ମୋଦିଙ୍କ କୋଳରେ ଅଙ୍ଗଦ ବୁମରା: ଯଶପ୍ରିତଙ୍କ ପୁଅ ଏବେ ଚର୍ଚ୍ଚାରେ
by Argus News
Thu, Jul 04 | 6:00 p.m.

ଅର୍ଗସ ବ୍ୟୁରୋ: ଭାରତୀୟ କ୍ରିକେଟ ଟିମ ଗୁରୁବାର ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଥିଲେ। ହୋଟେଲରେ ବିଶ୍ରାମ ନେବାପରେ ଦଳ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବାକୁ ଯାଇଥିଲେ। ଭାରତର ତାରକା ବୋଲର ଯଶପ୍ରିତ ବୁମରା ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ତାଙ୍କର ସାକ୍ଷାତର କିଛି ଫଟୋ ଶେୟାର କରିଛନ୍ତି। 
ହୃଦୟସ୍ପର୍ଶୀ ଫଟୋରେ ପିଏମ ମୋଦି ବୁମରା, ସଞ୍ଜନା ଏବଂ ସେମାନଙ୍କ ପୁଅ ଅଙ୍ଗଦ ମାନେ ଜୁନିୟର ବୁମରାଙ୍କ ସହ ପୋଜ ଦେଉଥିବା ଜଜର ଆସଛନ୍ତି। ମୋଦିଙ୍କ କୋଳରେ ଅଙ୍ଗଦ। ତେବେ ଲୋକେ ମୋଦିଙ୍କର ଏହି ଫଟୋକୁ ବେଶ ପସନ୍ଦ କରିଛନ୍ତି। 

ଜୁନ ୨୯ରେ ଭାରତୀୟ କ୍ରିକେଟ ଦଳ ଫାଇନାଲରେ ଦକ୍ଷିଣଆଫ୍ରିକାକୁ ପରାସ୍ତ କରି ଟି-୨୦ ବିଶ୍ବକପ ଟାଇଟାଲ ଜିତିଛି। ଟିମ ଇଣ୍ଡିଆ ଗୁରୁବାର ବାର୍ବାଡୋସରୁ ଘରକୁ ଫେରିଛି। ଦିଲ୍ଲୀ ଏୟାରପୋର୍ଟରେ ଟିମ ଇଣ୍ଡିଆକୁ ଭବ୍ୟ ସ୍ବାଗତ କରାଯାଇଥିଲା। ମୋଦି ଅଙ୍ଗଦଙ୍କୁ ଖୁସିରେ ଧରି ତାଙ୍କ ସହ କଥା ହେଉଥିଲେ ଆଉ କହିଥିଲେ ବଡ଼ ହେଲେ ବାପାଙ୍କ ଭଳି ଭଲ ଖେଳାଳିଟେ ହୁଅ। ଦେଶର ନାଁ ରଖ। କିନ୍ତୁ ଅଙ୍ଗଦ କଣ ବୁଝିପାରୁଥିଲେ। ବହୁତ କୁନି ସେ ବଡ଼ ହେଲେ ଜାଣିବେ ଦେଶର ପ୍ରଧାନମନ୍ତ୍ରୀଙ୍କ କୋଳରେ ଅଙ୍ଗଦ ଥିଲେ। ଏହା ଅତ୍ୟନ୍ତ ଗର୍ବର ବିଷୟ। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

SUDARSHAN
2m ago
ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ଆରମ୍ଭ
ଅର୍ଗସ ବ୍ୟୁରୋ: ଆଜି ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା । ଶ୍ରୀଜିଉଙ୍କ ଅପେକ୍ଷାରେ ରଥ ଆଉ ଭକ୍ତ । ଶ୍ରୀମନ୍ଦିରର ସିଂହଦ୍ବାର ସମ୍ମୁଖରେ ଦଣ୍ଡାୟମା
SALMAN KHAN
11m ago
ସ୍ୱାମୀଙ୍କ କେକ୍‌ କାଟିବା ପରେ ପାଦ ଛୁଇଁଲେ ସାକ୍ଷୀ, ଭାଇରାଲ ହେଉଛି ଭିଡିଓ...
ଅର୍ଗସ ବ୍ୟୁରୋ: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନି। ଆଜି ତାଙ୍କର ଜନ୍ମଦିନ। ୪୩ ବର୍ଷ ବୟସରେ ପାଦ ଥାପିଛନ୍ତି ମାହି। ସେ ତାଙ୍କ ଜନ୍ମଦିନକୁ ବଲିଉ
ବିଏମ୍ସି
35m ago
ଆଜିଠୁ ଏକ ମାସ ଧରି ଗଛ ଲଗାଇବ ବିଏମ୍ସି
ଭୁବନେଶ୍ବର : ଆଜିଠୁ ଏକ ମାସ ଧରି ଗଛ ଲଗାଇବ ବିଏମ୍ସି । ପାଖାପାଖି ୧ ଲକ୍ଷ ଗଛ ଲଗାଇବା । ୭୫ତମ ବନମହୋତ୍ସବ ଅବସରରେ ମା' ଙ୍କ ନାମରେ ଅଭିଯାନ ଆରମ୍ଭ କରିଛି ବିଏମ୍ସି । ଏହି ଅବସରର