ଶାହଙ୍କ ଦମ୍ଭୋକ୍ତି: ୨୬ ସୁଦ୍ଧା ସଫା ହେବେ ନକ୍ସଲ !
by Argus News
Fri, Sep 20 | 8:01 p.m.

ଅର୍ଗସ ବ୍ୟୁରୋ: କେନ୍ଦ୍ର ଗୃହମନ୍ତ୍ରୀଙ୍କ ବଡ଼ ବୟାନ । କହିଲେ, ୨୦୨୬ ସୁଦ୍ଧା ଦେଶରୁ ସଫା ହେବେ ନକ୍ସଲ । କୌଣସି ରାଜ୍ୟରେ ତାଙ୍କର ଉତ୍ପାତ ବି ଦେଖିବାକୁ ମିଳିବନି । ଏହାସହ ମାଓବାଦୀମାନଙ୍କୁ ହିଂସା ତ୍ୟାଗ କରିବା, ଅସ୍ତ୍ରଶସ୍ତ୍ର ରଖିଦେବା ଏବଂ ଆତ୍ମସମର୍ପଣ କରିବାକୁ କହିଛନ୍ତି ଶାହ । 

କେମିତି ଆତଙ୍କବାଦ ମୂଳପୋଛ ହେବ ସେନେଇ ଅନେକ ଯୋଜନା କର଼ୁଛନ୍ତି କେନ୍ଦ୍ର । ଖାସ କରି ନକ୍ସଲଙ୍କୁ ଦମନ କରିବାକୁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ପୂର୍ବରୁ ସ୍ପଷ୍ଟ କରିଥିଲେ ଶାହ । ହେଲେ ଏବେ ଯେଉଁପରି ଭାବରେ ମାତ୍ର ୨ ବର୍ଷରେ ନକ୍ସଲଙ୍କୁ ମୂଳପୋଛ କରିବାକୁ ପ୍ରତିଜ୍ଞା କରାଯାଇଥିବା କହିଲେ ତାହାକୁ ନେଇ ଚର୍ଚ୍ଚା ବଢିଛି । ସୂଚନା ଅନୁସାରେ, ନକ୍ସଲ ହିଂସାର ଶିକାର ହୋଇଥିବା ୫୫ ଜଣ ପୀଡିତଙ୍କୁ ସମ୍ବୋଧନ କରି ଶାହା କହିଛନ୍ତି , ଆମେ ଦେଶରୁ ନକ୍ସଲବାଦକୁ ଉଚ୍ଛେଦ କରିବୁ ଏବଂ ଶାନ୍ତି ପ୍ରତିଷ୍ଠା କରିବୁ । ବସ୍ତରର ୪ଟି ଜିଲ୍ଲାକୁ ଛାଡ଼ିଦେଲେ ନରେନ୍ଦ୍ର ମୋଦୀ ସରକାର ସମଗ୍ର ଦେଶରେ ନକ୍ସଲବାଦକୁ ସମାପ୍ତ କରିବାରେ ସଫଳ ହେଉଛନ୍ତି । ୩୧.୦୩.୨୦୧୬ ସୁଦ୍ଧା ଦେଶରୁ ନକ୍ସଲବାଦ ଶେଷ ହେବ । 

ଏବେ ଛତିଶଗଡ଼ରେ ମାତିଛନ୍ତି ଲାଲବାହିନୀ । ଖାସ କରି ୪ ଜିଲ୍ଲାରେ ଅଧିକ ଉତ୍ପାତ ହେଉଛନ୍ତି । ତେଣୁ କେନ୍ଦ୍ରର ଫୋକସରେ ସେହି ୪ ଜିଲ୍ଲା । କେମିତି କମ୍ବିଂ ଅପରେସନ୍‌ ହେବ ? କେମିତି ସର୍ଚ୍ଚ ଅପରେସନ୍‌ ହେବ ସେନେଇ ଯୱାନ ବି ରଣକୌଶଳ ବାହାର କରିଛନ୍ତି । ତେଣୁ ଅଚାନକ ଗୁଳିବର୍ଷାରେ ଧ୍ଵଂସବିଧ୍ଵସ୍ତ ହେଉଛି ମାଓ କ୍ୟାମ୍ପ ।   

ପୂର୍ବ ସରକାର ଅମଳରେ ଲାଲବାହିନୀ ଏକ କରିଡର ତିଆରି କରୁଥିଲେ । ଯାହା ନେପାଳରୁ ତିରୁପତି ଯାଏଁ ଲମ୍ବିବାକୁ ଥିଲା । କିନ୍ତୁ ବିଜେପି ସରକାର ଆସିବା ପରେ ଗୁଇନ୍ଦା ସୂଚନା ଆଧାରରେ ମାଓ ପ୍ଲାନକୁ ପଣ୍ଡ କରିଥିଲା । ଏହାସହ କେନ୍ଦ୍ର ଗୃହମନ୍ତ୍ରଣାଳୟ ଖୁବଶୀଘ୍ର ଛତିଶଗଡର ନକ୍ସଲ ହିଂସା ପ୍ରଭାବିତ ଲୋକଙ୍କ ପାଇଁ ଏକ କଲ୍ୟାଣକାରୀ ଯୋଜନା ପ୍ରସ୍ତୁତ କରିବ ବୋଲି ରାଜ୍ୟ ସରକାରଙ୍କ ସହ ସମନ୍ୱୟ ରକ୍ଷା କରିଛନ୍ତି ବୋଲି ଶାହା କହିଛନ୍ତି । ମୋଟ୍‌ ଉପରେ ମାଓବାଦୀକୁ ମୂଳପୋଛ କରିବାକୁ କେନ୍ଦ୍ରର ଯୋଜନାକୁ ନେଇ ଏବେ ସବୁଠି ଚର୍ଚ୍ଚା ।
 

ପଞ୍ଚାୟତ ସମିତି
17m ago
ରୋଷଣୀ କରି ଆସିଲେ ତିର୍ତ୍ତୋଲ ବିଜେଡ଼ି ବିଧାୟକ ରମାକାନ୍ତ ଭୋଇ
ଜଗତସିଂହପୁର: ପଞ୍ଚାୟତ ସମିତି ବୈଠକକୁ ରୋଷଣୀ କରି ଆସିଲେ ତିର୍ତ୍ତୋଲ ବିଜେଡ଼ି ବିଧାୟକ ରମାକାନ୍ତ ଭୋଇ । ତିର୍ତ୍ତୋଲ ବ୍ଲକ ସମ୍ମିଳନୀ କକ୍ଷରେ ଚତୁର୍ଥ ପଞ୍ଚାୟତ ସମିତି ସାଧାର
TUMBBAD
39m ago
Tumbbad: 2018ରେ ଯେତିକି କମେଇ ଥିଲା ତା ଠୁ ଅଧିକ ରି-ରିଲିଜ୍ ରେ କମେଇ ସାରିଲାଣି
ଅର୍ଗସ ବ୍ୟୁରୋ: Tumbbad । ଏହି ଫିଲ୍ମର ନାଁ ଶୁଣିବା ମାତ୍ରେ ସମସ୍ତଙ୍କ ମୁହଁରେ ଗୋଟିଏ କଥା । ମୁଭି ଟା ମାଷ୍ଟରପିସ୍ । ପୁରା ପୈସା ଅସୁଲ୍ । ଯିଏ ଥରେ ଦେଖିଛି ସିଏ ବାରମ୍ବାର ଦେଖିବାକ
ACCIDENT
43m ago
ସେନା ଗାଡ଼ି ଓଲଟି 3 BSF ଯବାନ ସହିଦ, 32 ଯବାନ ଆହତ
ଅର୍ଗସ ବ୍ୟୁରୋ: ଜମ୍ମୁ କାଶ୍ମୀରରେ ବଡ଼ ଦୁର୍ଘଟଣା । ବଡ଼ଗାମରେ ସେନା ଗାଡ଼ି ଓଲଟି ପଡ଼ିବାରୁ 3 ଜଣ BSF ଯବାନ ସହିଦ ହେବା ସହ 32 ଯବାନ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ତୁରନ୍ତ 6