କୋଟିଆରେ ପୁଣି ଆନ୍ଧ୍ର ସ୍ୱାସ୍ଥ୍ୟ ଟିମ୍ ପହଞ୍ଚି ଦେଲା ପୋଲିଓ ବୁନ୍ଦା
by Argus News
Mon, Mar 04 | 3:00 p.m.

ଅର୍ଗସ ବ୍ୟୁରୋ:  ଓଡିଶାକୁ ପୋଲିଓ ଦେଉଛି ଆନ୍ଧ୍ର । କୋଟିଆରେ ପୁଣି ଆନ୍ଧ୍ରର ଅନୁପ୍ରବେଶ । ଆନ୍ଧ୍ର ସ୍ୱାସ୍ଥ୍ୟ ଟିମ୍ କୋଟିଆରେ ପହଂଚି ଦେଲା ପୋଲିଓ ବୁନ୍ଦା । କୋଟିଆର ବିଭିନ୍ନ ଅଞ୍ଚଳ ତଥା ଉପର ସେମ୍ବି, ତଳ ସେମ୍ବି ଧୂଳିପୋଦର ପ୍ରଭୁତି ଅଞ୍ଚଳରେ ପ୍ରବେଶ କରିବା ସହିତ ପୋଲିଓ ବୁନ୍ଦା ପ୍ରଦାନ କରିଛି ଆନ୍ଧ୍ର ।

ସୂଚନା ଅନୁଯାୟୀ, କୋଟିଆ ପଞ୍ଚାୟତ ଅନ୍ତର୍ଗତ ତଥା ଆନ୍ଧ୍ରର ଗଞ୍ଜେଇ ପଦର୍ ସଚିବାଳୟ ଅନ୍ତର୍ଗତ ବିଭିନ୍ନ ଗ୍ରାମର ଶିଶୁମାନଙ୍କୁ ପୋଲିଓ ବୁନ୍ଦା ଖୁଆଇବା ନିମନ୍ତେ ଉପର ସେମ୍ବି ଗ୍ରାମର ଆନ୍ଧ୍ର ଅଙ୍ଗନବାଡ଼ି କେନ୍ଦ୍ରରେ କାର୍ଯ୍ୟକ୍ରମର ଆୟୋଜନ କରିଥିଲା । ସେଠାରେ ତୋନମ୍ ସିଏଚସି ଅନ୍ତର୍ଗତ ଡିଏମ୍ ଏଚ ଓ ଅଧିକାରୀ ସିବାକୁମାରଙ୍କ ନେତୃତ୍ୱରେ ଶିଶୁମାନଙ୍କୁ ପୋଲିଓ ବୁନ୍ଦା ଖୁଆ ଯାଇଥିବା ନେଇ ଜଣାପଡ଼ିଛି । 

ଆନ୍ଧ୍ର ସରକାର କୋଟିଆ ଉପରେ ନଜର ପକାଇବା ନୂଆ ଘଟଣା ନୁହେଁ । କୋଟିଆରେ ଆନ୍ଧ୍ରର ଫଳକ, ସ୍ୱାସ୍ଥ୍ୟ ଶିବିର, ସ୍କୁଲକୁ ନେଇ ବାରମ୍ବାର ଖବର ସାମନାକୁ ଆସୁଥିଲେ ମଧ୍ୟ ରାଜ୍ୟ ସରକାର ଏହାପ୍ରତି କେଉଁଭଳି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାକୁ ନେଇ ନାନା ପ୍ରଶ୍ନ ଉଠୁଛି । 

ଆହୁରି ପଢନ୍ତୁ ଓଡିଶା ଖବର...
 

ମୁଖ୍ୟମନ୍ତ୍ରୀ
ବିଜେଡି ନିର୍ବାଚନୀ ଇସ୍ତାହାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଅର୍ଗସ ବ୍ୟୁରୋ : ବିଜେଡି ଜାରି କଲା ନିର୍ବାଚନୀ ଇସ୍ତାହାର । ଇସ୍ତାହାର ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡିଶା ନମ୍ବର ୱାନ ଘୋଷଣା ପତ୍ର ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । ସେ କହିଛନ୍ତ
ପ୍ରଧାନମନ୍ତ୍ରୀ
ଆସନ୍ତା କାଲି ଦୁଇ ଦିନିଆ ନିର୍ବାଚନ ପ୍ରଚାରରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ
ଆସନ୍ତା କାଲି ଭୁବନେଶ୍ୱରରେ ରୋଡ ସୋରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ସନ୍ଧ୍ୟା ୬ ଟାରେ ରାଜ୍ୟ କାର୍ଯ୍ୟାଳୟରୁ ବାଣୀବିହାର ପର୍ଯ୍ୟନ୍ତ ରୋଡ ସୋ କରିବେ ମୋଦି ଆସନ୍ତ
ଧର୍ମେନ୍ଦ୍ର
" ଲୋକଙ୍କୁ ଠକିଲେ ଲୋକମାନେ ହିଁ ଭାଙ୍ଗି ଦିଅନ୍ତି ସରକାର " - ଧର୍ମେନ୍ଦ୍ର
ଅର୍ଗସ ବ୍ୟୁରୋ : ନିର୍ବାଚନ ଫଳ ଆସିବା ପରେ ବିଜେଡିକୁ ଭାଙ୍ଗି ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ପରି ସରକାର ଗଠନ ଲାଗି ରଣନୀତି କରିଛି ବିଜେପି। ବରାଦି ସାମ୍ବାଦିକ ସମ୍ମିଳନୀରେ ବିଜେଡ