ସରକାରଙ୍କ ନିର୍ଦ୍ଦେଶକୁ ଅବମାନନା ଓ ବ୍ୟାପକ ପିସି କାରବାର ଅଭିଯୋଗ କଲା ଭ୍ରଷ୍ଟାଚାର ବିରୋଧୀ ସଂଗଠନ
by Argus News
Fri, Sep 20 | 7:31 p.m.

ଭୁବନେଶ୍ୱର:  ନବରଙ୍ଗପୁର ଆଦିବାସୀ ଊନ୍ନୟନ ସଂସ୍ଥା (ଆଇ.ଟି.ଡି.ଏ.)ରେ କାମ ଆବଣ୍ଟନରେ ବ୍ୟାପକ ଦୁର୍ନିତୀ ଓ ପି.ସି. କାରବାର ଅଭିଯୋଗ କଲା ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଂଗଠନ । ବିଭିନ୍ନ ଆଦିବାସୀ ଉନ୍ନୟନ ସଂସ୍ଥାରେ ଟେଣ୍ଡର ମାଧ୍ୟମରେ ସମସ୍ତ କାମ ପରିଚାଳନା ହେଉଥିବାବେଳେ ନବରଙ୍ଗପୁର ଆଦିବାସୀ ଉନ୍ନୟନ ସଂସ୍ଥାର ଏହି କାର୍ଯ୍ୟଳୟରେ ବିନା ଟେଣ୍ଡରରେ କାର୍ଯ୍ୟାଦେଶ ପ୍ରଦାନ କରାଯାଉଛି । ଗତ ସରକାରଙ୍କ ସମୟରେ ଏଭଳି ଦୁର୍ନିତୀର ଗନ୍ଧ ବିଭିନ୍ନ ଆଦିବାସୀ ଉନ୍ନୟନ ପ୍ରକଳ୍ପରେ ଆସୁଥିଲା । 

ବର୍ତ୍ତମାନ ମଧ୍ୟ ଏହିଭଳି ଦୁର୍ନିତୀରେ କାର୍ଯ୍ୟାଦେଶ ପ୍ରଦାନ କରାଯାଉଛି । ୩ ମାସ ମଧ୍ୟରେ ନୂଆ ସରକାର ଆସିଲା ପରେ ଏହି ଆଦିବାସୀ ଉନ୍ନୟନ ସଂସ୍ଥାରେ ବିନା ଟେଣ୍ଡରରେ କୋଟି କୋଟି ଟଙ୍କାର କାର୍ଯ୍ୟାଦେଶ ପ୍ରଦାନ କରାଯାଛି । ଏହି କାର୍ଯ୍ୟାଦେଶ ପ୍ରଦାନରେ ୩୦ ରୁ ୪୦ ଭାଗ ପି.ସି. କାରବାର କରାଯାଉଛି । ଆଦିବାସୀ ଉନ୍ନୟନ ଜନଜାତି ବିଭାଗର ପ୍ରମୂଖ ଶାସନ ସଚିବଙ୍କୁ ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଂଗଠନର ରାଜ୍ୟ ଆବାହକ ବରିଷ୍ଠ ଆଇନଜୀବୀ ସୁବ୍ରତ କୁମାର ନନ୍ଦ ଏକ ସ୍ମାରକ ପତ୍ର ଦେଇ ତୁରନ୍ତ ବିନା ଟେଣ୍ଡରରେ ଦିଆଯାଉଥିବା କାର୍ଯ୍ୟାଦେଶ ନିଷ୍ପତି ପ୍ରତ୍ୟାହାର କରିବା ଓ ସଂସ୍ଥାର ସ୍ୱଚ୍ଛତା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ନୀତି ଅନୁସାରେ ତୁରନ୍ତ ଟେଣ୍ଡର ବିଜ୍ଞପ୍ତି ମାଧ୍ୟମରେ କାର୍ଯ୍ୟ ପ୍ରଦାନ କରିବାକୁ ଦାବି କରିଛନ୍ତି । 

ଏ ସଂପର୍କରେ ନବରଙ୍ଗପୁର ଜିଲ୍ଲାପାଳଙ୍କୁ ମଧ୍ୟ ପ୍ରମୁଖ ଶାସନ ସଚିବଙ୍କୁ ଦିଆଯାଇଥିବା ସ୍ମାରକ ପତ୍ର ଏକକିତା ନକଲ ପ୍ରଦାନ କରାଯାଇଛି । ଅନ୍ୟାନ୍ୟ ଜିଲ୍ଲାର ଆଦିବାସୀ ଉନ୍ନୟନ ସଂସ୍ଥାରେ ଟେଣ୍ଡର ମାଧ୍ୟମରେ କାର୍ଯ୍ୟାଦେଶ ଦିଆଯାଉଥିବା ବେଳେ ନବରଙ୍ଗପୁରରେ ଏହାର ବ୍ୟତିକ୍ରମ କରାଯାଇଛି । ତୁରନ୍ତ ଏହିଭଳି ପି.ସି. କାରବାରକୁ ବନ୍ଦ କରିବାକୁ ସଂଗଠନ ପକ୍ଷରୁ ସ୍ମାରକ ପତ୍ରରେ ଉଲ୍ଲେଖ କରାଯାଇଛି ।  
 

ପଞ୍ଚାୟତ ସମିତି
ରୋଷଣୀ କରି ଆସିଲେ ତିର୍ତ୍ତୋଲ ବିଜେଡ଼ି ବିଧାୟକ ରମାକାନ୍ତ ଭୋଇ
ଜଗତସିଂହପୁର: ପଞ୍ଚାୟତ ସମିତି ବୈଠକକୁ ରୋଷଣୀ କରି ଆସିଲେ ତିର୍ତ୍ତୋଲ ବିଜେଡ଼ି ବିଧାୟକ ରମାକାନ୍ତ ଭୋଇ । ତିର୍ତ୍ତୋଲ ବ୍ଲକ ସମ୍ମିଳନୀ କକ୍ଷରେ ଚତୁର୍ଥ ପଞ୍ଚାୟତ ସମିତି ସାଧାର
TUMBBAD
Tumbbad: 2018ରେ ଯେତିକି କମେଇ ଥିଲା ତା ଠୁ ଅଧିକ ରି-ରିଲିଜ୍ ରେ କମେଇ ସାରିଲାଣି
ଅର୍ଗସ ବ୍ୟୁରୋ: Tumbbad । ଏହି ଫିଲ୍ମର ନାଁ ଶୁଣିବା ମାତ୍ରେ ସମସ୍ତଙ୍କ ମୁହଁରେ ଗୋଟିଏ କଥା । ମୁଭି ଟା ମାଷ୍ଟରପିସ୍ । ପୁରା ପୈସା ଅସୁଲ୍ । ଯିଏ ଥରେ ଦେଖିଛି ସିଏ ବାରମ୍ବାର ଦେଖିବାକ
ACCIDENT
ସେନା ଗାଡ଼ି ଓଲଟି 3 BSF ଯବାନ ସହିଦ, 32 ଯବାନ ଆହତ
ଅର୍ଗସ ବ୍ୟୁରୋ: ଜମ୍ମୁ କାଶ୍ମୀରରେ ବଡ଼ ଦୁର୍ଘଟଣା । ବଡ଼ଗାମରେ ସେନା ଗାଡ଼ି ଓଲଟି ପଡ଼ିବାରୁ 3 ଜଣ BSF ଯବାନ ସହିଦ ହେବା ସହ 32 ଯବାନ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ତୁରନ୍ତ 6