ସୁନ୍ଦରଗଡ: ଏକ ତରଫା ପ୍ରେମର କରୁଣ ପରିଣତି । ବିବାହ କରିବାକୁ ମନା କରିବାରୁ ଅଙ୍ଗନବାଡ଼ି ଦିଦିଙ୍କୁ ହତ୍ୟା । ସୁନ୍ଦରଗଡ଼ ହେମଗିରି ଥାନା ଜୁଲୁମୁ ବାହଲ ପୁରୁଣା ଗାଁରେ ଅଙ୍ଗନବାଡ଼ି କର୍ମୀଙ୍କୁ ହତ୍ୟା କରାଯାଇଛି । ସେହି ଗାଁର ଶରତ କଉଡ଼ି ନାମକ ଯୁବକ ଜଣଙ୍କ ଅଙ୍ଗନବାଡ଼ି ଦିଦି ଦିବ୍ୟା ଅଢାଙ୍କୁ ବିବାହ କରିବା ପାଇଁ କହୁଥିଲେ । ହେଲେ ଅଙ୍ଗନବାଡି ଦିଦି ଦିବ୍ୟା ମନା କରିବାରୁ ଶରତ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଶରତ ଏବେ ଫେରାର ଥିବାବେଳେ, ପୋଲିସ ଘଟଣାର ଛାନଭିନ୍ କରୁଛି।
ଗତକାଲି ଜଙ୍ଗଲ ଭିତରୁ ଦିବ୍ୟାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରାଯାଇଛି । ଖବର ଅନୁଯାୟୀ ବାରମ୍ବାର ଦିବ୍ୟାଙ୍କୁ ପ୍ରେମ ନିବେଦନ କରିଥିଲା ଶରତ କଉଡି । ହେଲେ ସେ ମନା କରିବାରୁ ପ୍ରତିଶୋଧ ପରାୟଣ ହୋଇ ଏପରି କରିଥିବା କୁହାଯାଉଛି । ସବୁଦିନ ଭଳି ସେ ଅଙ୍ଗନବାଡି କେନ୍ଦ୍ରକୁ ଯାଉଥିଲେ । ଫେରିବା ସମୟରେ ଏକ ନିଛାଟିଆ ସ୍ଥାନ ଦେଖି ଶରତ ଏକ ଫାର୍ସାରେ ତାଙ୍କୁ ଆକ୍ରମଣ କରିଥିବା କଥା କୁହାଯାଉଛି ।
ଆହୁରି ପଢନ୍ତୁ ଓଡିଶା ଖବର...