ଚଳଚଞ୍ଚଳ ଶ୍ରୀ ଲକ୍ଷ୍ମୀବରାହ ଜୀଉଙ୍କ ମନ୍ଦିର
by Argus News
Tue, Feb 20 | 7:03 p.m.

ଅର୍ଗସ ବ୍ୟୁରୋ : ଆଜି ଚଳଚଞ୍ଚ ହୋଇ ପଡ଼ିଛି ଆଳି । ଆଳିର ଆରାଧ୍ୟ୍ୟ ପ୍ରଭୁ ଶ୍ରୀ ଲକ୍ଷ୍ମୀବରାହ ଜୀଉଙ୍କ ଜନ୍ମ ଜୟନ୍ତୀ ବା ବରାହ ଦ୍ୱାଦଶୀ  ଧୂମଧାମରେ ପାଳିନ କରାଯାଉଛି । ବରାହ ଦ୍ୱାଦଶୀ ଉପଲକ୍ଷେ ଅଷ୍ଟପ୍ରହରୀ ଓ ହରିହାଟରେ ମନ୍ଦିର ପ୍ରାଙ୍ଗଣ ପ୍ରକମ୍ପିତ ହୋଉଛି ଆଳି । ମାଘ ମାସ ଦ୍ଵାଦଶୀ ଦିନ ବଡ଼ି ଭୋରୁ ପହଡ଼ ଖୋଲିଲା ପରେ ମଙ୍ଗଳ ଆଳତି ହୁଏ, ଜୀଉଙ୍କ ସ୍ନାନ କାର୍ଯ୍ୟ ସମାପନ ପରେ ଆଳିର ବର୍ତ୍ତମାନ ଆଳି ରାଜା ଶ୍ରୀ ବ୍ରଜ କେଶରୀ ଦେବ ଓ ରାଣୀ ସାହେବାଙ୍କ ଉପସ୍ଥିତିରେ ଠାକୁରଙ୍କୁ ସେବକ ମାନେ ଅଭିଷେକ କରନ୍ତି ଏହା ପରେ ଶ୍ରୀ ଜିଉ ରଜାବେଶ ହୁଅନ୍ତି ଏହା ପରେ ସର୍ବ ସାଧାରଣ ଦର୍ଶନ ପାଇଁ ଅନୁମତି ମିଳେ । 

ଏହା ସହ ସନ୍ଧ୍ୟା ସମୟରେ ୧୦୮ ନୈଷ୍ଠିକ ବ୍ରାହ୍ମଣଙ୍କ ଦ୍ଵାରା ହରିହାଟ ମହୋର୍ସବ ହେବା ସହ ନାମ ସଂକୀର୍ତ୍ତନରେ ମନ୍ଦିର ପରିବେଶ ମଧ୍ୟରେ ଏକ ଆଧ୍ୟାତ୍ମ୍ୟ ଭାବନା ଭରି ଉଠେ । ଆଜି ହଜାର ହଜାର ଶ୍ରଦ୍ଧାଳୁ ଭକ୍ତମାନଙ୍କ ସମାବେଶରେ ସମଗ୍ର ଆଳି ଅଞ୍ଚଳ ଉତ୍ସଵ ମୁଖର ହୋଇଉଠିଛି । ଆଳି ଅଞ୍ଚଳର ଆରାଧ୍ୟ ଦେବତା କହିଲେ ପ୍ରଭୁ ଲଷ୍ମୀବରାହ । ତେଣୁ ବରାହ ଦ୍ୱାଦଶୀରେ ଆଳି ଚଳଚଞ୍ଚଳ ହୋଇପଡେ ।  ଛୋଟରୁ ବଡ଼ ସମସ୍ତେ ସାମିଲ ହୁଅନ୍ତି ପ୍ରଭୂଙ୍କ ଜନ୍ମଦିନକୁ ଭବ୍ୟ ଆଡମ୍ବରରେ ପାଳନ କରାଯାଏ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ପୋଲିସ ମଧ୍ୟ ଆଜିର ଭିଡ଼କୁ ଲକ୍ଷ୍ୟ କରି ପୁରା ସଜାଗ ରହିଥାଏ । କାରଣ ଆଜିର ଦିନରେ ପାଖାପାଖି ୫୦ ହାଜରରୁ ଉର୍ଦ୍ଧ ଲୋକମାନଙ୍କ ଜନସାମାଗମକୁ ଲକ୍ଷ୍ୟ କରି ପୋଲିସ ପୁରା ପ୍ରସ୍ତୁତ ଥିବା ଦେଖିବାକୁ ମିଳେ । ଲୋକମାନଙ୍କ କେବଳ ଆସ୍ଥା ରହିଛି ତାହା ନୁହେଁ ସେମାନଙ୍କ ବିଶ୍ୱାସ ରହିଛି ଯେ ବରାହ ଦ୍ୱାଦଶୀ ଦିନ ପ୍ରଭୁ ଶ୍ରୀ ଲଷ୍ମୀବରାହ ଜୀଉଙ୍କୁ ସପରିବାରେ ଦର୍ଶନ କଲେ ଠାକୁରଙ୍କ କୃପାଦୃଷ୍ଟି ପଡେ ଓ ଭକ୍ତଙ୍କୁ ଶୁଭଫଳ ମିଳେ ବୋଲି ସାଧାରଣ ଭକ୍ତ ଙ୍କ ବିଶ୍ୱାସ ଓ ଭରସା ରହିଛି ଯାହା ଏହି ଦିନରେ ଦେଖିବାକୁ ମିଳିଥିଲା ।

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ