ଚେଇଁ ଶୋଇଥିବା ପ୍ରଶାସନକୁ ଆନ୍ଧ୍ର ସରକାରଙ୍କ ଖୋଲା ଚ୍ୟାଲେଞ୍ଜ୍
by Argus News
Wed, Feb 28 | 2:43 p.m.

ଅର୍ଗସ ବ୍ୟୁରୋ : ବିଜେଡିର ୨୪ ବର୍ଷ ଶାସନରେ ଅସୁରକ୍ଷିତ ହୋଇ ପଡିଛି ରାଜ୍ୟର ସୀମା, ଭାଷା ଓ ସଂସ୍କୃତି । ପୁଣି ଥରେ ଓଡ଼ିଶା ସୀମାରେ ପଶି ନିଜ ଅଧିକାର ସାବ୍ୟସ୍ତ କରିବାକୁ ଆନ୍ଧ୍ରର ଉଦ୍ୟମ । ଚେଇଁ ଶୋଇଥିବା ସରକାରକୁ ଏଥର ପୋଲିସର ଡର ଦେଖାଇ ଆନ୍ଧ୍ର ଖେଳିଛି ବଡ଼ ଚାଲ୍ । କୋରାପୁଟ ଜିଲ୍ଲାର ବିବାଦୀୟ କୋଟିୟାପୁଞ୍ଜର ନେରେଡି ୱାଲ୍ସା ସାପ୍ତାହିକ ହାଟରେ ଆନ୍ଧ୍ର ପୋଲିସ ଉପସ୍ଥିତିରେ ଏକ ସ୍ବାସ୍ଥ୍ୟ ଶିବିରର ଆୟୋଜନ କରିଛି ଆନ୍ଧ୍ର ସରକାର । 

ଆନ୍ଧ୍ର ପ୍ରଦେଶର ପାର୍ବତୀପୁରମ୍ ଜିଲ୍ଲା ଏସପି ବିକ୍ରାନ୍ତ ପାଟିଲଙ୍କ ସମେତ ଅନେକ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଛି । କୋଟିଆ ପୁଞ୍ଜର ୫ ଗୋଟି ଗ୍ରାମ ବାସୀଙ୍କୁ ଡାକ୍ତରୀ ପରୀକ୍ଷା କରିଥିଲେ ଏବଂ ୩୦୦ ଲୋକଙ୍କୁ ଔଷଧ ବଣ୍ଟନ କରିଥିଲେ ।  

ଅଧିକ ପଢନ୍ତୁ ଓଡ଼ିଶା ଖବର

ଏଠି ପ୍ରଶ୍ନ ବାରମ୍ବାର ଆନ୍ଧ୍ର ସୀମାରେ ପଶି ହୁକୁମାତି ଚଳାଇଥିବା ବେଳେ କାହିଁକି ଏ ଦିଗରେ ମୌନ ବ୍ରତ ଧାରଣ କରିଛି ବିଜେଡି ସରକାର । ଆନ୍ଧ୍ର ସୀମା ଜବରଦଖଲ କରି ଚାଲିଥିବା ବେଳେ ଆଉ କେବେ ଚେତିବେ ରାଜ୍ୟ ସରକାର । ସେପଟେ ଏହି ଘଟଣାକୁ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

ROHIT PUJARI
3m ago
ରୂପାନ୍ତରୀକରଣର ପୋଲ୍ ଖୋଲିଲେ ବିଜେଡି ବିଧାୟକ ରୋହିତ ପୂଜାରୀ
ଅର୍ଗସ ବ୍ୟୁରୋ: 25 ବର୍ଷ ବିଜେଡି ସରକାରର ଭୁଲକୁ ସ୍ୱୀକାର କଲେ ସମ୍ବଲପୁର ବିଧାନସଭା କ୍ଷେତ୍ରର ବିଜେଡି ବିଧାୟକ ପ୍ରାର୍ଥୀ ତଥା ରେଢାଖୋଲ ବିଧାୟକ ରୋହିତ ପୂଜାରୀ । ଆଉ ବିଜେଡ
ଧର୍ମେନ୍ଦ୍ର
17m ago
ପିଇବା ପାଣି , ଶିକ୍ଷା ଓ ସ୍ବାସ୍ଥ୍ୟ ନେଇ ଧର୍ମେନ୍ଦ୍ର ଙ୍କ ଶାଣିତ ଆକ୍ରମଣ
ଭୁବନେଶ୍ୱର: କଟୁ ସମାଲୋଚନା କଣ ଅଭଦ୍ରାମି । ଧର୍ମେନ୍ଦ୍ରଙ୍କ ନିଶାନାରେ ରାଜ୍ୟର ୨୫ ବର୍ଷର ସରକାର । ପିଇବା ପାଣି , ଶିକ୍ଷା ଓ ସ୍ବାସ୍ଥ୍ୟ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଶାଣିତ ଆକ୍ରମଣ
ହେଭିୱେଟ ନେତା
24m ago
ବିଜେଡି ସରକାର ଉପରେ ବର୍ଷିଲେ ବିଜେପିର ୫ ହେଭିୱେଟ ନେତା
ଭୁବନେଶ୍ୱର: ବିଜେଡି ସରକାର ଉପରେ ବର୍ଷିଲେ ବିଜେପିର ୫ ହେଭିୱେଟ୍ ନେତା । ବିଫଳତା ଗଣିଲେ, କଲେ ବିଷୋଦଗାର । କହିଲେ, ଓଡ଼ିଶାରେ ଷଷ୍ଠ ପାଳି ପରିବର୍ତ୍ତେ ହେବ ସତ୍ତା ପରିବର୍ତ୍ତନ