ବର୍ଷା ଋତୁରେ ଏହି 7 ଶସ୍ୟରୁ ଦୂରେଇ ରୁହନ୍ତୁ...
by Argus News
Thu, Jul 11 | 7:18 p.m.

ଅର୍ଗସ ବ୍ୟୁରୋ:  ଯେମିତି ଋତୁ ବଦଳେ, ସେମିତି ଆମ ଶରୀରର ଯତ୍ନର ତରିକା ବି ବଦଳେ । କାରଣ ବର୍ଷକ ୧୨ ମାସ ୬ ଋତୁ ଅନୁସାରେ ଆମେ ନିଜ ନିଜର ଯତ୍ନ ଠିକ୍‌ ସେହିପରି ଢଙ୍ଗରେ ନେବା ଦରକାର । ନଚେତ୍‌ କେତେବେଳେ ଶରୀରରେ କି ସମସ୍ୟା ଦେଖାଦେବ ତାହା କିଏ ବା କହିବ ?  ତେବେ ଆସନ୍ତୁ ଜାଣିବା କେଉଁ ଋତୁରେ ଆମେ କେମିତି ନିଜ ଶରୀରର ନେବା ଯତ୍ନ?

ଏବେ ବର୍ଷାଦିନ ଆରମ୍ଭ ହୋଇଯାଇଛି ।  ବର୍ଷାଦିନେ ଆପଣଙ୍କ ହଜମ ପ୍ରକ୍ରିୟାରେ କିଛି ଅସୁବିଧା ହେଉଛି କି ? କାରଣ ସାଧାରତଃ ବର୍ଷା ଦିନେ ପ୍ରାୟ ସମସ୍ତଙ୍କର ଗ୍ୟାସ, ବଦହଜମି ଆଦି ସମସ୍ୟା ଦେଖାଯାଏ । ଯାହା ବି ଖାଇଲେ ହଜମ ନହେବା ଭଳି ଲାଗେ । ଫଳରେ ଧୀରେ ଧୀରେ ଭୋକ କମିଯାଏ । ଆଉ ଗ୍ୟାସ୍ ସମସ୍ୟା ଦେଖାଦିଏ । ଯଦି ଏମିତି ହେଉଛି, ତାହାଲେ ଧ୍ୟାନ ରଖନ୍ତୁ...ବଦହଜମି ରୋକିବା ପାଇଁ ଆପଣଙ୍କୁ 7 ଟି ଶସ୍ୟଠୁ ଦୂରେଇ ରହିବାକୁ ପଡିବ ।

ଗହମ, ବାର୍ଲି, ରାଇ, ମିଲେଟ୍, ଓଟସ୍,ମକା,ବାଜରା । ବର୍ଷା ଋତୁରେ ଏହି 7ଟି ଖାଦ୍ୟରୁ ଆପଣଙ୍କୁ ଦୂରେଇ ରହିବାକୁ ପଡିବ । 

ଗହମ- ଗମରେ ରହିଛି ଅଧିକ ଗ୍ଲୁଟେନ । ଯାହା ଖାଇବା ଦ୍ୱାରା ଆପଣଙ୍କୁ କମ୍ପର୍ଟେବୁଲ ଲାଗିବନି । 

ବାର୍ଲି- ବାର୍ଲି ଏକ ଗରିଷ୍ଠ ଖାଦ୍ୟ । ଆଉ ଏହାକୁ ଖବଜ କରିବା ଖୁବ କଷ୍ଟ । ବିଶେଷ କରି ଗୁଳୁଗୁଳି ହେଉଥିବା ସମୟରେ ଏହା ଖାଇଲେ ହଜମ ହୋଇନଥାଏ । ଏହାସହ ପେଟରେ ଗ୍ୟାସ

ହୋଇଥାଏ । 

ଜଅ- ଗହମ ଭଳି ଏହା ମଧ୍ୟ ହାଇ ଗ୍ଲୁଟେନ୍ । ଫଳରେ ଏହାକୁ ଖାଇଲେ ବଦହଜମି ହେବାର ସମ୍ଭାବନା ରହିଛି । 

ମିଲେଟ୍- ମିଲେଟ୍ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ । ହାଇ ନ୍ୟୁଟ୍ରିସିଅସ୍ । ହେଲେ ଏହି ବର୍ଷା ଋତୁରେ ମାଣ୍ଡିଆ ହଜମ କରିବା ଟିକେ କଷ୍ଟ । 

ଓଟସ୍ - ଓଟସ୍ ରେ ଅଧିକ ଫାଇବର ରହିଛି । ପେଟରେ ଏହା ଫୁଲିବା ସହ ଗ୍ୟାସ ସୃଷ୍ଟି କରିବାର ସମ୍ଭାବନା ରହିଛି । 

ମକା- ଏଥିରେ ଉଚ୍ଚ ଷ୍ଟାର୍ଚ୍ ରହିଛି । ଯାହା ଗ୍ୟାସ ହେବା ସହ ଏହାକୁ ଖାଇଲେ ବଦହଜମି ହୋଇଥାଏ । 

ବାଜରା- ବାଜରାରେ ରହିଛି ଅଧିକ ଫାଇବର୍ । ଫଳରେ ବର୍ଷା ଋତୁରେ ଏହାକୁ ହଜମ କରିବା ଖୁବ କଷ୍ଟ । 

ସେହିପରି ବର୍ଷା ଋତୁରେ ସ୍ୱାସ୍ଥ୍ୟର ଅଧିକ ଯତ୍ନ ନେବା ଦରକାର । ବିଶୁଦ୍ଧ ପାଣି ପିଅନ୍ତୁ । ଷ୍ଟ୍ରିଟ୍ ଫୁଡ୍ ଖାଆନ୍ତୁ ନାହିଁ । ପୂର୍ବରୁ କଟା ହୋଇ ରଖାଯାଇଥିବା ଫଳ ଖାଆନ୍ତୁ ନାହିଁ । ଚାଲିବା ସମୟରେ ଗୋଳିଆ ପାଣି ଥିଲେ ସେଠାରେ ଚାଲନ୍ତୁ ନାହିଁ । ଭଲ ଭାବରେ ଗାଧୋନ୍ତୁ । ଏହାସହ ନିୟମମିତ ବ୍ୟାୟାମ କରନ୍ତୁ । ହେଲେ ଆପଣ ଗ୍ୟାସ ସମସ୍ୟାକୁ ନିୟନ୍ତ୍ରଣକୁ ଆଣିପାରିବେ ।

 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା