ବାବା ସିଦ୍ଦିକି  ହତ୍ୟା ମାମଲା: ବାପ-ପୁଅଙ୍କୁ ଏକାସାଙ୍ଗେ ହତ୍ୟା କରିବାର ଥିଲା ନିର୍ଦ୍ଦେଶ 
by Argus News
Mon, Oct 14 | 3:14 p.m.

ନୂଆଦିଲ୍ଲୀ: ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ମାମଲାରେ ଆଉ ଏକ  ବଡ  ସତ୍ୟ ସାମ୍‌ନାକୁ ଆସିଛି। କୁହାଯାଉଛି  ବାବା ସିଦ୍ଧିକିଙ୍କ ପୁଅ ଜିଶାନ ସିଦ୍ଧିକି ମଧ୍ୟ ଟାର୍ଗେଟରେ ଥିଲେ।  ପୋଲିସ୍ ସୂଚନାନୁସାରେ,  ଗିରଫ ହୋଇଥିବା ଅଭିଯୁକ୍ତମାନେ କହିଛନ୍ତି  ବିଧାୟକ  ଜୀଶାନ ମଧ୍ୟ ବିଷ୍ଣୋଇ ଗ୍ୟାଙ୍ଗର ଟାର୍ଗେଟରେ ଥିଲେ। ବାପ,ପୁଅ ଦୁଇ ଜଣଙ୍କୁ ଏକା ସାଙ୍ଗେ ହତ୍ୟା କରିବାର ଦିଆଯାଇଥିଲା ସୁପାରି।

ଅଭିଯୁକ୍ତମାନଙ୍କୁ ଏହା ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା ଯେ, ଦୁଇ ଜଣଙ୍କୁ  ଯଦି ଏକା ସାଙ୍ଗେ ମାରିବାର ସୁଯୋଗ ନ ମିଳୁଛି ତେବେ ଦୁଇ ଜଣଙ୍କ ମଧ୍ୟରୁ  ଯିଏ ବି ସାମ୍ନାକୁ  ଆସୁଛି  ତାକୁ ଫାୟରିଙ୍ଗ କରିଦେବ।  ବାବା ସିଦ୍ଦିକିଙ୍କ ହତ୍ୟା ମାମଲାରେ  ହରିୟାଣାର ଗୁରମୈଲ ବଲଜିତ ସିଂହ ଏବଂ ଉତ୍ତର ପ୍ରଦେଶର  ଧର୍ମରାଜ କଶ୍ୟପକୁ ଗିରଫ କରିଛି ପୋଲିସ୍‌।  ତେବେ  ତୃତୀୟ ଅଭିଯୁକ୍ତ ଶିବ କୁମାର  ବର୍ତ୍ତମାନ ପର୍ଯ୍ୟନ୍ତ ଫେରାର୍‌ ଅଛି।  ପୋଲିସ୍‌ ତାକୁ  ଶନିବାର ରାତିରୁ ହିଁ ଟ୍ରାକ କରୁଛି। 
 ଅଧିକ ପଢନ୍ତୁ ଭାରତ ଖବର 
 

CANADA
ହରଦୀପ ସିଂହ ନିଜ୍ଜର ମାମଲା; କାନାଡ଼ାକୁ ଭାରତର ଦୃଢ଼ ଜବାବ
ଅର୍ଗସ ବ୍ୟୁରୋ: କାନାଡ଼ାକୁ ଭାରତର ଦୃଢ଼ ଜବାବ । ହରଦୀପ ସିଂହ ନିଜ୍ଜର ମାମଲାରେ କାନାଡ଼ା ପିଏଙ୍କ ବୟାନକୁ ତୀବ୍ର ବିରୋଧର କରିବା ସହ ଭାରତ କାନାଡ଼ା ହାଇ କମିଶନରଙ୍କୁ ରିପୋର୍ଟ ତଲବ କରିଛି
ଚିରାଗ ପାସୱାନ
ଚିରାଗଙ୍କୁ ସିଆରପିଏଫର Z ବର୍ଗର ସୁରକ୍ଷା
ଅର୍ଗସ ବ୍ୟୁରୋ: ବଢ଼ିଲା କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନଙ୍କ ସୁରକ୍ଷା । ଗୃହ ମନ୍ତ୍ରଣାଳୟ ପକ୍ଷରୁ ଚିରାଗଙ୍କୁ ସିଆରପିଏଫର Z ବର୍ଗର ସୁରକ୍ଷା ପ୍ରଦାନ କରାଯାଇଛି । ଚିରାଗଙ୍କ ସୁରକ୍ଷା ପାଇ
ମୋହନ ମାଝୀ
ପୂର୍ବ ସରକାରରେ ଗଣତନ୍ତ୍ର ବଦଳରେ ଚାଲିଥିଲା ଅମଲାତନ୍ତ୍ର
ଅର୍ଗସ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କେନ୍ଦୁଝର ଗସ୍ତର ଆଜି ଶେଷ ଦିନ । ଆଜି ଦିନ ୧୨ଟା ୪୫ରେ ମୁଖ୍ୟମନ୍ତ୍ରୀ ପଦ୍ମପୁର ଲକ୍ଷ୍ମୀ ପଡିଆରେ ବିଜେପିର ମେଗା ସଦସ୍ୟତ