ଭିତର ରତ୍ନଭଣ୍ଡାର ନେଇ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ
by Argus News
Tue, Jul 16 | 11:21 a.m.

ପୁରୀ:  ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ନେଇ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ । ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ବୈଠକ ଚାଲିଛି । ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ଡଃ ଅରବିନ୍ଦ ପାଢ଼ୀ, ଜିଲ୍ଲାପାଳ, ପୁରୀ ଏସପିଙ୍କ ସହ ରତ୍ନଭଣ୍ଡାର ସ୍ବତନ୍ତ୍ର ତଦରଖ କମିଟି ସଦସ୍ୟ ଉପସ୍ଥିତ ଅଛନ୍ତି ।

ଜୁଲାଇ 14 ତାରିଖ ଦିନ ଶୁଭମୁହୁର୍ତ୍ତରେ ପ୍ରଥମେ ବାହାର ଭଣ୍ଡାର ଖୋଲାଯାଇଥିଲା । ସମସ୍ତ ଅଳଙ୍କାରକୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମ୍ କୁ ନିଆଯାଇଥିବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଥିଲେ । ପରେ ଖୋଲାଯାଇଥିଲା ଭିତର ରତ୍ନ ଭଣ୍ଡାର । ନକଲି ଚାବିରେ ନ ଖୋଲିବା କାରଣରୁ ଏସଓପି ଅନୁସାରେ 3ଟି ତାଲାକୁ ଭଙ୍ଗାଯାଇଥିଲା । ଭିତର ରତ୍ନ ଭଣ୍ଡାର ଦ୍ବାର ଖୋଲିବା ପରେ ସମସ୍ତେ ପ୍ରବେଶ କରିଥିଲେ । ଭିତର ରତ୍ନ ଭଣ୍ଡାରକୁ ଯିବା ପରେ କମିଟି ଦେଖିଥିଲା ସେଠାରେ ସିନ୍ଧୁକ ଓ ଆଲମିରାରେ ଅଳଙ୍କାର ରହିଛି ।

ତେବେ ସିନ୍ଧୁକ ଓ ଆଲମିରାକୁ ଖୋଲାଯାଇନଥିଲା । ଆଉ ଗୋଟିଏ ଦିନ ଭିତର ରତ୍ନ ଭଣ୍ଡାରରେ ଥିବା ସ୍ବର୍ଣ୍ଣ ଅଳଙ୍କାରକୁ ଖୋଲାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା । କେବଳ ଭିତର ରତ୍ନ ଭଣ୍ଡାରର ସ୍ଥିତି ଯାଞ୍ଚ କରାଯାଇଛି । 

ତେବେ ଆଜି ଭିତର ରତ୍ନ ଭଣ୍ଡାର ନେଇ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ବୈଠକ ଚାଲିଛି । 

46 ବର୍ଷ ପ୍ରତୀକ୍ଷାର ଅନ୍ତ: ଖୋଲିଲା ଭିତର ରତ୍ନ ଭଣ୍ଡାର ଦ୍ବାର
 

ହରିୟାଣା ନିର୍ବାଚନ
17m ago
ହରିୟାଣା ନିର୍ବାଚନ ; ସଂଧ୍ୟା ୬ଟା ସୁଦ୍ଧା ହୋଇଛି ୬୫ ପ୍ରତିଶତ ମତଦାନ
ଅର୍ଗସ ବ୍ୟୁରୋ : ଶେଷ ହୋଇଛି ହରିୟାଣା ନିର୍ବାଚନ । ନିର୍ବାଚନ କମିଶନ ତଥ୍ୟ ଅନୁସାରେ ସଂଧ୍ୟା 6ଟା ସୁଦ୍ଧା ହୋଇଛି 65 ପ୍ରତିଶତ ମତଦାନ । ଗତ 1 ତାରିଖରେ ଜମ୍ମୁ କାଶ୍ମୀର ନିର୍ବାଚନ ଶେଷ ହେବ
ଏନ୍‌କାଉଣ୍ଟର
27m ago
ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଟଳିଲେ ୩୬ ହାର୍ଡକୋର ମାଓବାଦୀ
ଅର୍ଗସ ବ୍ୟୁରୋ : ଯେଉଁଠି ଦିନେ ଦବଦବା ଜାହିର କରୁଥିଲେ ଲାଲ୍‌ ବାହିନୀ, ଏବେ ସେଠି ଥରହର ସ୍ଥିତି । ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଘନ ଘନ କମ୍ବିଂ । ଏନକାଉଣ୍ଟର ବେଳେ କେତେବେଳ
ପିଏମ୍‌ କିଷାନ ଯୋଜନା
56m ago
ଚାଷୀଙ୍କୁ ମିଳିଲା ପିଏମ୍‌ କିଷାନ ଯୋଜନାର ୧୮ ତମ କିସ୍ତି
ଅର୍ଗସ ବ୍ୟୁରୋ : ବଦଳିଛି ସରକାର, ବଦଳିଛି ଯୁଗ | ଏବେ ଚାଲିଛି ଡବଲ ଇଞ୍ଜିନ ସରକାରର ଶାସନ, ଅନ୍ତ ହୋଇଛି ଚାଷୀ ଶୋଷଣ | ଆଜି ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ରର ୱାସୀମରୁ 9.4 କୋଟ