ଇସ୍ପାତ ସହରରେ ଝାଡ଼ାବାନ୍ତି ଆତଙ୍କ, ଚାଲିଗଲା ଆଉ ଜଣଙ୍କ ଜୀବନ
by Argus News
Mon, Dec 18 | 9:32 a.m.

ଅର୍ଗସ ବ୍ୟୁରୋ:  ଇସ୍ପାତ ସହରରେ ଝାଡ଼ାବାନ୍ତି ଆତଙ୍କ। ଝାଡ଼ାବାନ୍ତିରେ ପଡ଼ି ଚାଲିଗଲା ଆଉ ଗୋଟେ ଜୀବନ।  ଇସ୍ପାତ ନଗରୀ ରାଉରକେଲାରେ ଏବେ ସୁଦ୍ଧା ଝାଡ଼ାବାନ୍ତିରେ  ମୋଟ 6 ଜଣଙ୍କ ମୃତ୍ୟୁ ହେଲାଣି। ତଥାପି ନିର୍ବିକାର ରାଜ୍ୟ ସରକାର। PSDର ପାଣି ଗୋଳିଆ ଆସୁଥିବାରୁ ଏହି ପାଣି ପିଇ ଲୋକମାନେ ଝାଡ଼ାବାନ୍ତିର ଶିକାର ହେଉଥିବା ଅଭିଯୋଗ ହେଉଛି। ଡିସେମ୍ବର 10 ତାରିଖରୁ ଡାଇରିଆ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଝାଡାବାନ୍ତିରେ 245 ଜଣ ଆକ୍ରାନ୍ତ ହୋଇଥିବାବେଳେ ରାଉରକେଲା ସରକାରୀ ହସ୍ପିଟାଲରେ ଶତାଧିକ ରୋଗୀ ଭର୍ତ୍ତି ହୋଇଛନ୍ତି ।

ସ୍ୱାସ୍ଥ୍ୟବିଭାଗର ନିର୍ଦ୍ଦେଶକ୍ରମେ 4 ଜଣିଆ ଡାକ୍ତରୀ ଟିମ୍ ରାଉରକେଲା ମେଡିକାଲ୍ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେପଟେ ରାଉରକେଲାରେ ସାତ ସପନ ପାଲଟିଛି ରାଜ୍ୟ ସରକାରଙ୍କ ସ୍ବଚ୍ଛ ପାନୀୟ ଜଳ ପ୍ରତିଶ୍ରୁତି।  ସରକାରଙ୍କ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ଯୋଜନାର ଅସ୍ତିତ୍ବକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ