ପିଜି କାଉନ୍‌ସିଲ୍ ଅଧ୍ୟକ୍ଷାଙ୍କୁ ଦୁର୍ବ୍ୟବହାର କରି ସହକାରୀ ପ୍ରଫେସର ନିଲମ୍ବିତ
by Argus News
Sat, Apr 20 | 9:06 a.m.

ସମ୍ବଲପୁର: ସାମାଜିକ ଗଣମାଧ୍ୟମ ରେ ପିଜି କାଉନ୍‌ସିଲ୍ ଅଧ୍ୟକ୍ଷାଙ୍କ ସମ୍ପର୍କରେ ଦୁର୍ବ୍ୟବହାର ଜନିତ ପୋଷ୍ଟ କରି ନିଲମ୍ବିତ ହେଲେ ସହକାରୀ ପ୍ରଫେସର । ସମ୍ବଲପୁର ବିଶ୍ୱବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡ. ରଜତ କୁଜୁରଙ୍କୁ ଚାକିରୀରୁ ନିଲମ୍ବିତ କରିଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ । 

ଡ. କୁଜୁର ସାମାଜିକ ଗଣମଧ୍ୟମରେ ବିଶ୍ୱବିଦ୍ୟାଳୟ ପିଜି କାଉନ୍‌ସିଲ୍ ଅଧ୍ୟକ୍ଷା ପ୍ରଫେସର ସଂଯୁକ୍ତା ଦାଶଙ୍କୁ ନେଇ ଆପତ୍ତିଜନକ ବା ଦୁର୍ବ୍ୟବହାର କରି କିଛି ପୋଷ୍ଟ କରିଥିଲେ । ଏହାକୁ ନେଇ ପ୍ରଫେସର ଦାଶ କୁଳପତିଙ୍କୁ ଲିଖିତ ଅଭିଯୋଗ କରିଥିଲେ । ତେବେ କୁଳପତିଙ୍କ ନିର୍ଦ୍ଦେଶ କ୍ରମେ କୁଳସଚିବ ଡ. କୁଜୁରଙ୍କୁ ଚାକିରୀରୁ ନିଲମ୍ବିତ କରିଥିବା ସୂଚନା ମିଳିଛି । 

ସୂଚନା ଥାଉକି ଏହା ଡ. କୁଜୁରଙ୍କ ଚତୁର୍ଥଥର ନିଲମ୍ନିତ ହେବା ସହିତ ତାଙ୍କୁ ଏହା ପୁର୍ବରୁ ପଦବନତି କରାଯାଇଥିବା ନଜିର ରହିଛି ।  ତେବେ ବାରମ୍ବାର ଡ.କୁଜୁର ନିଲମ୍ବିତ ହେବା ସତ୍ତ୍ୱେ ବିଶ୍ୱବିଦ୍ୟାଳୟ ପରିସରରେ ଏବଂ ଡିୟୁଟି ସମୟରେ ବିଶଶୁଙ୍ଖଳା ସୃଷ୍ଟି କରୁଥିବା ଜାରି ରଖିବା ଘଟଣା ଶିକ୍ଷା ବାତାବରଣରେ ତଥା ଛାତ୍ରଛାତ୍ରୀ ଏବଂ ଅନ୍ୟ ଅଧ୍ୟାପକଙ୍କ ଉପରେ ଏହାର କୁପ୍ରଭାବ ପଡୁଥିବା ଅଭିଯୋଗ ହେଉଛି ।

ଆହୁରି ପଢନ୍ତୁ ଓଡିଶା ଖବର...

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ