ମୈଦାନରେ ଶାହ, ୨୪ ପାଇଁ ବିଜେପିର ବଡ ମିଶନ
by Argus News
Thu, Apr 25 | 4:21 p.m.

ଅର୍ଗସ ବ୍ୟୁରୋ:  ଓଡିଶାରେ ପହଞ୍ଚିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ରାଜ୍ୟ ବିଜେପି ଶିବିରରେ ଭରପୂର ଉତ୍ସାହ ଦେଖିବାକୁ ମିଳିଛି । ଶାହ ସୋନପୁରରେ ଫୁଙ୍କିବେ ନିର୍ବାଚନୀ ବିଗୁଲ । ଝାରସୁଗୁଡ଼ା ଏୟାରପୋର୍ଟରେ ଲ୍ୟାଣ୍ଡ କରିବା ପରେ ହେଲକପ୍ଟର ସାହାଯ୍ୟରେ ସୋନପୁରରେ ଲ୍ୟାଣ୍ଡ କରିବେ ଶାହ । ପରେ ହେଲିପ୍ୟାଡ୍ ପଡ଼ିଆରୁ ରାମେଶ୍ବର ପଡ଼ିଆ ଅଭିମୁଖେ ବାହାରିବେ । ସଭାସ୍ଥଳରେ ପହଞ୍ଚିବା ସହ ସାଧାରଣ ସଭାରେ ଉଦବୋଧନ ରଖିବେ ବିଜେପିର ଚାଣକ୍ୟ  । ପରେ ସୋନପୁର ହେଲିପ୍ୟାଡକୁ ପ୍ରତ୍ୟାବର୍ତ୍ତନ କରି ଝାରସୁଗୁଡ଼ା ବିମାନ ବନ୍ଦର ଅଭିମୁଖେ ଯିବେ । ସଂଧ୍ୟାରେ ଝାରସୁଗୁଡ଼ା ବିମାନବନ୍ଦରରୁ ବାହାରି ଭୁବନେଶ୍ବରରେ ପହଞ୍ଚିବେ । ହୋଟେଲରେ ପହଞ୍ଚିବା ସହ ଦଳୀୟ କର୍ମୀଙ୍କ ସହ ମନ୍ଥନ କରିବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ନରେ ସୋନପୁର ରାମେଶ୍ବରମ୍ ଷ୍ଟାଡିୟମରେ ନିର୍ବାଚନ ସଭା ହେବାର କାର୍ଯ୍ୟକ୍ରମ ରହିଛି । ପୂର୍ବରୁ ଶାହ ନବୀନଙ୍କ ସହ ଆମ୍ନା ସାମ୍ନା ଲଢେଇର ଆହ୍ବାନ ଦେଇଥିଲେ ।

ପଶ୍ଚିମ ଓଡିଶା ଯେଉଁ ସଂସଦୀୟ କ୍ଷେତ୍ର ବଲାଙ୍ଗୀରର ଗୋଟିଏ ଆସନରୁ  ଲଢିବା ପାଇଁ ବାଛିଛନ୍ତି ବିଜେଡି ସୁପ୍ରିମୋ, ସେହି ସଂସଦୀୟ କ୍ଷେତ୍ରରୁ ବଡ଼ ରଣ ହୁଙ୍କାର ଦେବେ ଶାହା। ଏହାକୁ ନେଇ ବିଜେପି କ୍ୟାମ୍ପରେ ପ୍ରବଳ ଉତ୍ସାହ। ସୋନପୁରରେ ବିଶାଳ ଜନସଭାକୁ ସମ୍ବୋଧନ କରିବା ପରେ ଭୁବନେଶ୍ଵର  ଆସି ଦଳର ରାଜ୍ୟ ନେତୃତ୍ବଙ୍କ ସହ ଶାହ କରିବେ ଗୁରୁତ୍ବପୂର୍ଣ୍ଣ ଆଲୋଚନା । 24 ଲଢେଇ ପାଇଁ ପ୍ରସ୍ତୁତ ହେବ ରଣନୀତି ଓ ବ୍ଲୁ ପ୍ରିଣ୍ଟ ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

 

METEOROLOGICAL
8m ago
ପ୍ରାକ୍ ମୌସୁମୀ ଋତୁରେ ବାତ୍ୟା ଆକଳନ କଲା ପାଣିପାଗ ବିଭାଗ
ଅର୍ଗସ ବ୍ୟୁରୋ : ଅସହ୍ୟ ତାତିରୁ ମିଳିବ ଆଶ୍ୱସ୍ତି । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ପ୍ରଭାବରେ ହୋଇପାରେ ବର୍ଷା । ପ୍ରାକ୍ ମୌସୁମୀ ଋତୁରେ ବାତ୍ୟା ଆକଳନ କଲା ପାଣିପା
ELECTION
13m ago
କଟକ ବାରବାଟୀରେ ଏଥରେ ମହା ଲଢେଇ
ଅର୍ଗସ ବ୍ୟୁରୋ : ବର୍ତ୍ତମାନ କଟକ ବାରବାଟୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରୁଛନ୍ତି ବିଜେପି, ବିଜେଡି ଓ କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ । କଟକ ସହରରେ ଆରମ୍ଭ ହୋଇଥିବା ଯାଇକ
BJP
20m ago
ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି
ଅର୍ଗସ ବ୍ୟୁରୋ : ନିର୍ବାଚନୀ ହିଂସା ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି । ଓଡ଼ିଶା ପୋଲିସ ବିଜେଡିର ହାତ ବାରିଶି ସାଜିଛି । ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପର