ଶ୍ରୀମନ୍ଦିର ଫେରୁଛନ୍ତି ମହାପ୍ରଭୁ, ବଡଦାଣ୍ଡରେ ଲାଗିଛି ଗହଳି
by Argus News
Mon, Jul 15 | 1:39 p.m.

ପୁରୀ:  ବାହୁଡୁଛନ୍ତି ମହାପ୍ରଭୁ । ଧାଡି ପହଣ୍ଡିରେ ପ୍ରଥମେ ବଡ ଭାଇ ବଳଭଦ୍ର, ପରେ ଦେବୀ ସୁଭଦ୍ରା ଓ ଶେଷରେ ସାଳିଆ ସାଆନ୍ତ ରଥରେ ବିରାଜିଛନ୍ତି । ବାହୁଡା ଯାତ୍ରା ପାଇଁ ଶରଧାବାଲିରେ ଭକ୍ତଙ୍କ ଗହଳି ଲାଗିଛି । ଭକ୍ତଙ୍କ ଗହଳିରେ ଫାଟି ପଡୁଛି ବଡଦାଣ୍ଡ । ଭକ୍ତ ଆଖି ଆଜି ଛଳ ଛଳ ହୋଇପଡିଛି । 

ବାହୁଡ଼ା ପହଣ୍ଡି ଶେଷ ହେବା ପରେ ସାଢ଼େ ୨ଟାରୁ ସାଢ଼େ ୩ ମଧ୍ୟରେ ଛେରାପହଁରା ନୀତି ଅନୁଷ୍ଠିତ ହେବ ।  ଏହାପରେ ଚାରମାଳ ଫିଟିବା ଓ ଘୋଡ଼ାଲାଗି କାର୍ଯ୍ୟ ସମ୍ପନ୍ନ ହେବ । ଅପରାହ୍ନ ୪ଟାରେ ରଥଟଣା ପାଇଁ ସମୟ ଧାର୍ଯ୍ୟ ହୋଇଛି ।

ବାହୁଡା ଯାତ୍ରା ପାଇଁ ଆଇନ ଶୃଙ୍ଖଳା ବ୍ୟବସ୍ଥା କଡା କଡି କରାଯାଇଛି । ରଥମ ଉପରେ ଯେପରି ଅଣସେବାୟତ ନଚଢନ୍ତି... ରଥ ଉପରେ ମୋବାଇଲ ବ୍ୟବହାର ନହୁଏ, ସେଥିପ୍ରତି ବିଶେଷ ଦୃଷ୍ଟି ଦିଆଯାଇଛି । ଅନ୍ୟପଟେ ସେବାୟତ ବେଶରେ ଦର୍ପଦଳନ ରଥରେ ଅଣସେବକ ଚଢିଛନ୍ତି । ଏହା ଜଣାପଡିବା ପରେ ସେମାନଙ୍କୁ ରଥରୁ ଓହ୍ଲାଇଛି ପ୍ରଶାସନ । କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ବୋଲି କୁହାଯାଉଛି । 


 

ହରିୟାଣା ନିର୍ବାଚନ
13m ago
ହରିୟାଣା ନିର୍ବାଚନ ; ସଂଧ୍ୟା ୬ଟା ସୁଦ୍ଧା ହୋଇଛି ୬୫ ପ୍ରତିଶତ ମତଦାନ
ଅର୍ଗସ ବ୍ୟୁରୋ : ଶେଷ ହୋଇଛି ହରିୟାଣା ନିର୍ବାଚନ । ନିର୍ବାଚନ କମିଶନ ତଥ୍ୟ ଅନୁସାରେ ସଂଧ୍ୟା 6ଟା ସୁଦ୍ଧା ହୋଇଛି 65 ପ୍ରତିଶତ ମତଦାନ । ଗତ 1 ତାରିଖରେ ଜମ୍ମୁ କାଶ୍ମୀର ନିର୍ବାଚନ ଶେଷ ହେବ
ଏନ୍‌କାଉଣ୍ଟର
22m ago
ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଟଳିଲେ ୩୬ ହାର୍ଡକୋର ମାଓବାଦୀ
ଅର୍ଗସ ବ୍ୟୁରୋ : ଯେଉଁଠି ଦିନେ ଦବଦବା ଜାହିର କରୁଥିଲେ ଲାଲ୍‌ ବାହିନୀ, ଏବେ ସେଠି ଥରହର ସ୍ଥିତି । ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଘନ ଘନ କମ୍ବିଂ । ଏନକାଉଣ୍ଟର ବେଳେ କେତେବେଳ
ପିଏମ୍‌ କିଷାନ ଯୋଜନା
52m ago
ଚାଷୀଙ୍କୁ ମିଳିଲା ପିଏମ୍‌ କିଷାନ ଯୋଜନାର ୧୮ ତମ କିସ୍ତି
ଅର୍ଗସ ବ୍ୟୁରୋ : ବଦଳିଛି ସରକାର, ବଦଳିଛି ଯୁଗ | ଏବେ ଚାଲିଛି ଡବଲ ଇଞ୍ଜିନ ସରକାରର ଶାସନ, ଅନ୍ତ ହୋଇଛି ଚାଷୀ ଶୋଷଣ | ଆଜି ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ରର ୱାସୀମରୁ 9.4 କୋଟ