ଦୁର୍ଗମରେ ଆବାସ ଯୋଜନା ଅପହଞ୍ଚ
by Argus News
Wed, Feb 21 | 8:41 p.m.

ଅର୍ଗସ ବ୍ୟୁରୋ: ସରକାରୀ ଯୋଜନାରୁ ବଚିଂତ ମୟୁରଭଞ୍ଜ ଜିଲ୍ଲାର ଶ୍ୟାମଚନ୍ଦ୍ରପୁର ଗାଁ। ଏଠାରେ ପାଖାପାଖି 90ଟି ଆଦିବାସୀ ପରିବାର ବସବାସ କରନ୍ତି। ୨୪ ବର୍ଷର ସ୍ଥିର ସରକାରରେ ଆଜିବି ଗାଁକୁ ପଡିନି ବିକାଶର ଛିଟା। ଆବାସ ଯୋଜନା ଏମାନଙ୍କ ପାଇଁ ସାତ ସପନ।  ଗାଁରେ ଜଣେ ହେଲେ ବି ପାଇନାହାନ୍ତି ଆବାସ ଗୃହ। ଗାଁର ତଳସାହିରେ ରହୁଥିବା ଡିବରୁ ହାଇବ୍ରୁ ଙ୍କ ଘରର ଅବସ୍ଥା ନ କହିବା ଭଲ। କେଇ ଖଣ୍ଡ କାଠ ଫାଳିଆରେ ତିଆରି ହୋଇଛି କାନ୍ଥ। ଆଉ ସେହି ଭଙ୍ଗା ପଲିଥିନ କୁଡିଆ ଭିତରେ ଭାଗ୍ୟକୁ ଆଦରି ପଡିରହିଛନ୍ତି ଡିବରୁ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ସରକାର ଓଡିଶାକୁ 2 କୋଟି ରୁ ଉର୍ଦ୍ଧ ଆବାସ ଘର ଯୋଗାଇ ଦେଉଥିବାବେଳେ ଶିମିଳିପାଳ ପାଦଦେଶରେ ଆବାସ ଯୋଜନା ଅପହଞ୍ଚ।

ଆବାସ ଯୋଜନା ଦୂରେ ଥାଉ ଗାଁକୁ ଯିବାକୁ ଭଲ ରାସ୍ତା ଖଣ୍ଡେ ବି ନାହିଁ। ବର୍ଷାଦିନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଚଂଳବାସୀ। ଦିନମଜୁରିଆ ଭାବେ କାମ କରି, ଖଲି ତିଆରି କରି ପରିବାର ପ୍ରତିପୋଷଣ କରନ୍ତି ଏଠାର ଅଂଚଳବାସୀ।  କିଛି ଲୋକଙ୍କର ଚାଷଜମି ଥିଲେ ମଧ୍ୟ୍ୟ କୌଣସି ସୁବିଧା ପହଂଚି ପାରିନି। ଏମାନଙ୍କ ଦୁଆରେ କେବେବି ପ୍ରଶାସନିକ ଅଧିକାରୀଙ୍କ ପାଦ ପଡେନି। ବାରମ୍ବାର ଦାବି କଲେ ସୁଦ୍ଧା ଫଳଶୂନ।

ବିକାଶ ନାଁରେ ଡ଼େଣ୍ଡେରା ପିଟୁଥିବା ସରକାରଙ୍କ ପ୍ରତିଶୃତି ଏମାନଙ୍କ ପାଇଁ ପାଲଟିଛି ପ୍ରହସନ। ତେବେ ଦେଖିବାକୁ ବାକିରହିଲା ଦୁର୍ଗମ ଅଞ୍ଚଳର ଏ ଆଦିବାସୀଙ୍କ ଉପରେ କେବେ ପଡୁଛି ପ୍ରଶାସନର ଶୁଭଦୃଷ୍ଟି।  କେବେ ଏ ଗରିବ ଆଦିବାସୀ ପରିବାରଙ୍କୁ ଆବାସ ଯୋଜନାରେ  ମିଳୁଛି ପକା ଘର।

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ