ବିଜେଡିକୁ ବାଏ ବାଏ କଲେ  ଆଠମଲ୍ଲିକ ବିଧାୟକ ରମେଶ ସାଏ
by Argus News
Thu, Apr 04 | 9:04 p.m.

ଭୁବନେଶ୍ୱର : ଅନୁଗୁଳ ଜିଲ୍ଲାରେ ବିଜେଡିକୁ ଲାଗିଛି ବଡ଼ ଝଟକା। ଦଳ ଛାଡ଼ିଛନ୍ତି ଆଠମଲ୍ଲିକ୍ ବିଧାୟକ ରମେଶ ସାଏ। ଆଠମଲ୍ଲିକରେ ବିଜେଡି ପୂର୍ବତନ ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନଙ୍କୁ ଏଥର ଟିକେଟ୍ ଦେଇଛି। ତେଣୁ ରମେଶ ଅସନ୍ତୋଷ ହୋଇ ଦଳ ଛାଡ଼ିଥିବା କୁହାଯାଉଛି।

ରମେଶଙ୍କ ସହ ବିଜେଡି ଛାଡିଛନ୍ତି ଆଠମଲ୍ଲିକ୍ ବ୍ଲକ୍ ବିଜେଡି ସଭାପତି ବୃନ୍ଦାବନ ସାହୁ, ଜିଲ୍ଲା ପରିଷଦ ଜୋନ୍ 6 ସଦସ୍ୟ ଯୁଧିଷ୍ଠିର ସିଂହ ମଧ୍ୟ ବିଜେଡିରୁ ଇସ୍ତଫା ଦେଇଛନ୍ତି। ରମେଶ ସାଏ ଗୋଣ୍ଡ ସମାଜରୁ ଆସୁଛନ୍ତି। ଆଠମଲ୍ଲିକରେ ଗୋଣ୍ଡ ସମାଜର ଏକ ବଡ଼ ଭୋଟ୍ ବ୍ୟାଙ୍କ ରହିଛି। ତେଣୁ ରମେଶ ଦଳ ଛାଡ଼ିବା ନିର୍ବାଚନରେ ବିଜେଡିକୁ ମହଙ୍ଗା ପଡ଼ିବ ବୋଲି କୁହାଯାଉଛି। 2019 ନିର୍ବାଚନରେ ରମେଶ ସାଏ 47 ହଜାରରୁ ଅଧିକ ଭୋଟ୍ ବ୍ୟବଧାନରେ ବିଜୟ ହାସଲ କରିଥିଲେ। 
ଅଧିକ ପଢନ୍ତୁ ଓଡ଼ିଶା ଖବର 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ