ସସପେଣ୍ଡ ପୋଲିସଙ୍କୁ ଜେଲ ପାଠାଇବାକୁ ଦାବି କଲେ ଅଙ୍କିତାଙ୍କ ବାପା
by Argus News
Thu, Sep 19 | 7:14 p.m.

ଅର୍ଗସ ବ୍ୟୁରୋ: ରାତି ଅଧରେ ପୋଲିସ ମାଡରେ ଲହୁଲୁହାଣ ଅଙ୍କିତାଙ୍କ ଭୁବନେଶ୍ବରର ଏକ ହସପିଟାଲରେ ଚାଲିଛି ଚିକିତ୍ସା। ପୋଲିସର ବର୍ବରକାଣ୍ଡରେ ଅଙ୍କିତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଲାଗିଛି ଗଭୀର ଆଘାତ । ଆଉ ଏ କାଣ୍ଡ ଘଟାଇଥିବାର ସାଂଘାତିକ ଅଭିଯୋଗ ଆସିଛି ଭରତପୁରର ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ର, ଏସଆଇ ବୈଶାଳିନୀ ପଣ୍ଡା, ଏଏସଆଇ ସଲିଳମୟୀ ସାହୁ, ଏଏସଆଇ ସାଗରିକା ରଥ ଓ କନଷ୍ଟେବଳ ବଳରାମ ହାଁସଦାଙ୍କ ନାଁରେ । କରିତକର୍ମା ପୋଲିସ ବାବୁ ଦୀନକୃଷ୍ଣଙ୍କର ଏଇ ଭାଇରାଲ୍ ଭିଡିଓ ଉପରେ ନଜର ପକାନ୍ତୁ।

2022ରେ କଟକ କ୍ୟାଣ୍ଟନମେଣ୍ଟ ଥାନାରେ ଥିବା ବେଳେ ବାବୁ ବାଲିଯାତ୍ରା ଷ୍ଟାଣ୍ଡ ପାଇଁ ମାଗୁଥିଲେ ଲାଞ୍ଚ। ନ ଦେଲେ ମିଛ କେସରେ ଫଶାଇବେ ବୋଲି ଦି ଧମକାଉଥିଲେ । ହେଲେ ତାଙ୍କ ବିରୋଧରେ ହେଲାନାହିଁ ଆକସନ୍। ଓଲଟା ତାଙ୍କୁ ପୁରସ୍କାର ମିଳିଲା । 6 ମାସ ତଳେ ଭରତପୁର ମଡେଲ ଥାନାକୁ ଉଦଘାଟନ କରିଥିଲେ ସେତେବେଳର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲାଞ୍ଚୁଆ ପୋଲିସ ବାବୁ ବଦଳି ହୋଇ ଆସିଲେ ଏଇ ଥାନାକୁ । ଅଙ୍କିତାଙ୍କୁ ଦୀନକୃଷ୍ଣ ଓ ତାଙ୍କ ଟିମ୍ ମାଡ ମାରି ଏବେ ବିବାଦରେ। ଯେଉମାନେ ରାସ୍ତାରେ ସେମାନଙ୍କୁ ଆକ୍ରମଣ ସହ ଦୁର୍ବ୍ୟଵହାର କରିଥିଲେ ସେମାନଙ୍କୁ ଖୁବଶୀଘ୍ର ଗିରଫ ପାଇଁ ଡିଜିପିଙ୍କ ନିର୍ଦେଶ ଦେଇଛନ୍ତି। ତେବେ ପ୍ରଶ୍ନ ଅଙ୍କିତା ଓ ମେଜର ଗୁରବନ୍ତଙ୍କୁ ମାଡ ମାରିଥିବା ପୋଲିସ ବିରୋଧରେ କେବେ ହେବ ଏଫଆଇଆର,  ଅଙ୍କିତାଙ୍କ ବାପା ଦୋଷୀ ପୋଲିସଙ୍କୁ ଜେଲରେ ପୁରାଇବାକୁ ଦାବି କରିଛନ୍ତି ।   

ସେପଟେ ଅଙ୍କିତାଙ୍କୁ ଥାନାରେ ଆକ୍ରମଣ ଘଟଣାରେ ଓଡ଼ିଶା ପୋଲିସ ଡିଜିଙ୍କୁ ରିପୋର୍ଟ ମାଗିଛନ୍ତି ଜାତୀୟ ମହିଳା କମିଶନ । 3 ଦିନ ମଧ୍ୟରେ ଆକ୍ସନ ଟେକେନ୍ ରିପୋର୍ଟ ଦେବାକୁ କୁହାଯାଇଛି । ସେପଟେ ଜଣେ ଯୁବତୀଙ୍କୁ ଥାନା ଭିତରେ ଏଭଳି ଆକ୍ରମଣ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି। ସାଢେ 4 କୋଟି ବ୍ୟୟରେ ନିର୍ମିତ ମଡେଲ୍ ଥାନାର ସିସିଟିଭି କୁଆଡେ ଗଲା ତାକୁ ନେଇ ବି ଉଠିଛି ପ୍ରଶ୍ନ। 

ଅଭିଯୋଗ ଅନୁସାରେ ଶନିବାର ବିଳମ୍ବିତ ରାତି ୧୨ଟା ୩୦ରେ ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଥିଲେ ମେଜର ଗୁରବନ୍ତ ସିଂ ଓ ତାଙ୍କ ବାନ୍ଧବୀ  ଅଙ୍କିତା । ଏନେଇ ଭରତପୁର ଥାନାକୁ ଏଫଆଇଆର ପାଇଁ ଆସିଥିଲେ ମେଜର ଓ ଅଙ୍କିତା । ହେଲେ ପୋଲିସ ସେମାନଙ୍କୁ ମାଡ଼ ମାରି ଲହୁଲୁହାଣ କରିବା ସହ ଓଲଟା ଅଙ୍କିତାଙ୍କୁ ଗିରଫ କରିଥିଲା । ଯାହାକୁ ନେଇ ରାସ୍ତାକୁ ଓହ୍ଲାଇଥିଲେ ଅବସରପ୍ରାପ୍ତ ସେନା କର୍ମଚାରୀ । 

ଆହୁରି ପଢନ୍ତୁ ଓଡିଶା ଖବର...

ବାଲେଶ୍ବର ବନ୍ୟା
ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା,ଉଦ୍ଧାର କାର୍ଯ୍ୟ ଜାରି
ଅର୍ଗସ ବ୍ୟୁରୋ:ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ୫୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି ୪ହଜାର ୫୦
ଅଙ୍କିତା
ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା
ଭୁବନେଶ୍ୱର: ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା । ସାମ୍ନାକୁ ଆସିଲା ଭରତପୁର ପୋଲିସର ତାଲିବାନୀ ଅତ୍ୟାଚାର । ପୋଲିସର ଅକଥନୀୟ ଅତ୍ୟାଚାର କଥା କହିଲେ ମେଜରଙ୍
ମମିତା ମେହେର
ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ ?
ଭୁବନେଶ୍ୱର: ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ । ପୂର୍ବତନ ସାଂସଦ ସୁଜିତ କୁମାରଙ୍କ ବୟାନ ପରେ ଜୋର ଧରିଛି ଏ ଦାବି । ସେପଟେ ମମିତାଙ୍କ ଦୋଷୀଙ୍କ