ପ୍ରଚାର ଆରମ୍ଭ କଲେ ବିଜେପିର ଦୁଇ ଟାଣୁଆ ନେତା
by Argus News
Thu, Apr 04 | 5:50 p.m.

ପୁରୀ: ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ନିର୍ବାଚନୀ ଅଭିଯାନ ଆରମ୍ଭ କଲେ ପୁରୀ ଜିଲ୍ଲା ବିଜେପିର ଦୁଇ ଟାଣୁଆ ପ୍ରାର୍ଥୀ । ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ ଓ ମହିଳା ନେତ୍ରୀ ପ୍ରଭାତି ପରିଡ଼ା ଆଜି ଜଗନ୍ନାଥ ଦର୍ଶନ କରିବା ସହ ନିଜର ନିର୍ବାଚନୀ ଅଭିଯାନ ଆରମ୍ଭ କରିଛନ୍ତି । ଆଶ୍ରିତ ପୁରୀ ଜିଲ୍ଲା ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ହୋଇଥିବାବେଳେ ପ୍ରଭାତି ନିମାପଡ଼ା ବିଧାନସଭା ପ୍ରାର୍ଥୀନି ଭାବରେ ବିଜେପି ଟିକେଟ୍ ହାତେଇଛନ୍ତି ।

ମହାପ୍ରଭୁଙ୍କ ଦର୍ଶନ ପରେ ନିଜ ନିଜର ବିଜୟକୁ ନେଇ ଦୃଢ଼ୋକ୍ତି ପ୍ରକାଶ କରିବା ସହ ପୁରୀ ଜିଲ୍ଲା ଅନ୍ତର୍ଗତ ୬ ଟି ଯାକ ବିଧାନସଭା  ଆସନ ବିଜେପି ହାତେଇବ ବୋଲି କହିଛନ୍ତି । ମହାପ୍ରଭୁଙ୍କ ପାଖରେ ନିଜର ଲୋକସେବାକୁ ସମର୍ପଣ କରିଛୁ । ତାଙ୍କୁ ହିଁ ସବୁ ଶ୍ରେୟ ବୋଲି ଉଭୟ ପ୍ରତିକ୍ରିୟା ରଖିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗରିବ କଲ୍ୟାଣ ଓ ଲୋକ କଲ୍ୟାଣ ଯୋଜନାକୁ ନିର୍ବାଚନ ମଣ୍ଡଳୀରେ ଘରେ ଘରେ ପହଞ୍ଚାଇବା ଲକ୍ଷ୍ୟ ରହିବ ବୋଲି ପ୍ରତିକ୍ରିୟାରେ କହିଛନ୍ତି । 

୧୭ ବର୍ଷର ରାଜନୀତିରେ ଲୋକଙ୍କ ପାଇଁ ସେବା କରିବା ସହ ଅଧର୍ମ ବିରୋଧରେ ଲଢେଇ ଜାରି ରଖିଛି । ଲୋକ ଥରୁଟିଏ ମତେ ବିଶ୍ୱାସ କରିବେ ବୋଲି କହିଛନ୍ତି ପ୍ରଭାତୀ । ଠିକ୍ ସେହିପରି ପିପିଲିରେ ୩୫ ବର୍ଷର ପରିବାରବାଦ ଏଇ ଥର ଶେଷ ହେବ ବୋଲି କହିଛନ୍ତି ଆଶ୍ରିତ । ଖଣି,ଖଦାନ,ଜମି, ମାଫିଆଙ୍କୁ ଏଥର ନିର୍ବାଚନ ଉଚିତ୍ ଜବାଵ ଦେବ ବୋଲି କହିଛନ୍ତି ଆଶ୍ରିତ ।
ଆଶ୍ରିତଙ୍କ ବିରୋଧରେ ପିପିଲିରେ ଶାସକ ଦଳର ବାହୁବଳୀ ଦିବଂଗତ ପ୍ରଦୀପ ମହାରଥୀଙ୍କ ପୁତ୍ର ରୁଦ୍ର ମହାରଥୀ ରହିଥିବା ବେଳେ ସ୍ୱର୍ଗତ ମହାରଥୀଙ୍କ ମୃତ୍ୟୁ ପରେ ଆଶ୍ରୀତଙ୍କ ଠାରୁ ଉପନିର୍ବାଚନରେ ବାଜିମାତ କରିଥିଲେ ରୁଦ୍ର । ଠିକ୍ ସେହିଭଳି ପ୍ରଭାତୀ ନିମାପଡ଼ାର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ଦାସଙ୍କ ଠାରୁ ହାରି ଥିବାବେଳେ ଚଳିତ ଥର ଏଯାବତ୍ ପ୍ରଭାତୀଙ୍କ ବିରୋଧରେ ପ୍ରାର୍ଥୀ ଘୋଷଣା କରିନି ଶାସକ ଦଳ ।

ଆହୁରି ପଢନ୍ତୁ ଓଡିଶା ଖବର...
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ