ଇଞ୍ଜେକ୍ସନ ଦେଇ ଦଶମଶ୍ରେଣୀ ଛାତ୍ରଙ୍କୁ ଅପହରଣ ଉଦ୍ୟମ
by Argus News
Fri, Jul 05 | 5:47 p.m.

ଅର୍ଗସ ବ୍ୟୁରୋ: ଇଞ୍ଜେକ୍ସନ ଦେଇ ଦଶମ ଶ୍ରେଣୀ ଛାତ୍ରଙ୍କୁ ଅପହରଣ ଉଦ୍ୟମ। ଗାଁ ଲୋକଙ୍କ ପାଟି ଶୁଣି ଛାତ୍ରଙ୍କୁ ଛାଡି ଫେରାର ହେଲେ ଦୁବୃର୍ତ୍ତ। ଗୁରୁତର ଅବସ୍ଥାରେ ଛାତ୍ର ଜଣକୁ ମେଡିକାଲରେ ଭର୍ତ୍ତି କରାଯାଇଛି। ବୌଦ୍ଧ ମନମୁଣ୍ଡା ଥାନା ଗବଯୋର ଗାଁରେ ଏଭଳି ଘଟଣା ସାମ୍ନାକୁ ଆସିଛି। ସମ୍ବିତ ବାଗ ନାମକ ଛାତ୍ର ସ୍କୁଲକୁ ଆସୁଥିବା ବେଳେ ୫ଜଣ ଅଜଣା ଯୁବକ ବାଟରେ ଅଟକାଇବା ସହ ଇଞ୍ଜେକ୍ସନ ଦେଇଥିଲେ।

ଅଚେତ ଅବସ୍ଥାରେ ସମ୍ବିତଙ୍କୁ ଅପହରଣ ଉଦ୍ୟମ କରୁଥିବା ବେଳେ ଗାଁ ଲୋକଙ୍କ ପାଟି ଶୁଣି ଏହି ଦୁବୃର୍ତ୍ତ ମାନେ ସେଠାରୁ ଖସି ଯାଇଥିଲେ। ପରେ ପରିବାର ଓ ଗାଁ ଲୋକଙ୍କ ପକ୍ଷରୁ ସମ୍ବିତଙ୍କୁ ଅଚେତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସା ଚାଲିଛି। ତେବେ କିଏ ଓ କାହିଁକି ସମ୍ବିତଙ୍କୁ ଅପହରଣ କରିବାକୁ ଚାହୁଁଥିଲା ତାର କାରଣ ଅସ୍ପଷ୍ଟ ରହିଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ଅପହଞ୍ଚ ଗାଁ
15m ago
୫-ଜି ଯୁଗର ଅପହଞ୍ଚ ଗାଁ ରାଲିବେଡା
ଅର୍ଗସ ବ୍ୟୁରୋ: ୫-ଜି ଯୁଗର ଅପହଞ୍ଚ ଗାଁ ରାଲିବେଡା। ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ ଅନ୍ତର୍ଗତ ତୋଳାପାତି ଗ୍ରାମ ପଞ୍ଚାୟତର ରାଲିବେଡା । ରାତି ହେଲେ ଅନ୍ଧାରରେ ବୁଡି ଯା
ବର୍ଷା
21m ago
ଆଗାମୀ ୭ ଦିନ ଯାଏ ରାଜ୍ୟରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି
ଅର୍ଗସ ବ୍ୟୁରୋ: ରାଜ୍ୟ ଉପରେ ବର୍ତ୍ତମାନ କୌଣସି ପାଣିପାଗର ନିୟାମକ ସକ୍ରିୟ ନାହିଁ। ଫଳରେ ଆଗାମୀ ୭ ଦିନ ଯାଏ ରାଜ୍ୟରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତ
ଶବ୍ଦ ପ୍ରଦୂଷଣ
39m ago
ଏଥର ଦଶହରାରେ ଶବ୍ଦ ପ୍ରଦୂଷଣ ଉପରେ ଧ୍ୟାନ
ଅର୍ଗସ ବ୍ୟୁରୋ: ଏଥର ଦଶହରାରେ ଶବ୍ଦ ପ୍ରଦୂଷଣ ରୋକିବ କମିସନରେଟ ପୋଲି । ୬୫ ଡେସିବିଲରୁ ଅଧିକ ଶବ୍ଦ ହେଲେ ଜବତ ହେବ ସାଉଣ୍ଡ ବକ୍ସ, ରଦ୍ଦ ହେବ ଲାଇସେନ୍ସ । ନିୟମ ଖିଲାପକାରୀଙ୍