ବାହୁଡିବେ ସାଆନ୍ତ...
by Argus News
Mon, Jul 15 | 9:25 a.m.

ପୁରୀ: ନଅ ଦିନର ଲୀଳା ଖେଳା ପରେ ଆଜି ବାହୁଡିବେ ମହାପ୍ରଭୁ । ନଅ ଦିନ ପରେ ଆଷାଢ଼ ଶୁକ୍ଳ ଦଶମୀ ଦିନ ଶ୍ରୀଜୀଉମାନେ ପୁଣି ରଥାରୂଢ଼ ହେଇ ଆଡ଼ପ ମଣ୍ଡପରୁ ଶ୍ରୀମନ୍ଦିରକୁ ବାହୁଡ଼ି ଆସନ୍ତି । ବାହୁଡା ଯାତ୍ରାରେ ମାଉସୀ ମା’ଙ୍କ ପୋଡ ପିଠା ଖାଇଥାନ୍ତି ମହାପ୍ରଭୁ । ଏନେଇ ବଳଗଣ୍ଡି ଛକ ନିକଟରେ ଥିବା ମା’ ଅର୍ଦ୍ଧାଶିନୀ ଦେବୀ ମାଉସୀ ମା’ଙ୍କ ମନ୍ଦିରରେ ପୋଡ ପିଠା ପ୍ରସ୍ତୁତ ହୁଏ । ରଥ ବାହୁଡିକି ଯାଉଥିବାବେଳେ ପୋଡ ପିଠାକୁ ମାଉସୀ ମା'ଙ୍କ ପୂଜକ ପୂଜାପଣ୍ଡା ସାଆନ୍ତଙ୍କୁ ଦେବା ପରେ ଭୋଗ କରାଯାଇଥାଏ । ସେଇଥିପାଇଁ ସ୍ୱତନ୍ତ୍ର ଭାବେ ପୋଡ ପିଠା ତିଆରି ହୁଏ । 

ସ୍ନେହମୟୀ ମାଉସୀ ଅତି ଶ୍ରଦ୍ଧାରେ ପ୍ରସ୍ତୁତ କରନ୍ତି ପୋଡ ପିଠା । ବିଭିନ୍ନ ପ୍ରକାର ସୁବାସିତ ଦ୍ରବ୍ୟର ମିଶ୍ରଣ କରି ଏହି ପୋଡ ପିଠା ପ୍ରସ୍ତୁତ ହୋଇଥାଏ । ଛେନା, ଅଟା, ଚିନି, ଅଳେଇଚ, ଲବଙ୍ଗ ଏବଂ ଘିଅ ମିଶାଯାଇ ଏଥିପାଇଁ ପ୍ରଥମେ ଏକ ମିଶ୍ରଣ ପ୍ରସ୍ତୁତ କରାଯାଇଥାଏ । ଚୁଲିରେ ପାଣି ହାଣ୍ଡି ବସାଯାଇ ଏହାକୁ ଗରମ କରାଯାଏ । ହାଣ୍ଡି ଉପରେ ଜାଲି ଉପରେ ପତ୍ର ପକାଯାଇ ପ୍ରସ୍ତୁତ ହୋଇଥିବା ମିଶ୍ରଣକୁ ରଖାଯାଏ । ଗରମ ପାଣିରୁ ନିର୍ଗତ ବାମ୍ଫରେ ୭ ରୁ ୮ ଘଣ୍ଟା ଏହି ମିଶ୍ରଣ ସିଝିଥାଏ । ଏହାପରେ ତାହାକୁ ଥଣ୍ଡା କରାଯାଏ । ପରେ ଏହାକୁ ସାଇଜ୍ କରି କଟାଯାଇ ସୁଦ୍ଧ ଘିଅରେ ଛଣା ଯାଇଥାଏ । ବାହୁଡା ଦିନ ମାଉସୀ ମା' ମନ୍ଦିର ନିକଟରେ ରଥ ଅଟକିବା ସମୟରେ ପୋଡ ପିଠା ଭୋଗ କରାଯାଇଥାଏ ।

ମା'ଙ୍କ ପୂଜକ ତଥା ପୋଡ ପିଠା ପ୍ରସ୍ତୁତରେ ନିୟୋଜିତଙ୍କ କହିବାନୁଯାୟୀ ପିଠା ପ୍ରସ୍ତୁତି ବେଳେ କୌଣସି ବାସ୍ନା ନଥାଏ । ମହାପ୍ରଭୁଙ୍କୁ ଅର୍ପଣ ପରେ ଏଥିରୁ ସ୍ବତନ୍ତ୍ର ବାସ୍ନା ଓ ମହକ ବାହାରିଥାଏ । ମହାପ୍ରଭୁ ଫେରିବା ବେଳେ ସେହି ପୋଡ଼ପିଠା ଖିଆ ଦୃଶ୍ୟକୁ ଦେଖିବା ପାଇଁ ଭକ୍ତମାନେ ଅତି ଆନନ୍ଦର ସହ ଅପେକ୍ଷାରେ ରହିଥାନ୍ତି ।

ମାଉସୀ ମା'ର ସ୍ନେହର ଡୋରି, ବାତ୍ସଲ୍ୟ ମମତା ଆଉ କାଳିଆ ଦିଅଁର ମାଉସୀ ମା' ହାତ ପୋଡ ପିଠା ପାଇଁ ଆସକ୍ତି, ଅନୁରାଗ ବାହୁଡା ଯାତ୍ରାରେ ଦେଖିବାକୁ ମିଳିଥାଏ । ଏହା ହିଁ ଜଗନ୍ନାଥ ସଂସ୍କୃତି ଆଉ ମହାପ୍ରଭୁଙ୍କ ମାନବୀୟ ଲୀଳାଖେଳାର ଅପୂର୍ବ ନିଦର୍ଶନ।

ବଳଭଦ୍ରଙ୍କ ତାଳଧ୍ୱଜ ଓ ସୁଭଦ୍ରାଙ୍କ ଦେବଦଳନ ରଥ ସିଂହଦ୍ୱାର ନିକଟରେ ପହଂଚିବା ପରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ରାଜନଅର ନିକଟରେ ରୁହନ୍ତି । ବିମାନବଡୁମାନେ ଲକ୍ଷ୍ମୀଙ୍କୁ ଆଣି ସିଂହଦ୍ୱାର ଚାହାଁଣି ମଣ୍ଡପରେ ରହି ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଆଡକୁ ମୁହଁ କରାଇଥାନ୍ତି । ଗଜପତି ମହାରାଜା ଲକ୍ଷ୍ମୀ-ନାରାୟଣ ଭେଟ କରାନ୍ତି । ପରେ ନନ୍ଦିଘୋଷ ରଥ ପୁଣି ଗଡ଼ିବା ଆରମ୍ଭ କରେ ଏବଂ ସିଂହଦ୍ୱାର ନିକଟକୁ ଆସିଥାଏ I


 

ହରିୟାଣା ନିର୍ବାଚନ
18m ago
ହରିୟାଣା ନିର୍ବାଚନ ; ସଂଧ୍ୟା ୬ଟା ସୁଦ୍ଧା ହୋଇଛି ୬୫ ପ୍ରତିଶତ ମତଦାନ
ଅର୍ଗସ ବ୍ୟୁରୋ : ଶେଷ ହୋଇଛି ହରିୟାଣା ନିର୍ବାଚନ । ନିର୍ବାଚନ କମିଶନ ତଥ୍ୟ ଅନୁସାରେ ସଂଧ୍ୟା 6ଟା ସୁଦ୍ଧା ହୋଇଛି 65 ପ୍ରତିଶତ ମତଦାନ । ଗତ 1 ତାରିଖରେ ଜମ୍ମୁ କାଶ୍ମୀର ନିର୍ବାଚନ ଶେଷ ହେବ
ଏନ୍‌କାଉଣ୍ଟର
27m ago
ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଟଳିଲେ ୩୬ ହାର୍ଡକୋର ମାଓବାଦୀ
ଅର୍ଗସ ବ୍ୟୁରୋ : ଯେଉଁଠି ଦିନେ ଦବଦବା ଜାହିର କରୁଥିଲେ ଲାଲ୍‌ ବାହିନୀ, ଏବେ ସେଠି ଥରହର ସ୍ଥିତି । ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଘନ ଘନ କମ୍ବିଂ । ଏନକାଉଣ୍ଟର ବେଳେ କେତେବେଳ
ପିଏମ୍‌ କିଷାନ ଯୋଜନା
57m ago
ଚାଷୀଙ୍କୁ ମିଳିଲା ପିଏମ୍‌ କିଷାନ ଯୋଜନାର ୧୮ ତମ କିସ୍ତି
ଅର୍ଗସ ବ୍ୟୁରୋ : ବଦଳିଛି ସରକାର, ବଦଳିଛି ଯୁଗ | ଏବେ ଚାଲିଛି ଡବଲ ଇଞ୍ଜିନ ସରକାରର ଶାସନ, ଅନ୍ତ ହୋଇଛି ଚାଷୀ ଶୋଷଣ | ଆଜି ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ରର ୱାସୀମରୁ 9.4 କୋଟ