ଗାଡି ବଦଳରେ ଗାଁ ରାସ୍ତା ଦେଇ ଚଲାଇ ଚଲାଇ କରୁଛନ୍ତି ଗୋ ଚାଲାଣ
by Argus News
Thu, Dec 07 | 4:57 p.m.

ଅର୍ଗସ ବ୍ୟୁରୋ : ଗୋ ଚାଲାଣର ନୂଆ ତରିକା, ଜାତୀୟ ରାଜପଥରେ ଗାଡି ବଦଳରେ ଗାଁ ରାସ୍ତା ଦେଇ ଚଲାଇ ଚଲାଇ ଗୋ ଚାଲାଣ କରାଯାଉଛି । ସୋର ଥାନା ପାଖର ପଞ୍ଚାୟତ ମଲ୍ଲିପୁର ଛକ ନିକଟରୁ ୨୦ ଟି ଗୋରୁଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସାତ ଜଣଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି ସୋର ପୋଲିସ । ଆଜି ମଧ୍ୟାହ୍ନ ସମୟରେ ବେତଡ଼ାରୁ ସାହସପୁରାକୁ ୨୦ଟି ଗୋରୁଙ୍କୁ ଚଲାଇ ଚଲାଇ ୭ ଜଣ ବ୍ୟକ୍ତି ଚଲାଇ ଚଲାଇ ନେଉଥିବା ବେଳେ ସ୍ଥାନୀୟ ଗୋସେବକ ମାନେ ସେମାନଙ୍କୁ ଅଟକାଇ ସୋର ପୋଲିସକୁ ଖବର ଦେଇଥିଲେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ୨୦ ଟି ଗୋରୁଙ୍କୁ ଉଦ୍ଧାର କରି ସୋର ଗୋଶାଳାରେ ରଖିବା ସହିତ ୭ ଜଣଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଗୋରୁ ବେପାରୀ ମାନେ ଗୋଚାଲାଣ ପାଇଁ ଏହିପରି ଭାବରେ କିଛି ଲୋକଙ୍କୁ ଦରମା ଦେଇ ଚଲାଇ ଚଲାଇ ଗୋଚାଲାଣ କରୁଥିବାର ଅଭିଯୋଗ କରିଛନ୍ତି ସ୍ଥାନୀୟ କିଛି ଗୋସେବକ । ପୋଲିସ ସଠିକ ଭାବେ ତଦନ୍ତ କରି ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହୋଇଛି ।

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ