ଅରୁଣାଚଳ ପ୍ରଦେଶ: ବିଧାନସଭା ନିର୍ବାଚନ ଆରମ୍ଭ ହେବା ପୂର୍ବରୁ ବିଜେପିର ୧୦ ପ୍ରାର୍ଥୀ ବିଜୟୀ
by Argus News
Sun, Mar 31 | 7:43 a.m.

ଅର୍ଗସ ବ୍ୟୁରୋ: ବିନା ଭୋଟିଂରେ ବିଜେପିର ବିଜୟ । ଅରୁଣାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ଆରମ୍ଭ ହେବା ପୂର୍ବରୁ ବିଜେପିର 10 ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ବିରୋଧୀ ଦଳର ପ୍ରାର୍ଥୀଙ୍କ ପକ୍ଷରୁ ନାମାଙ୍କନ ପତ୍ର ପ୍ରତ୍ୟାହାର ଓ ନାମାଙ୍କନ ଖାରଜ ହେବା ପରେ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ସମେତ 10 ପ୍ରାର୍ଥୀ ନିର୍ଦ୍ବନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ପେମା ଖାଣ୍ଡୁଙ୍କ ସହ ଜିରୋ ଆସନରୁ ହେଗ୍ ଆପ୍ପା, ରୋଇଙ୍ଗ୍ ଆସନରୁ ମୁଚୁ ମିଥି, ସାଗାଲି ଆସନରୁ ରାତୁ ତେଜି, ଇଟାନଗର ଆସନରୁ ତେଜି କାସୋ, ତାଲି ଆସନରୁ ଜାଇକ୍ ତାକୋ ଏବଂ ତାଲିହା ଆସନରୁ ନ୍ୟାତୋ ଦୁକାମ ବିଜୟୀ ହୋଇଛନ୍ତି ।

ସେପଟେ ବିଜୟ ସହ ପେମା ଖାଣ୍ଡୁ ଲଗାତର ପଞ୍ଚମଥର ମୁଖ୍ୟମନ୍ତ୍ରୀ ହେବା ଆଡ଼କୁ ଅଗ୍ରସର ହୋଇଛନ୍ତି । ଏହା ପୂର୍ବରୁ ୨୦୧୧ରେ ସେ ମୁକ୍ତୋ ଆସନରୁ ନିର୍ଦ୍ବନ୍ଦ୍ୱରେ ନିର୍ବାଚିତ ହୋଇଥିଲେ । କାରଣ ସେହିବର୍ଷ ତାଙ୍କ ପିତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦୋର୍ଜି ଖାଣ୍ଡୁଙ୍କର ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଅରୁଣାଚଳ ପ୍ରଦେଶରେ ବିଧାନସଭା ଓ ଲୋକସଭା ନିର୍ବାଚନ ଏକକାଳୀନ ହେବ। ଏପ୍ରିଲ ୧୯ ତାରିଖରେ ୬୦ ଆସନ ବିଶିଷ୍ଟ ବିଧାନସଭା ଏବଂ ୨ଟି ଲୋକସଭା ଆସନ ପାଇଁ ନିର୍ବାଚନ ହେବ। ଜୁନ୍ ୨ ତାରିଖରେ ମତଗଣନା ହେବ।

ଅଧିକ ପଢ଼ନ୍ତୁ ଦେଶ ଖବର:

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା