ରାଉରକେଲାରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ହୁଙ୍କାର
by Argus News
Fri, May 17 | 7:09 p.m.

ଅର୍ଗସ ବ୍ୟୁରୋ: 75ରୁ ଅଧିକ ବିଧାନସଭା ଓ 15ରୁ ଅଧିକ ଲୋକସଭା ଆସନରେ ବାଜି ମାରିବ ବିଜେପି । ଉଡାଣ ଭରିବ ନୂଆ ଓଡିଶା । ରାଜ୍ୟରେ ବିକାଶର ନୂଆ ପରିଭାଷା ଲେଖିବ ବିଜେପି । ରାଉରକେଲା ବିଜୟ ସଂକଳ୍ପ ସମାବେଶରେ ଶାହଙ୍କ ଦୃଢୋକ୍ତି । 25 ବର୍ଷରେ 50 ବର୍ଷ ପଛକୁ ଓଡ଼ିଶାକୁ ଠେଲି ଦେଇଥିବା ବିଜେଡି ସରକାରର ଅନ୍ତ କରି ରାଜ୍ୟରେ ପଦ୍ମ ଫୁଟାଇବାକୁ ରାଉରକେଲାରୁ ହୁଙ୍କାର ଭରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । କେନ୍ଦ୍ରୀୟ ଯୋଜନାକୁ ଚକ୍ରାନ୍ତ କରି  ବିଜେଡି ସରକାର ହଡ଼ପ କରୁଥିବା ଅଭିଯୋଗ ସହ 24 ନିର୍ବାଚନରେ ବିଜେପିକୁ ଭୋଟ ଦେଇ ରାଜ୍ୟରେ ଡବଲ ଇଞ୍ଜିନ ସରକାର ବନାଇବାକୁ ରାଜ୍ୟବାସୀଙ୍କୁ ଆହ୍ବାନ ଶୁଣାଇଛନ୍ତି ଶାହ । ରାଜ୍ୟରେ 3 ଲକ୍ଷ ମହିଳା ବନିବେ ଲକ୍ଷପତି ଦିଦି, ଲାଗୁ ହେବ ଆୟୁଷ୍ମାନ ଯୋଜନା, ରାଜ୍ୟରେ ତ୍ବରାନ୍ବିତ ହେବ ବିକାଶର ଗତି ।

ରାଜ୍ୟରେ ସରକାର ଗଠନ ଲକ୍ଷ୍ୟରେ ଦିନ ରାତି ଏକ କରିଛି ବିଜେପି । ଓଡ଼ିଶା ନିର୍ବାଚନ ପ୍ରଚାର ମୈଦାନରେ ଜାରି ରହିଛି ଜଣେ ପରେ ଜଣେ କେନ୍ଦ୍ରୀୟ ନେତାଙ୍କ ମାରାଥନ ପ୍ରଚାର । ପଦମପୁର ଓ ସୁନ୍ଦରଗଡ଼ରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ବିଶାଳ ଜନସଭାରେ ଓଡ଼ିଶାରେ ସତ୍ତା ପରିବର୍ତ୍ତନର ଗ୍ୟାରେଣ୍ଟି ଦେଇ ଦଳୀୟ ନେତା ଓ କର୍ମୀଙ୍କ ଜୋଶ ବଢ଼ାଇଛନ୍ତି । ବିଜେପି ସାଂସଦ ହେମାମାଳିନୀ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ରାଜ୍ୟର ବିଭିନ୍ନ ସ୍ଥାନରେ ରୋଡ ଶୋ ଓ ସାଧାରଣ ସଭା କରି ଓଡ଼ିଶାବାସୀଙ୍କ ବିଶ୍ବାସ ବଢ଼ାଇବାରେ ସମର୍ଥ ହୋଇଛନ୍ତି । ଭୁବନେଶ୍ବର, କଟକ ଓ ପିପିଲିରେ ପ୍ରଚାର କରି  ଅବକୀ ବାର୍ ବାର 400 ପାର୍ ନାରା ଦେଇଛନ୍ତି ଡ୍ରିମଗାର୍ଲ ହେମାମାଳିନୀ ।  

ଦେଶରେ ଲୋକସଭା ନିର୍ବାଚନର 4ଟି ଓ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନରେ ବିଜେପିକୁ 217ରୁ ଅଧିକ ଆସନ ମିଳିବା ସହ ମ୍ୟାଜିକ ନମ୍ବର 4 ଶହ ଛୁଇଁବାକୁ ବିଜେପି ହେଉଥିବା ଦମ୍ଭୋକ୍ତି ଭରିଛନ୍ତି ଶାହ । ଓଡ଼ିଶା ସଂସ୍କୃତି-ଭାଷା-ସୀମା-ପରଂପରା ଓ ଅସ୍ମିତାର ସୁରକ୍ଷା ସଂକଳ୍ପ ସହ ଅପାରଗ ସରକାରକୁ ହଟାଇବାକୁ ବିଜେପି ହେଭିୱେଟ ଲୋଡ଼ିଛନ୍ତି ଜନତା ଜନାର୍ଦ୍ଦନଙ୍କ ଆଶୀର୍ବାଦ ।

ଆହୁରି ପଢନ୍ତୁ ରାଜନୀତି ଖବର...

CM
8m ago
୯ ଜିଲ୍ଲାର ଦାୟିତ୍ୱରେ ଥିବା ମନ୍ତ୍ରୀ ଏବଂ ବିଭିନ୍ନ ଜିଲ୍ଲାର ସଚିବ ମାନଙ୍କ ସହ ବାତ୍ୟା ସ୍ଥିତି ସମୀକ୍ଷା
ଅର୍ଗସ ବ୍ୟୁରୋ: ମଧ୍ୟାହ୍ନ ରେ ବାତ୍ୟା ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୯ ଜିଲ୍ଲାର ଦାୟିତ୍ୱରେ ଥିବା ମନ୍ତ୍ରୀ ଏବଂ ବିଭିନ୍ନ ଜିଲ୍ଲାର ସଚିବ ମାନଙ୍କ ସହ ବାତ୍ୟ
CYCLONE
16m ago
ଜାଣନ୍ତୁ ବାତ୍ୟା 'ଦାନା' ସମ୍ପର୍କୀତ ସମସ୍ତ ଅପଡେଟ୍‌...
ଅର୍ଗସ ବ୍ୟୁରୋ: ପାଖଉଛି ବାତ୍ୟା ବଢ଼ାଉଛି ଭୟ। ସମୁଦ୍ରରେ ବଳ ଗୋଟାଇ ଉପକୂଳ ମୁହାଁ ଭୀଷଣ ବାତ୍ୟା 'ଦାନା' । ଜାଣନ୍ତୁ ବାତ୍ୟା 'ଦାନା' ସମ୍ପର୍କୀତ ସମସ୍
CYCLONE
17m ago
ଘଣ୍ଟାପ୍ରତି ୧୨ କିମି ବେଗରେ ଗତି କରୁଛି 'ଦାନା'
ଅର୍ଗସ ବ୍ୟୁରୋ: ବଳ ଗୋଟାଉଛି ‘ଦାନା’ । ଭୀଷଣ ବାତ୍ୟା ରୂପ ନେଇ ଉପକୂଳ ମୁହାଁ ‘ଦାନା’ । ବର୍ଷା ସାଙ୍ଗକୁ ବଢ଼ୁଛି ପବନର ବେଗ । ଆତଙ୍କିତ ଅବସ୍ଥାର