ଥମୁନି ଜନନୀ ଯନ୍ତ୍ରଣା, ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ
by Argus News
Sun, Oct 20 | 12:41 p.m.

ଅର୍ଗସ ବ୍ୟୁରୋ:  ଥମୁନି ଜନନୀ ଯନ୍ତ୍ରଣା । ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ । ଶେଷରେ ଭାରରେ ବୁହା ହେଲା ଗର୍ଭବତୀ । କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ନନ୍ଦିଗାଁ ପଞ୍ଚାୟତ ମଭୁବିଶାଳୀ ଗାଁରୁ ଆସିଛି ଏପରି ଚିତ୍ର ।  ଗାଁରେ ଜଣେ ଗର୍ଭବତୀ ମହିଳାଙ୍କ ଗର୍ଭ ଯନ୍ତ୍ରଣା ହୋଇଥିଲା । ଏହାପରେ ଆଶାକର୍ମୀ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ହେଲେ ଗାଁକୁ ପକ୍କା ରାସ୍ତା ନଥିବାରୁ ଗାଁଠୁ ୨କିମି ଦୂରରେ ମାଳବିଶାଳି ଛକ ନିକଟରେ ଆମ୍ବୁଲାନ୍ସ ଗାଡିଟି ଅଟକି ଯାଇଥିଲେ । ଶେଷରେ ପରିବାର ଏବଂ ସ୍ଥାନୀୟ ଲୋକ ଏକ ଭାରରେ ଗର୍ଭବତୀଙ୍କୁ ବୁହାଇଥିଲେ । ଆଉ ୨ କିମି ଭାରରେ ବୁହା ହେବା ପରେ ଆମ୍ବୁଲାନ୍ସ ଯୋଗେ ପୋତାଗଡ଼ ମେଡିକାଲରେ ଭର୍ତ୍ତି କରିଥିଲେ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ଶତକ ମାରି ଚମକାଇଲେ
ଶତକ ମାରି ଚମକାଇଲେ ଅଲରାଉଣ୍ଡର: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ପାଇଁ ଟିମରେ ସାମିଲ କଲା ବିସିସିଆଇ
ଅର୍ଗସ ବ୍ୟୁରୋ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ବେଙ୍ଗାଲୁରୁ ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚରେ ଭାରତକୁ ୮ ଉଇକେଟରେ ପରାଜୟର ସାମ୍ନ
ଜମ୍ମୁ ଓ କଶ୍ମୀରରେ
ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ, ୨ ପ୍ରବାସୀ ଶ୍ରମିକ ମୃତ
ଅର୍ଗସ ବ୍ୟୁରୋ: ଜମ୍ମୁ-କଶ୍ମୀରର ଗନ୍ଦରବଲ ଜିଲ୍ଲା ଗଗନଗିରିର ସୋନମର୍ଗ ଅଞ୍ଚଳରେ ଜେଡ୍-ମୋଡ୍ ଟନେଲ ନିକଟରେ ଏକ ଗୁଳିବିନିମୟ ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ସନ୍ଦିଗ୍
ରାଜସ୍ୱ ବିଭାଗ
ରାଜସ୍ୱ ବିଭାଗ ଅଧିକାରୀ ଅବହେଳା କଲେ ହେବ କଡ଼ା ଆକ୍ସନ
ଅର୍ଗସ ବ୍ୟୁରୋ: ଆଉ ଚଳିବନି ଅଫିସରଙ୍କ ମନମାନି। ନିର୍ଦ୍ଦିଷ୍ଟ ସମୟ ଭିତରେ ଲୋକଙ୍କୁ ସେବା ଯୋଗାଇବାକୁ ବାଧ୍ୟ ସରକାରୀ ଅଧିକାରୀ। ଏ ଦିଗରେ ବଡ଼ ପଦକ୍ଷେପ ନେଇଛି ରାଜସ୍ବ ବିଭାଗ। ବିଭା