ସିନେମା ଷ୍ଟାଇଲରେ ବୁଲାଇଲେ କଳାକନା
by Argus News
Sun, Mar 17 | 7:58 a.m.

ଅର୍ଗସ ବ୍ୟୁରୋ: ସିନେମା ଷ୍ଟାଇଲରେ ବୁଲାଇଲେ କଳାକନା। ଘରେ କେହି ନଥିବାର ସୁଯୋଗ ନେଇ ଗ୍ରିଲ ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ଏଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ଫତେଗଡ ଥାନା ବନମାଳିପୁର ପଞ୍ଚାୟତ ପୁରୁଷୋତ୍ତମପୁର ଗ୍ରାମରେ। ମନୋଜ କୁମାର ସାହୁଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ଟଙ୍କା ଲୁଟ ହୋଇଥିବା ନେଇ ଫତେଗଡ ଥାନାରେ ଅଭିଯୋଗ ହୋଇଛି।  ମନୋଜ ପରିବାର ସହ ଭୁବନେଶ୍ଵରରେ ରୁହନ୍ତି। ଗ୍ରାମରେ ଥିବା ଘରେ ତାଲା ପଡିବା ସହ ସୁରକ୍ଷା କାରଣରୁ ସିସିଟିଭି ଲଗାଯାଇଥିଲା।

ତେବେ ଦୁଇଦିନ ତଳେ ସିସିଟିଭି ଅଚଳ ଦେଖାଇବାରୁ ନିଜ ଗ୍ରାମ ବନମାଳିପୁରରେ ରହୁଥିବା ଝିଆରୀକୁ ଏ ସମ୍ପର୍କରେ ଜଣାଇଥିଲେ। ମନୋଜଙ୍କ ଝିଆରୀ ଘର ଦେଖିବାକୁ ଆସିବାରେ ତାଲା ଭାଙ୍ଗି ଲୁଟ ହୋଇଥିବା ନେଇ ଖବର ଦେଇଥିଲେ। ଲୁଟେରା ମାନେ ପ୍ରଥମେ ଘର ସମ୍ମୁଖ ଗ୍ରୀଲ ଭାଙ୍ଗି ଭିତରେ ପଶିବା ସହ ଏକାଧିକ ରୁମ ତାଲା ଓ କବାଟ ଭାଙ୍ଗି ନଗଦ ୩୦ ହଜାର ଟଙ୍କା ଏବଂ ସୁନାଗହଣା ଲୁଟି ନେଇଛନ୍ତି। ଏ ସମସ୍ତ ଅଳଙ୍କାର ଓ ନଗଦ ଟଙ୍କା ମିଶି ୧ ଲକ୍ଷରୁ ଊର୍ଦ୍ଧ୍ଵ ହେବ ବୋଲି ଥାନାରେ ଅଭିଯୋଗ ହୋଇଛି। ରାତିରେ ଏହି ଲୁଟ ହୋଇଥିବା ବେଳେ ଅତ୍ୟନ୍ତ ଚତୁରତାର ସହ ସିସିଟିଭି ଭାଙ୍ଗି ଲୁଟ କରିଥିବା ବେଳେ ସିସିଟିଭି ହାର୍ଡଡିସ୍କକୁ ମଧ୍ୟ ସାଥିରେ ନେଇ ଯାଇଛନ୍ତି ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ