ଖରା ଯେତିକି ବଢୁଛି, ପାଣି ସମସ୍ୟା ସେତିକି ଉତ୍କଟ
by Argus News
Fri, Mar 22 | 6:21 p.m.

ବୌଦ୍ଧ: ଖରା ଯେତିକି ବଢୁଛି, ପାଣି ସମସ୍ୟା ସେତିକି ଉତ୍କଟ ହେଉଛି। ଚାରିଆଡ଼େ ପାଣି ପାଇଁ ଦେଖା ଦେଇଛି ହା ହା କାର। ପିଇବା ପାଣି ପାଇଁ ୨୦୦ ପରିବାରର ସାହାରା ସାଜିଛି ପରିତ୍ୟକ୍ତ ଅବସ୍ଥାରେ ଥିବା ଖୋଲା କୂଅ।  । ପାଣି ପାଇଁ ଦହଗଂଜ ହାଟପଦା ନୁଆଁ ସାହି। ମୁନ୍ଦାଏ ପାଣି ପାଇଁ ହେଉଛନ୍ତି ଡହଳ ବିକଳ, ରାତି ପାହିଲେ ଲୋକଙ୍କୁ ଘାରୁଛି ପାଣି ଚିନ୍ତା...ଗରାଏ ପାଣି ପାଇଁ ଯିବାକୁ ପଡୁଛି ବହୁଦୁର । ୨୦୦ ପରିବାରର ସାହାରା ସାଜିଛି ପରିତ୍ୟକ୍ତ କୂଅ, ଏହି କୂଅରୁ ପାଣି ଗରାଏ ପାଇଁ ଲାଗୁଛି ମହିଳାଙ୍କ ଭିଡ଼ l ବୌଦ୍ଧ ମୁଣ୍ଡାପଡା ପଂଚାୟତ ହାଟପଦା ନୁଆଁ ସାହିରେ ଦେଖିବାକୁ ମିଳିଛି ଏଭଳି ଜଳ ସଙ୍କଟ l

ଗାଁରେ ଫେଲ୍ ମାରିଛି ବସୁଧା ଯୋଜନା। ସରକାରୀ ଯୋଜନାରେ ନିର୍ମାଣ ହୋଇଛି 50ହଜାର ଲିଟର ବିଶିଷ୍ଟ ପାଣିଟାଙ୍କି l ଘରେ ଘରେ ପାଣି ପାଇଁ କନେକ୍ସନ ମଧ୍ୟ ଦିଆଯାଇଛି, ହେଲେ କୋମାରେ ପଡିଛି ବସୁଧା ପାଣି ଟାଙ୍କି l ଏପଟେ 30 ଫୁଟର କୂଅରୁ ପାଣି ଆଣିବା ପାଇଁ ଲାଗୁଛି ଲମ୍ବା ଲାଇନ୍।  ନୁଆଁ ସାହିରେ ଖାଲି ପାଣି ନୁହେଁ ବିଦ୍ୟୁତ୍ ଯୋଗାଣ ମଧ୍ୟ ମୁଖ୍ୟ ସମସ୍ୟା ପାଲଟିଛି । ସନ୍ଧ୍ୟା ହେଲେ କିଟ କିଟ ଅନ୍ଧାରରେ ବୁଡି ଯାଉଛି ପୁରା ଗାଁ ।  ଏନେଇ ସ୍ଥାନୀୟ  ପ୍ରଶାସନ ନିକଟରେ ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରୁ ନଥିବା ଅଭିଯୋଗ ହୋଇଛି।  ସମସ୍ୟାର ସମାଧାନ ନହେଲେ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ l 
 
ଅଧିକ ପଢନ୍ତୁ ଓଡ଼ିଶା ଖବର 

ଉଚ୍ଚ ଜୁଆର
27m ago
ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ
ଅର୍ଗସ ବ୍ୟୁରୋ: ଗଞ୍ଜାମରେ ଅଶାନ୍ତ ସମୁଦ୍ର। ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ। ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି
ରାଇବଣିଆ ଅଞ୍ଚଳରେ
31m ago
ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ
ଅର୍ଗସ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତି ପଲର ଉପଦ୍ରବ। ଲୋକେ ଭୟଭୀତ ଅଛନ୍ତି। ସୂଚନା ଅନୁଯାୟୀ ଗତକାଲି ରାତିରେ ରାଇବଣିଆର ଲୁହାପଡ
ଆଜିଠାରୁ ଏକମାସ
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ