ନିର୍ବାଚନ ପ୍ରଚାର ବେଳେ ପାଣ୍ଡିଆନ୍ ସର୍ବ ସମ୍ମୁଖରେ ନବୀନଙ୍କ ହାତ ଟଣିବା ଓ ଗୋଇଠା ମାରିବା ଦୃଶ୍ୟ ସାରା ଓଡିଶା ବାସୀଙ୍କ ଭିତରେ ପ୍ରବଳ ପ୍ରତିକ୍ରିୟା ସୃଷ୍ଟି କରିଥିଲା । ଏପରିକି ନିର୍ବାଚନ ପରାଜୟ ପରେ ବି ଦଳୀୟ ମହଲରେ ଜୋରଦାର ବିରୋଧ ହେବାରୁ ରାଜନିତୀରୁ ସନ୍ୟାସ ନେବାର ମିଛ ଡ୍ରାମା କରିଥିଲେ ପାଣ୍ଡିଆନ୍ । ଆଉ ଏବେ ବିଜେଡିକୁ ବ୍ୟାକ୍ ଡୋରରୁ ପୁଣି ଥରେ ଚଳାଉଥିବା ଅଭିଯୋଗ ଭିତରେ ପାଣ୍ଡିଆନ୍ ଙ୍କ ଅସଲ ଉଦ୍ଦେଶ୍ୟର ଗୁମର ଖୋଲି ଦେଇଛନ୍ତି ବାବା  ପ୍ରସନ୍ନ । 

ଅଧିକ ପଢନ୍ତୁ : ବିଜେଡି ପରାଜୟକୁ ନେଇ ପ୍ରସନ୍ନ ପାଟ୍ଟଶାଣୀଙ୍କ ବଡ ବୟାନ

ସେପଟେ ଦଳର ପରାଜୟରେ ପାଣ୍ଡିଆନ୍ ଙ୍କ ଭୂମିକା ଓ ନବୀନଙ୍କ ନିରବତାକୁ ନେଇ ବିଜେଡିରେ ଉଦଗୀରଣ ଜାରୀ । ଦଳ ପରିତ୍ୟାଗ କରିଥିବା ବରିଷ୍ଠ ନେତା ଅମର ଶତପଥୀ ଓ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ପରେ ପ୍ରଫୁଲ୍ଲ ଘଡେଇ ବି ମାରିଛନ୍ତି ତେରଛା ବାଣ । ପ୍ରଫୁଲ କହିଛନ୍ତି ବିଜେଡିର ପରାଜୟ ପାଇଁ ପ୍ରାର୍ଥୀ, ପରିସ୍ଥିତି, ପରିଚାଳନା, ଫଣ୍ଡିଂ ଓ ଦାୟିତ୍ବ ଭଳି ଅନେକ ଗୁଡିଏ କାରଣ ରହିଛି । କେଉଁଠି ତ୍ରୁଟି ରହିଲା କଣ ହେଲା ତାହା ଦଳର ପରିଚାଳନା କରୁଥିବା ଲୋକ ହିଁ କହି ପାରିବେ । 
ନିଜ ନେତାଙ୍କ ବାଣରେ ବିଜେଡି ଘାଇଲା ହୋଇଥିବା ବେଳେ  ବିଜେପି ବିଧାୟକ ଜୟନାରାଣ ମିଶ୍ର  କହିଛନ୍ତି ଅନେକ ବିଜେଡି ନେତା ଆମ ଯୋଗାଯୋଗରେ ଅଛନ୍ତି । ଖୁବଶୀଘ୍ର ଛିନଛତର ହୋଇଯିବ ବିଜେଡି । ଯାହାର ଜବାବ ରଖିଛନ୍ତି ମୁଖପାତ୍ର ଲେଲିନ୍ ମହାନ୍ତି ।

ନିର୍ବାଚନ ବେଳେ ନବୀନଙ୍କ ହାତକୁ ଭିଡିବା, ଗୋଇଠା ମାରିବା ଭଳି ଘଟଣାକୁ ଓଡିଶା ବାସୀ ଭୁଲିନଥିବା ବେଳେ   ତାମିଲ ବାବୁଙ୍କ ଚୌକି ଲୋଭର ଗୁମର ଅଧିକ ଆଲୋଡନ ସୃଷ୍ଟି କରିଛି । କେହି କେହି ତ ଚର୍ଚ୍ଚା କରୁଛନ୍ତି ଓଡିଶାର ରାଜସ୍ବ ଲୁଟ୍ କରି ନବୀନଙ୍କୁ ହରାଇବା ପରେ ପ୍ରାୟ ହଜାରେ କୋଟିରୁ ଅଧିକ ଟଙ୍କାର ବିଜେଡି ନିର୍ବାଚନୀ ପାଣ୍ଠି ଉପରେ ରହିଛି ସେହି ନିର୍ଦ୍ଧିଷ୍ଟ କୋଟେରୀର ନଜର । ଯେଉଁଥିପାଇଁ ମୁଖପାତ୍ରଙ୍କ ଦ୍ବାରା ଦଳର ପ୍ରତିଷ୍ଠାତା ସଦସ୍ୟ, ପୁରୁଖା ନେତା ଓ ଦକ୍ଷ ସଙ୍ଗଠକଙ୍କୁ ବେଜିତ୍ କରି ଦଳରୁ ଦୂରେଇବାକୁ କରାଯାଇଛି ଯୋଜନା

BJD
ବିଜେଡି ହାରିବାର 3 କାରଣ କହିଲେ ଧର୍ମେନ୍ଦ୍ର
ଅର୍ଗସ ବ୍ୟୁରୋ: କାହିଁକି ହାରିଲା ବିଜେଡି । ଏହାର 3 କାରଣ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏକ ଆନ୍ତର୍ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାରରେ କେନ୍ଦ୍ରମନ୍ତ୍ର
ବିଜୟଲକ୍ଷ୍ମୀ
ଭୁବନେଶ୍ବର ସାଂଗଠନିକ ଜିଲ୍ଲା ସଭାନେତ୍ରୀ ପଦରୁ ଇସ୍ତଫା ଦେଲେ ବିଜୟଲକ୍ଷ୍ମୀ
ଅର୍ଗସ ବ୍ୟୁରୋ :ବିଜୁ ମହିଳା ଜନତା ଦଳର ଭୁବନେଶ୍ବର ସାଂଗଠନିକ ଜିଲ୍ଲା ସଭାନେତ୍ରୀ ପଦରୁ ଇସ୍ତଫା ଦେଲେ ବିଜୟଲକ୍ଷ୍ମୀ ମହାପାତ୍ର । କାରଣ ଦର୍ଶାଅ ନୋଟିସର ଉତ୍ତର ଦେବା ସହ ସେ ଏହ
ପାଣ୍ଡିଆନ୍
ବରିଷ୍ଠ ନେତା ଅମର ଶତପଥୀଙ୍କ ପରେ ପ୍ରଫୁଲ୍ଲ ଘଡେଇ ବି ମାରିଲେ ତେରଛା ବାଣ
ଅର୍ଗସ ବ୍ୟୁରୋ : ପାଣ୍ଡିଆନ୍ ଙ୍କ ପୋଲ୍ ଖୋଲିଦେଲେ ବାବା ପ୍ରସନ୍ନ । କହିଲେ ନବୀନଙ୍କ ଚଉକି ଉପରେ ଥିଲା ପାଣ୍ଡିଆନ୍ ଙ୍କ ଆଖି । ନବୀନଙ୍କୁ ହଟାଇ ନିଜେ ମୁଖ୍ୟମନ୍ତ୍ରୀ ହେବାକୁ ଯୋଜନା କରିଥିଲ