ମୁଳରୁ ସୁବିଧା ପାଇନାହାନ୍ତି, ଆମ ପଞ୍ଚାୟତ ବିକାଶ ବହିରେ ବାହାରିଲା ଫଟୋ
by Argus News
Sun, Feb 25 | 3:09 p.m.

ବାଲେଶ୍ୱର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନାଁ ରେ ମିଛ ପ୍ରଚାର କରୁଛନ୍ତି ବିଜେଡି ସରକାର । ଯାହାର ପୋଲ୍ ଖୋଲିଛନ୍ତି ଜଣେ ମହିଳା ।  ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡରେ କୌଣସି ସୁବିଧା ପାଇନଥିବା ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ବିଷ୍ଣୁପୁର ଗ୍ରାମର ବବିତା ଦାସଙ୍କ ଫଟୋକୁ ବିଷ୍ଣୁପୁର ପଂଚାୟତର ଆମ ପଞ୍ଚାୟତ ବିକାଶ ବହିରେ ଛପା ଯାଇ ବଣ୍ଟା ଯାଇଛି । ପୁଣି ଏହି ବହିରେ ବବିତା ଦାସ ନାମକ ମହିଳା ଜଣକ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡରେ ସମ ହସ୍ପିଟାଲରେ ଷ୍ଟୋନ ଅପରେସନ ହୋଇଥିବା ନେଇ ବିଜେଡିର ମିଛ ପ୍ରଚାରକୁ ନେଇ ବବିତା ଦାସ ବିରୋଧ କରିଛନ୍ତି । 
ମହିଳା ଜଣକ ସମ୍ପୂର୍ଣ୍ଣ ସୁସ୍ଥ ଥିବାବେଳେ ମହିଳାଙ୍କ ନାମରେ ମିଛ ଫଟୋ ପ୍ରଚାର ପରେ ପରିବାରରେ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇଛି । ମହିଳାଙ୍କ ସ୍ୱାମୀଙ୍କ କହିବା କଥା ମୋ ସ୍ତ୍ରୀର ଅପରେସନ ହେଲା ମୁଁ କେମିତି ଜାଣିପାରିଲିନି ନାହିଁ । ରାଜ୍ୟ ସରକାର ମିଛ ପ୍ରଚାର କରି ମୋ ସ୍ତ୍ରୀ ଏବଂ ଆମ ପରିବାରର ସମ୍ମାନ ହାନି କରିଛନ୍ତି । 

 

କିଛି ଦିନ ପୂର୍ବରୁ  ପଂଚାୟତର ପିଇଓ ଲଷ୍ମୀପ୍ରିୟା ପଣ୍ଡା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ପାଇଛ କି ନାହିଁ  କହି ଫୋଟ ଦେବା ପାଇଁ କହିଥିଲେ । କିନ୍ତୁ ଏବେ ନିର୍ବାଚନ ବୈତରଣୀ ପାର ହେବା ପାଇଁ ବିଜେଡି ସରକାର ମିଛ ପ୍ରଚାର କରି ବବିତା ଦାସ ସମ ହସ୍ପିଟାଲରେ ପୀତକୋଷରେ ଷ୍ଟୋନ ଅପରେସନ ହୋଇ ସ୍ୱାସ୍ଥ୍ୟ ସେବା ପାଇଥିବା ପଂଚାୟତରେ ବହି ମାଧ୍ୟମ ବଣ୍ଟା ଯାଉଛି ।
ଏହାକୁ ନେଇ ବିଜେପି ଜୋନାଲ ମହିଳା ମୋର୍ଚ୍ଚା ସଭାନେତ୍ରୀ ସୁଭଦ୍ରା ପାଢ଼ୀ  ବିଜେଡିର ମିଛ ପ୍ରଚାରକୁ ଦୃଢ଼ ଭାବରେ ନିନ୍ଦା କରିବା ସହ ବିଜେଡି ସରକାର ଘରେ ଘରେ ଆସନ୍ତି ତିଆରି କରିବା ପାଇଁ ଯୋଜନା କରିଥିବା କହିଛନ୍ତି ।

ଆହୁରି ପଢନ୍ତୁ ଓଡିଶା ଖବର...

 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ