କେମିତି କଟିବ ଆଜି, କଣ ରହିଛି ଆପଣଙ୍କ ଭାଗ୍ୟଫଳ
by Argus News
Tue, May 14 | 7:33 a.m.

ଅର୍ଗସ ବ୍ୟୁରୋ : ୧୪.ମଙ୍ଗଳବାର : ଜାଣନ୍ତୁ ଆପଣଙ୍କ ଭାଗ୍ୟଫଳ 
ମେଷ-
ସ୍ୱାସ୍ଥ୍ୟ ସମସ୍ୟା ନେଇ ଚିନ୍ତାରେ ରହିବେ । ପରିବାର ସହ ସମୟ ବିତାଇବା ପାଇଁ ପସନ୍ଦ କରିପାରନ୍ତି । ବନ୍ଧୁ ମାନଙ୍କ ସହିତ ଭ୍ରମଣ ସୁଯୋଗ ଲାଭ କରିବେ । ପ୍ରିୟ ଜନଙ୍କ ସମ୍ମୁଖରେ ମନର ଭାବକୁ ପ୍ରକାଶ କରି କାମ ହାସଲରେ ସମର୍ଥ ହେବେ । 
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର -  ହନୁମାନଙ୍କର ପୂଜା ସହିତ ଚାଳିଶା ପାଠ କରନ୍ତୁ

ବୃଷ-
ବ୍ୟବସାୟୀ ମାନେ ନୂତନ ବାଣିଜ୍ୟର  ପରିକଳ୍ପନା କରିବେ ଓ ସେଥିରେ ପ୍ରଚୁର ଲାଭ ମିଳିବ । ଜୀବନ ସାଥୀଙ୍କ ସହିତ ଶାନ୍ତି ବାତାବରଣ ସୃଷ୍ଟି କରିବେ ଦୀର୍ଘଦିନରୁ ଅଟକି ରହିଥିବା ନିର୍ମାଣ ତଥା ବ୍ୟବସାୟ ଭିତିକ କାମ ଗୁଡିକ ସୁରୁଖୁରୁରେ ହୋଇଯିବ । କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରୁ ସ୍ଥଗିତ ରହିବା ଉଚିତ୍ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬    
ପ୍ରତିକାର – ଶ୍ରୀ ପର୍ଶୁରାମଙ୍କର ଫଟକୁ ପୂଜା କରନ୍ତୁ    

ମିଥୁନ-
ଭାଗ୍ୟ ଅପେକ୍ଷା କର୍ମ କୁ ଅଧିକ ବିଶ୍ୱାସ ଓ ଗୁରୁତ୍ୱ ଦେବେ । ଚାକିରୀରେ ଦୁଃଖ ବଢିବ । ମନରେ ଅତୀତ ଘଟଣା ଗୁଡିକ ଭାବାନ୍ତର ସୃଷ୍ଟି କରିବ । ଯାତ୍ରାରୁ ଫେରିବା ବାଟରେ କିଛି ନୂତନ ଜିନିଷ ଆଣିବା ପାଇଁ ମନ ବଳାଇବ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ

କର୍କଟ-
ବ୍ୟବସାୟ, ବାଣିଜ୍ୟରୁ ଭଲ ଲାଭ ପାଇବେ କିନ୍ତୁ ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିବ । ନିଜ ଲୋକଙ୍କ ପରୋକ୍ଷ ଶତୃତା ହେତୁ ଭାବପ୍ରବଣତା ବୃଦ୍ଦି ପାଇବ । ସଭାସମିତି କ୍ଷେତ୍ରରେ ପ୍ରଶଂସିତ ହେବେ । ପରିବହନ କ୍ଷେତ୍ରରେ ଆଶା ଠାରୁ ଅଧିକ ଫଳ ପାଇବ । ବିଦ୍ୟାର୍ଥୀ ମାନେ ଉଚ୍ଚ ଶିକ୍ଷା ଲାଭ କରିବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨    
ପ୍ରତିକାର – ମା  ଭୂବନେଶୂରୀଙ୍କ  ଗାୟିତ୍ରୀ ମନ୍ତ୍ର ପାଠ କରନ୍ତୁ 

ସିଂହ-
ବ୍ୟବସାୟରେ ଭଲ ବିକାକିଣା ହେବାରୁ ମନ ଖୁସି ହୋଇଯିବ । ଅନ୍ୟମନସ୍କତା କାରଣରୁ ଭୁଲ୍ବଶତଃ ଘରେ ଟଙ୍କା ଛାଡିଦେଇ ବାଟରେ ହଇରାଣ ହେବାକୁ ପଡିପାରେ। ଆକସ୍ମିକ ସମସ୍ୟାରେ ଉପସ୍ଥିତ ବୁଦ୍ଧି ଯୋଗୁ ବିପଦମୁକ୍ତ ହେବେ। ଏକାଧିକ କାମରେ ହାତ ଦିଅନ୍ତୁ ନାହିଁ, ଯାହାକି ସମସ୍ୟାର କାରଣ ହୋଇପାରେ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ମାତଙ୍ଗିଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ

କନ୍ୟା-
ପାରିବାରିକ ସ୍ଥିରତା  ହଠାତ୍ ଆସି ନପାରେ । ବନ୍ଧୁଙ୍କ ସାନ୍ନିଧ୍ୟ ଲାଭରୁ ଏକାନ୍ତବୋଧ ହ୍ରାସ ପାଇବ । କର୍ମକ୍ଷେତ୍ରରେ ସରକାରୀ ସ୍ତରରେ ସମ୍ମାନିତ ହେବେ ରାଜନୀତିରେ ନେତୃତ୍ୱ ବୃଦ୍ଧି ହେବ । କମ୍ ପରିଶ୍ରମ କରି ନିଜର ଉଦେଶ୍ୟ ହାସଲ କରିନେବେ । ରଚନାତ୍ମକ କାର‌୍ୟ୍ୟରୁ ପ୍ରଂଶସିତ ହୋଇ ପାରନ୍ତି    
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର -   ପ୍ରଭୁ ନାରାୟଣଙ୍କ ଫଟକୁ ପୂଜା କରନ୍ତୁ

ତୁଳା-
କାମରେ ଆପଣଙ୍କର ଏକାଗ୍ରତା ବଜାୟ ରହିବ । ବ୍ୟବସାୟରେ ଉନ୍ନତି ହେବ । ପ୍ରିୟତମଙ୍କ ସହିତ ସମ୍ବନ୍ଧ ଭଲ ରହିବ । ରାଜନୈତିକ କ୍ଷେତ୍ରରେ ବିବାଦିୟ ପରିସ୍ଥିତି ଦେଖାଦେଇ ପାରେ । ଆର୍ଥିକ ଦୃଷ୍ଟିରୁ,  ଅଧିକ ଖର୍ଚ୍ଚର ସମ୍ମୁଖୀନ ହୋଇପାରନ୍ତି ।  
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ପର୍ଶୁରାମ ଫଟକୁ ପୂଜାର୍ଚ୍ଚନା କରନ୍ତୁ

ବିଛା-
ବ୍ୟବସାୟ କ୍ଷେତ୍ରରେ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା ପାଇଁ ଚେଷ୍ଟା କରିବେ । ସାଂସ୍କୃତିକ କାର‌୍ୟ୍ୟକ୍ରମରେ ଯୋଗ ଦେବା ସକାଶେ ଆହୂତ ହୋଇପାରନ୍ତି  ମହିଳା ମାନେ  ପିଲାମାନଙ୍କ ସହ ଖୁସିରେ ସମୟ କଟାଇବେ । ଆପଣଙ୍କର ପ୍ରୟାସ ଯୋଗୁ ବଡ଼ ସଫଳତା ସହିତ ପୁରସ୍କୃତ ହେବେ
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ସୂର‌୍ୟ୍ୟ ଦେବତାଙ୍କୁ ଜଳ ଅର୍ପଣ କରି ଦିନ ଆରମ୍ଭ କରନ୍ତୁ

ଧନୁ-
ଦେଇଥିବା ଟଙ୍କା  ଫେରି ପାଇବେ । ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ଯୋଜନା କରିପାରନ୍ତି । ପୁରୁଣା ବନ୍ଧୁଙ୍କ ସହିତ ମିଳନ ହୋଇପାରେ । ସାମାଜିକ କାର୍ଯ୍ୟରେ ସମ୍ମାନିତ ହେବେ । 
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ତାରାଙ୍କର ପୂଜାର୍ଚ୍ଚନା କରନ୍ତୁ

ମକର-
ଶାରିରୀକ ଓ ମାନସିକ ସ୍ତରରେ ଉନ୍ନତି ଆସିବ । ନିଜର ମନ ଅନୁସାରେ କର୍ମ କ୍ଷେତ୍ରରେ ସ୍ୱାଧିନତା ପାଇବେ । ଅଫିସରେ ନୂଆ ସମ୍ପର୍କ ସୃଷ୍ଟି କରିବେ ବିଦ୍ୟାରେ ଶୁଭ ଯୋଗ ଓ ପ୍ରତିଯୋଗିତା ପରୀକ୍ଷାରେ ସଫଳତା ହାସଲ କରିବେ । ସାମାଜିକ କାର୍ଯ୍ୟରେ ସଫଳତା ଓ ମାନସମ୍ମାନ ବୃଦ୍ଧି ହେବ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ସୂର‌୍ୟ୍ୟଙ୍କର ଗାୟିତ୍ରୀ ମନ୍ତ୍ର ପାଠ କରନ୍ତୁ 

କୁମ୍ଭ-
ପ୍ରିୟ ଲୋକଙ୍କ ସହିତ ଭଲ ସମୟ ବିତାଇବ । ସ୍ୱାସ୍ଥ୍ୟ ଭଲ ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ବିଦ୍ୟାର୍ଥୀ ମାନେ ପାଠ ପଢାରେ କୃତିତ୍ୱ ଅର୍ଜନ କରିବେ । ଅନ୍ୟମନସ୍କ ହୋଇ କୌଣସି ଭୁଲ୍ କାମ କରି ଅନୁତାପ କରିପାରନ୍ତି । 
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ସବୁଜ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ

ମୀନ-
ଉଚ୍ଚ ସମ୍ଭାବନାର ଆଶ୍ୱାସନା ଲାଭ କରି ମାନସିକ ଶାନ୍ତି ପାଇବେ । ବ୍ୟବସାୟରେ ପ୍ରଚୁର ଲାଭ ହୋଇପାରେ ।ପିଲାମାନଙ୍କ କାର୍ଯ୍ୟ କଳାପରେ ସନ୍ତୁଷ୍ଟି ଲାଭ କରିବେ । ବନ୍ଧୁଙ୍କ ସହଯୋଗରେ କେତେକ ସମସ୍ୟାର ସମାଧାନ ହେବ । ପକେଟ ମାର ଜନିତ ଧନହାନି ଘଟିପାରେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ

ଅଧିକ ପଢନ୍ତୁ ରାଶିଫଳ ଖବର

ED
1m ago
୧୨ ଦୁର୍ନୀତିଖୋରଙ୍କ ଘରେ ପଶିବ ଇଡି
ଅର୍ଗସ ବ୍ୟୁରୋ: ବିଜେଡିରେ ଛନକା । ୧୨ ଦୁର୍ନୀତିଖୋରଙ୍କ ଘରେ ପଶିବ ଇଡି, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ପହଞ୍ଚିଲା ୧୨ କୋଟିପତି ସରକାରୀ ବାବୁଙ୍କ ମାମଲା । ଇଡି ପକ୍ଷରୁ ସେସବୁ ମାମଲା
ସର୍ବଭାରତୀୟ ନିଟ
25m ago
ସର୍ବଭାରତୀୟ ନିଟ ପରୀକ୍ଷାରେ ସଫଳ ହେବା ସହ ଡାକ୍ତର ହେବେ ଦିପୁ
ଅର୍ଗସ ବ୍ୟୁରୋ: ଜୀବନର ସଂଘର୍ଷ ତାଙ୍କୁ ଶିଖାଇଦେଇଛି ବଞ୍ଚିବା। ଯେଉଁ ବୟସରେ ବାପାଙ୍କ ହାତ ଧରି ଏ ଦୁନିଆକୁ ଦେଖିବା କଥା। ସେ ବୟସରେ ବିଧାତା ବି ତାଙ୍କୁ କଷଣ ଦେଇଛି। କିନ୍ତୁ ବାପାଙ୍
ମାଓ ପ୍ରବଣ ଅଞ୍ଚଳରେ
ମାଓ ପ୍ରବଣ ଅଞ୍ଚଳରେ ଗଞ୍ଜେଇ ଚାଷ କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠନ
ଅର୍ଗସ ବ୍ୟୁରୋ: ମାଓ ପ୍ରବଣ ଅଞ୍ଚଳରେ ଗଞ୍ଜେଇ ଚାଷ କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠନ। ଗଞ୍ଜେଇ ଚାଷ ଉପରେ ଅଙ୍କୁଶ ଲଗାଇ ମାଓବାଦୀଙ୍କ ଆୟ ଉପରେ ଲାଗିବ କଟକଣା। ଗଞ୍ଜେଇ ଚାଷ ବନ୍ଦ ହେଲ