ଅଭିଯୋଗକାରୀ ଚାଷୀଙ୍କୁ ନକଲି ଚାଷୀ କହିଲେ ARCS
by Argus News
Fri, Jul 19 | 8:21 a.m.

ଅର୍ଗସ ବ୍ୟୁରୋ:  ସୁବର୍ଣ୍ଣପୁର ଜିଲ୍ଲା କମସରା ପ୍ରାଥମିକ କୃଷି ସେବା ସମବାୟରେ ଧାନ ବିକ୍ରି ଟଙ୍କା ହଡ଼ପ ଘଟଣା । ଚାଷୀଙ୍କ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ୍ କରି ମାଲେମାଲ୍ ପ୍ୟାକ୍ସ କର୍ମଚାରୀ । ଦୁର୍ନୀତିରେ ପୁରା ବିଭାଗ ସାମିଲ୍ ଥିବାବେଳେ ଦୋଷୀଙ୍କୁ ଘଣ୍ଟ ଘୋଡାଇବାକୁ ଚାଲିଛି ଚେଷ୍ଟା । ଅଭିଯୋଗକାରୀ ଚାଷୀଙ୍କୁ ନକଲି ଚାଷୀ କହି ଉପରିସ୍ଥ ଅଧିକାରୀଙ୍କୁ ବଞ୍ଚାଉଛନ୍ତି ତଦନ୍ତ ଦାୟିତ୍ବରେ ଥିବା ARCS । ସେପଟେ ସମବାୟ ସମ୍ପାଦକ ଓ ଡିଇଓଙ୍କ କଥାରେ ରହୁନି ତାଳମେଳ । ଚାଷୀଙ୍କ ଟଙ୍କା ହଡ଼ପ ଲାଗି ଡିଇଓଙ୍କୁ ଦୋଷ ଦେଇଛନ୍ତି ସମବାୟ ସମ୍ପାଦକ । ହେଲେ ଡିଇଓ ଦୋଷୀ ନୁହେଁ ବୋଲି ଦେଖାଇଛନ୍ତି ଦମ୍ଭୋକ୍ତି ।

ଅନ୍ୟପଟେ ଚର୍ଚ୍ଚାରେ ଡିଇଓଙ୍କ ହାତଲେଖା ପ୍ରତିଶ୍ରୁତି । ଘଟଣାରେ କେବଳ ମୁଁ ଅଛି । ଚାଷୀଙ୍କ ଟଙ୍କା ଫେରସ୍ତ କରିବାକୁ ଏହି ଚିଠିରେ ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି ଡିଇଓ । ସେପଟେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ ଧାନ ବିକ୍ରି କରିଥିବା ଚାଷୀଙ୍କୁ ପ୍ରାପ୍ୟ ପ୍ରଦାନ କରିବାକୁ ଦାବି କରିଛନ୍ତି ଚାଷୀ ନେତ୍ରୀ । ଅପରପକ୍ଷେ ସମବାୟ ବିଭାଗର ମନ୍ତ୍ରୀଙ୍କ ସହ ଆଲୋଚନା କରି ଚାଷୀଙ୍କୁ ନ୍ୟାୟ ପ୍ରଦାନ କରାଯିବ କହିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ । କମସରା ପ୍ୟାକସରେ ଧାନ ବିକ୍ରି କରିଥିବା ପ୍ରାୟ ୨୦ ଜଣ ଚାଷୀ ୧୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ପାଇନାହାନ୍ତି । ଅଭିଯୋଗକାରୀ ଚାଷୀଙ୍କୁ ନକଲି ଚାଷୀ କହି ଖସି ପଳାଇବାକୁ ଚେଷ୍ଟା ଚଳାଇଛନ୍ତି ଦୁର୍ନୀତିଗ୍ରସ୍ତ କର୍ମଚାରୀ । ଘଟଣାର ତଦନ୍ତ ହେଲେ ସତ୍ୟାସତ୍ୟ ପଦାକୁ ଆସିବା ସହ ଚାଷୀ ପାଇବେ ନ୍ୟାୟ ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

ଗ୍ୟାସ ସିଲିଣ୍ଡର
ଗ୍ୟାସ ସିଲିଣ୍ଡର ବିସ୍ଫୋରଣ: ୬ ମୃତ
ଅର୍ଗସ ବ୍ୟୁରୋ: ଉତ୍ତର ପ୍ରଦେଶ ସିକନ୍ଦରାବାଦର ଆଶାପୁରୀ କଲୋନୀରେ ଏକ ଘରେ ଘଟିଥିବା ସିଲିଣ୍ଡର ବିସ୍ଫୋରଣରେ ଅତି କମରେ ୬ଜଣଙ୍କର ମୃତ୍ୟୁ ଘଟିଛି। ବୁଲନ୍ଦସହର ଜିଲା ମାଜିଷ୍ଟ୍ରେଟ ଏଏନଆ
ବେଙ୍ଗାଲୁରୁରେ ନିର୍ମାଣ
ବେଙ୍ଗାଲୁରୁରେ ନିର୍ମାଣାଧୀନ କୋଠା ଭୁଶୁଡ଼ିଲା: ଜଣେ ମୃତ
ଅର୍ଗସ ବ୍ୟୁରୋ: ବେଙ୍ଗାଲୁରୁରେ ଗତ କିଛି ଦିନ ହେଲା ପ୍ରବଳ ବର୍ଷା ଜାରି ରହିଛି । ଏଥିପାଇଁ ଜନଜୀବନ ପ୍ରଭାବିତ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ସହରରେ ଏକ ନିର୍ମାଣାଧୀନ ବହୁତଳ କୋଠା ଭୁଶୁଡ଼
AUSTRALIA
ଅଷ୍ଟ୍ରେଲିଆରେ କେନ୍ଦ୍ରମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ
ଅର୍ଗସ ବ୍ୟୁରୋ: ଅଷ୍ଟ୍ରେଲିଆରେ ପହଞ୍ଚିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଗତ ଦୁଇ ଦିନ ଧରି ସିଙ୍ଗାପୁରରେ ସମସ୍ତ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଆଜି ଅଷ୍ଟ୍ରେଲିଆର ମେଲବର୍ଣ୍ଣର