ସମ୍ବଲପୁରରେ ମହାଭାରତ , ମହିଳା ସାମ୍ବାଦିକାଙ୍କୁ ଆକ୍ରମଣ
by Argus News
Fri, May 24 | 7:54 p.m.

ଅର୍ଗସ ବ୍ୟୁରୋ: ଏ ତ ଥିଲା ରେଙ୍ଗାଲୀର ଚିତ୍ର ।  ଆଜି ଠେଲକୋଇରେ ବିଜେଡି ନେତାମାନେ ଟଙ୍କା ବାଣ୍ଟୁଥିବା ବେଳେ ଏ ନେଇ ଭିଡିଓ ଉତ୍ତୋଳନ କରିବା ସମୟରେ ଅର୍ଗସର ରେଙ୍ଗାଲୀ ପ୍ରତିନିଧି ହିମାଶୁଂ ଦାସ ଓ ଭିଡିଓ ଜର୍ଣ୍ଣାଲିଷ୍ଟ ସ୍ମିତା ପାତ୍ରଙ୍କୁ ଦୁର୍ବ୍ୟବହାର ସହ କରାଯାଇଛି ଆକ୍ରମଣ । ଦେଖନ୍ତୁ ଏ ଦୃଶ୍ୟକୁ କେମିତି ରକ୍ତମୁଖା ହୋଇଛନ୍ତି ବିଜେଡି ନେତାମାନେ । ଆଉ ଗାଡିରେ ଥିବା ସାମ୍ବାଦିକ ଓ ସାମ୍ବାଦିକାଙ୍କୁ କେମିତି କରୁଛନ୍ତି ଆକ୍ରମଣ ସହ ଦୁର୍ବ୍ୟବହାର ।
ନମ୍ବର ଦୁଇ ଷ୍ଟାର ପ୍ରଚାରକ ଭୈରବ କାର୍ତ୍ତିକେୟନ୍ ପାଣ୍ଡିଆନ୍ ଓ ଦଳର ନମ୍ବର 3 ଷ୍ଟାର ପ୍ରଚାରକ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କର ସମ୍ବଲପୁର ହୋଇଛି ସମ୍ମାନର ପ୍ରଶ୍ନ ।

ବିଜେପିର ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କର ବିକାଶ , ସଂସ୍କୁତି , ସ୍ବାଭିମାନ୍ ଓ ଅସ୍ମିତାକୁ କରିଛନ୍ତି ମୁଖ୍ୟ ପ୍ରସଙ୍ଗ 
ଧର୍ମେନ୍ଦ୍ରଙ୍କ ବିଜୟ , ବିଜେଡିର ନମ୍ବର 2 ଓ 3କୁ ଦେବ ବଡ ଧକ୍କା ।
ପିଇବାକୁ ପାଣି ନାହିଁ , ସ୍କୁଲରେ ଶିକ୍ଷକ ନାହାନ୍ତି , ଡାକ୍ତରଖାନାରେ ଡାକ୍ତର ନାହାନ୍ତି, ପ୍ରସୂତି ଭାରରେ ବୁହା ହେଉଛନ୍ତି
ସେପଟେ ଓଡିଆ ନେତାଙ୍କୁ ପାଣ୍ଡିଆନ୍ କରିସାରିଲେଣି ଟେଣ୍ଟ , ଟ୍ରାଫିକ୍ ମ୍ୟାନେଜର
ଖୋଦ୍ ପ୍ରାର୍ଥୀ ନିଜେ କହୁଛନ୍ତି ସେ ପାଣ୍ଡିଆନଙ୍କର କ୍ରୀତଦାସ
ସମ୍ବଲପୁରରେ ବିକାଶ ଓ ସ୍ୱାଭିମାନକୁ ନେଇ ବଡ ବିବାଦ
ଏ ପ୍ରସଙ୍ଗ , ବିଜେଡିକୁ ପକାଇଛି ବ୍ୟାକଫୁଟରେ

ଟଙ୍କା ବଣ୍ଟା , ଏକମାତ୍ର ଭରସା ପାଲଟିଛି ବିଜେଡି । ଆଉ ସତ ଦେଖାଇଲେ ରକ୍ତମୁଖା ହେଉଛି ବିଜୁ ଜନତା ଦଳ । ଆଉ ବିଜେଡି ଟଙ୍କା ବାଣ୍ଟୁଥିବା ବେଳେ ଖବର ପ୍ରସାରଣ କଲେ  ବିଜେଡି ନେତାମାନେ ସାମ୍ବାଦିକ ଓ ସାମ୍ବାଦିକାଙ୍କୁ କରୁଛନ୍ତି ଆକ୍ରମଣ । ଯାହାକୁ ବିଭିନ୍ନ ମହଲରେ କରାଯାଇଛି ନିନ୍ଦା ।
ମା'କୁ ସମ୍ମାନର ବାହାସ୍ପୋଟ ମାରୁଥିବା ବିଜୁ ଜନତା ଦଳର ଅସଲମୁଖା ଏବେ ପଦାରେ ପଡିଛି । ସମ୍ବିଧାନର ମୁଖବନ୍ଧରେ ଅହିଂସାକୁ ସାମିଲ କରିବା କଥା କହୁଥିବା ଦଳ ରାଜରାସ୍ତାରେ ଘଟାଉଛି ହିଂସା। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ