ରୂପାନ୍ତରୀକରଣର ପୋଲ୍ ଖୋଲିଲେ ବିଜେଡି ବିଧାୟକ ରୋହିତ ପୂଜାରୀ
by Argus News
Mon, May 13 | 7:50 p.m.

ଅର୍ଗସ ବ୍ୟୁରୋ:  25 ବର୍ଷ ବିଜେଡି ସରକାରର ଭୁଲକୁ ସ୍ୱୀକାର କଲେ ସମ୍ବଲପୁର ବିଧାନସଭା କ୍ଷେତ୍ରର ବିଜେଡି ବିଧାୟକ ପ୍ରାର୍ଥୀ ତଥା ରେଢାଖୋଲ ବିଧାୟକ ରୋହିତ ପୂଜାରୀ । ଆଉ ବିଜେଡି ସରକାରର ଭୁଲ୍ ପାଇଁ ବିଦ୍ୟାଳୟରେ ଶିକ୍ଷକ ନଥିବା କଥାକୁ ମାନିଛନ୍ତି ରୋହିତ । ଆଉ ଥରେ ଶୁଣନ୍ତୁ ସମ୍ବଲପୁରର କୁଲତକାନି ନିର୍ବାଚନୀ ସଭାରେ କେମିତି କହୁ କହୁ ସତ କହିଦେଲେ ରୋହିତ ପୂଜାରୀ । ଆଉ ନିଜର ବିଫଳତା ମାନିବା ସହ ଭୋଟ ପାଇଁ ଲୋକଙ୍କୁ ଅଜାଡି ଦେଇଛନ୍ତି ପ୍ରତିଶ୍ରୁତି।

ରୂପାନ୍ତରୀକରଣ ବାହାସ୍ପୋଟ ମାରୁଛନ୍ତି ବିଜେଡି ନେତା । ବିଜେଡିର ଦୁଇ ନମ୍ବର ଷ୍ଟାର ପ୍ରଚାରକ ଭୈରବ କାର୍ତିକେୟନ୍ ପାଣ୍ଡିଆନ୍ ବୁଲି ବୁଲି କହୁଛନ୍ତି ରୂପାନ୍ତରୀକରଣର କଥା । ହେଲେ ରୂପାନ୍ତରଣର ବାସ୍ତବ ସ୍ଥିତି କଣ ତାହା ତାଙ୍କ ଦଳର ବିଧାୟକ କହିଛନ୍ତି । ଆଉ ନିର୍ବାଚନୀ ବୈତରଣୀ ପାର୍ ହେବା ପାଇଁ ପ୍ରତିଶ୍ରୁତି ଅଜାଡି ଦେଇଛନ୍ତି । ସେପଟେ ବିଜେଡି ପକ୍ଷରୁ ଯେଉଁ ପ୍ରତିଶ୍ରୁତି ଦିଆଯାଇଛି ଲୋକେ ତାଙ୍କ ଦଳକୁ କ୍ଷମା କରିବେ ନା ଦଣ୍ଡ ଦେବେ ତାକୁ ନେଇ ଉଠିଛି ପ୍ରଶ୍ନ ।

୨୫ ବର୍ଷ ସରକାରର ରୂପାନ୍ତରୀକରଣ ତୁଚ୍ଛା ମିଛ ବାହାସ୍ପୋଟ ବୋଲି  ବିରୋଧୀ ମାନ ପ୍ରଶ୍ନ ଉଠାଉଥିବା ବେଳେ ଏହାକୁ ସ୍ୱୀକାର କରିଛନ୍ତି ରୋହିତ୍ । କେବଳ ବିଦ୍ୟାଳୟରେ ଶିକ୍ଷକ ନଥିବା କଥା ସ୍ୱୀକାର କରି ନାହାନ୍ତି ବରଂ ଡାକ୍ତରଖାନାରେ ଡାକ୍ତର ନଥିବାକୁ ମଧ୍ୟ ସ୍ୱୀକାର କରିଛନ୍ତି । ଆଉ ରୋହିତଙ୍କ ଏହି ବୟାନ୍ ରୂପାନ୍ତରୀକରଣ ନାରାରେ ଶକ୍ତ ଚଟକଣା ଦେଇଛି ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

TATTOO
18m ago
ଟାଟୁ ସ୍ୱାସ୍ଥ୍ୟ ଏବଂ ଚର୍ମ ପାଇଁ କ୍ଷତିକାରକ
ଅର୍ଗସ ବ୍ୟୁରୋ: ଆପଣ ଏକ ଟାଟୁ କରିବାକୁ ଚିନ୍ତା କରୁଛନ୍ତି କି। କିନ୍ତୁ ଆପଣ ଜାଣନ୍ତି କି ଟାଟୁ ପାଇବା ହେତୁ ଆପଣଙ୍କୁ କିଛି ପାର୍ଶ୍ୱ ପ୍ରତିକ୍ରିୟା ସାମ୍ନା କରିବାକୁ ପଡିପାରେ ।କୌଣସ
BJP
36m ago
ବିଜେପି ଓଡିଶାକୁ ଆଗକୁ ନେବା ପାଇଁ ପ୍ରତିବଦ୍ଧ: ଧର୍ମେନ୍ଦ୍ର
ଅର୍ଗସ ବ୍ୟୁରୋ: କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ ସମ୍ବଲପୁର ଗସ୍ତ । ଦିନ ତମାମ ବିଭିନ୍ନ ମନ୍ଦିର ପହଁଚି ଦର୍ଶନ କରିବା ସହ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରହିଛି
MAMITA MEHER
58m ago
ମମିତା ମେହେର ମୃତ୍ୟୁ ମାମଲା, ମମିତାଙ୍କ ପରିବାରକୁ ଭେଟିଲେ ଲକ୍ଷ୍ମଣ ବାଗ୍‌
ଅର୍ଗସ ବ୍ୟୁରୋ: ବହୁ ଚର୍ଚ୍ଚିତ ମମିତା ମେହେର ମୃତ୍ୟୁ ମାମଲା। ପୁଣି ଥରେ ଉଠିଲା ମମିତା ମେହେର ହତ୍ୟାକାଣ୍ଡ ଘଟଣା। ପୁଣି ଉଠିଲା CBI ତଦନ୍ତ ଦାବି। ମମିତାଙ୍କ ପରିବାରକ