ଅର୍ଗସ ପ୍ରତିନିଧିଙ୍କ କ୍ୟାମେରା ଭାଙ୍ଗିଲେ ବିଜେଡି କର୍ମୀ
by Argus News
Sat, May 25 | 11:23 a.m.

ଅର୍ଗସ ବ୍ୟୁରୋ: ଅର୍ଗସ ସାମ୍ବାଦିକଙ୍କୁ ଆକ୍ରମଣ । କ୍ୟାମେରା ଭାଙ୍ଗିଦେବାକୁ ମଧ୍ୟ ଚେଷ୍ଟା... ଧମକ ଚମକ ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି । ପ୍ରିଜାଇଡିଂ ଅଫିସର ବିଜେଡିରେ ଭୋଟ୍ ଦେବାକୁ କହୁଥିବା ଅଭିଯୋଗ ହୋଇଛି । କିଶୋରନଗର ବୋଇଶିଣା 64 ନଂ ବୁଥ୍ ରେ ଦେଖିବାକୁ ମିଳିଛି ଏହି ଘଟଣା । ଏନେଇ ଖବର ପ୍ରସାରଣ କରିବାରୁ ଅର୍ଗସ ସାମ୍ବାଦିକଙ୍କୁ ଆକ୍ରମଣ କରାଯାଇଛି ।

ଗଣମାଧ୍ୟମର କଣ୍ଠରୋଧ କରିବା ପାଇଁ ଶାସକ ଦଳ ଚେଷ୍ଟା କରୁଛି । ଅଭିଯୋଗ ଆଧାରରେ ପ୍ରିଜାଇଡିଂ ଅଫିସରଙ୍କୁ ଅର୍ଗସ ପ୍ରତିନିଧି ପ୍ରଶ୍ନ କରିବାରୁ ପ୍ରିଜାଇଡିଂ ଅଫିସର ମଧ୍ୟ ନାଲି ଆଖି ଦେଖାଇଛନ୍ତି । ତେବେ ଭୋଟରଙ୍କ କହିବା କଥା ପ୍ରିଜାଇଡିଂ ଅଫିସର ଚିରକୁଟରେ ଶଙ୍ଖ ଚିହ୍ନରେ ଭୋଟ୍ ଦେବାକୁ ଗୋଲ୍ ବୁଲାଇ ପ୍ରବର୍ତ୍ତାଉଛନ୍ତି । ଏନେଇ ଖବର ପ୍ରସାରଣ କରିବାରୁ ଅର୍ଗସ ପ୍ରତିନିଧିଙ୍କ ଉପରେ ଆକ୍ରମଣ ହୋଇଛି । 

ଆହୁରି ପଢନ୍ତୁ ଓଡିଶା ଖବର...
 

ଉଚ୍ଚ ଜୁଆର
10m ago
ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ
ଅର୍ଗସ ବ୍ୟୁରୋ: ଗଞ୍ଜାମରେ ଅଶାନ୍ତ ସମୁଦ୍ର। ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ। ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି
ରାଇବଣିଆ ଅଞ୍ଚଳରେ
14m ago
ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ
ଅର୍ଗସ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତି ପଲର ଉପଦ୍ରବ। ଲୋକେ ଭୟଭୀତ ଅଛନ୍ତି। ସୂଚନା ଅନୁଯାୟୀ ଗତକାଲି ରାତିରେ ରାଇବଣିଆର ଲୁହାପଡ
ଆଜିଠାରୁ ଏକମାସ
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ