ସଞ୍ଜ ନଇଁଲେ ମାତ୍ରେ ବଢିଲା ଟେନସନ୍, ଶୂନଶାନ ହୋଇଯାଉଛି ରାସ୍ତାଘାଟ
by Argus News
Sat, Oct 05 | 5:54 p.m.

ଅର୍ଗସ ବ୍ୟୁରୋ:  ସଞ୍ଜ ନଇଁଲେ ମାତ୍ରେ ବଢିଲା ଟେନସନ୍ । ଶୂନଶାନ୍ ହୋଇଯାଉଛି ରାସ୍ତାଘାଟ । ଗାଁରୁ ବାହାରିବାକୁ ଲାଗୁଛି ଭୟ । ସବୁଠି ବିଜୁଳି ନଥିବାବେଳେ କିଟ୍ କିଟ୍ ଅନ୍ଧାରରେ ପାଦେ ପାଦେ ବିପଦ । ସ୍ବାଧୀନତାର ଦୀର୍ଘ ବର୍ଷ ପରେ ବି ଏଭଳି ଦୟନୀୟ ଅବସ୍ଥାରେ ଜୀବନ କାଟୁଛନ୍ତି 30ରୁ ଅଧିକ ଆଦିବାସୀ ପରିବାର । ଆମେ କହୁଛୁ ଗଜପତି ଜିଲ୍ଲା ଆର. ଉଦୟଗିରି ବ୍ଲକ୍ ଡାବରା ଗୁଡ଼ା ପଞ୍ଚାୟତର କରଞ୍ଜସାହି ଗାଁ କଥା । ଗାଁକୁ ଭଲ ରାସ୍ତା ଖଣ୍ଡିଏ ଆଜି ଯାଏଁ ହୋଇପାରିଲା ନାହିଁ । ଦେଢ ହାତ ଓସାରିଆ ମାଟି ପଥର ଖାଲ ଖମାର ରାସ୍ତା । ତା ଉପରେ ରାତି ହୋଇଗଲେ ଯାତୟତ ପଥରେ ଆଲୁଅର ନାହିଁ ବ୍ୟବସ୍ଥା । ଆଉ ୟେ ଚିତ୍ର ହେଉଛି ତାର ପ୍ରମାଣ । ଟର୍ଚ୍ଚ ଆଲୁଅ ମାରି ୟେ ଜଙ୍ଗଲ ରାସ୍ତାରେ କିଏ ବା ଯିବାକୁ ସାହାସ୍ କରିବ । ପାରୁନଥିବାବେଳେ କୁନି କୁନି ପିଲା ୟେ ରାସ୍ତାରେ ସ୍କୁଲ୍ ଯିବାକୁ କୁଣ୍ଠାବୋଧ କରନ୍ତି ।

ଖାଲି ସେତିକି ନୁହେଁ, ପାଣି ପାଇଁ ବି ଏଠି ନିତି ସଂଘର୍ଷ । ବର୍ଷା ଦିନେ ପରିତ୍ୟକ୍ତ କୂଅର ଗୋଳିଆ ପାଣି ହିଁ ଭରସା । ଆଉ ଖରାଦିନେ ଦୀର୍ଘ କିମି ଚାଲି ଚାଲି ଯାଇ ନଦୀରୁ ପାଣି ଆଣଥାନ୍ତି । ଶିକ୍ଷା, ସ୍ବାସ୍ଥ୍ୟ ଭଳି ଅନେକ ସରକାରୀ ସୁବିଧାରୁ ବଞ୍ଚିତ ଗ୍ରାମବାସୀ । ଦୀର୍ଘ ବର୍ଷ ହେଲା ସମସ୍ୟା ସଂପର୍କରେ ବ୍ଲକ ପ୍ରଶାସନଠୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଯାଏଁ ଗୁହାରି କରି ଆସିଛନ୍ତି । ହେଲେ 24 ବର୍ଷର ବିଜେଡି ସରକାରର କାନରେ ପଡିଲାନି ଗୁହାରି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ଗ୍ୟାସ୍‌ ଲିକ୍
42m ago
କେମିକାଲ ଫ୍ୟାକ୍ଟ୍ରିରୁ ଗ୍ୟାସ୍‌ ଲିକ୍ , ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣ
ଅର୍ଗସ ବ୍ୟୁରୋ : କେମିକାଲ ଫ୍ୟାକ୍ଟ୍ରିରୁ ଗ୍ୟାସ୍‌ ଲିକ୍‌ ଘଟଣା। ସଘଟଣା ସ୍ଥଳରେ ପହଞ୍ଚିଲେ ଅତିରିକ୍ତ ଜିଲ୍ଲାପାଳ। ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ପରଖିବାଛନ୍ତି। ଅଗ୍ନିଶମ
ମଟନ୍ ବିରିୟାନୀ
ଜେଲରେ କଏଦୀଙ୍କୁ ମିଳିବ ମଟନ୍ ବିରିୟାନୀ
ଅର୍ଗସ ବ୍ୟୁରୋ : କଏଦୀଙ୍କ ପାଇଁ ଦଶହରା ଭେଟି । ଜେଲରେ ମିଳିବ ବିରିୟାନୀର ମଜା । ପଶ୍ଚିମବଙ୍ଗ ସରକାରଙ୍କ ନିଷ୍ପତ୍ତି । ଅକ୍ଟୋବର ୯ରୁ ୧୨ ତାରିଖ ଯାଏଁ ଜେଲରେ କଏଦୀଙ୍କୁ ମିଳିବ ସ୍ବାଦିଷ୍
ହରିୟାଣା ନିର୍ବାଚନ
ହରିୟାଣା ନିର୍ବାଚନ ; ସଂଧ୍ୟା ୬ଟା ସୁଦ୍ଧା ହୋଇଛି ୬୫ ପ୍ରତିଶତ ମତଦାନ
ଅର୍ଗସ ବ୍ୟୁରୋ : ଶେଷ ହୋଇଛି ହରିୟାଣା ନିର୍ବାଚନ । ନିର୍ବାଚନ କମିଶନ ତଥ୍ୟ ଅନୁସାରେ ସଂଧ୍ୟା 6ଟା ସୁଦ୍ଧା ହୋଇଛି 65 ପ୍ରତିଶତ ମତଦାନ । ଗତ 1 ତାରିଖରେ ଜମ୍ମୁ କାଶ୍ମୀର ନିର୍ବାଚନ ଶେଷ ହେବ