ଓଲଟି ପଡ଼ିଲା ଅଟୋ, ଗୋଟିଏ ପରିବାରର ପାଞ୍ଚ ଆହତ  
by Argus News
Sat, Feb 24 | 8:26 a.m.

 କୋରାପୁଟ : କୋରାପୁଟ ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ପାଲୁରୁ ବିଏସଏଫ କ୍ୟାମ୍ପ ନିକଟରେ  ଏକ ଅଟୋ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡି ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଅଟୋରେ ଥିବା ଗୋଟିଏ ପରିବାର ପାଞ୍ଚ ଜଣ ଆହତ । ଆହାତଙ୍କୁ ନାରାୟଣପାଟଣା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇ  ପ୍ରାଥମିକ ଚିକିତ୍ସା କରାଯାଇଛି ।  ମା ଓ  ଏକ ବର୍ଷର କୁନି ପୁଅର ଅବସ୍ଥା ଗୁରୁତର ଥିବାରୁ କୋରାପୁଟ ମୁଖ୍ୟ ଚିକିତ୍ସଲୟକୁ ପଠାଯାଇଛି । 

ସୂଚନା ଥାଉ ଅଟୋ ଚକା ଫାଟି ଯିବାରୁ ଭାରସାମ୍ୟ ହରାଇ ଅଟୋ ଟି ଓଲଟି ପଡ଼ିଥିଲା । ଫଳରେ ଅଟୋ ରେ ଥିବା ଯାତ୍ରୀ ଅଟୋ ତଳେ ଚାପି ହୋଇ ଯାଇଥିଲେ। ରାସ୍ତା ରେ ଯାତାୟାତ କରୁଥିବା ଲୋକେ ଦେଖି ସମସ୍ତଙ୍କୁ ଉଦ୍ଧାର କରି ନାରାୟଣପାଟଣା ଗୋଷ୍ଠି କେନ୍ଦ୍ର କୁ ପଠାଇ ଥିଲେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

ରାଇବଣିଆ ଅଞ୍ଚଳରେ
1m ago
ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ
ଅର୍ଗସ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତି ପଲର ଉପଦ୍ରବ। ଲୋକେ ଭୟଭୀତ ଅଛନ୍ତି। ସୂଚନା ଅନୁଯାୟୀ ଗତକାଲି ରାତିରେ ରାଇବଣିଆର ଲୁହାପଡ
ଆଜିଠାରୁ ଏକମାସ
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ
ମୁମ୍ବାଇରୁ ଲଣ୍ଡନ
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ