ଆରମ୍ଭ ହେଲା ବିଶ୍ବପ୍ରସିଦ୍ଧ ଧନୁଯାତ୍ରା, କଂସଙ୍କ କୋପରେ କମ୍ପିବ ମଥୁରାନଗରୀ
by Argus News
Mon, Jan 15 | 7:51 p.m.

ଅର୍ଗସ ବ୍ୟୁରୋ : ଆରମ୍ଭ ହୋଇଛି ବରଗଡ଼ର ବିଶ୍ବପ୍ରସିଦ୍ଧ ଧନୁଯାତ୍ରା । ମହୋତ୍ସବ ପାଇଁ ବାହାରିଲା ସାଂସ୍କୃତିକ ଶୋଭାଯାତ୍ରା । ଅପରାହ୍ନ ୨ଟା ୩୦ରେ ଗାନ୍ଧି ଛକରୁ ବାହାରି ସମଲେଶ୍ବରୀ ମନ୍ଦିରରେ ପହଞ୍ଚିଥିଲା ସାଂସ୍କୃତିକ ଶୋଭାଯାତ୍ରା । ଧନୁଯାତ୍ରା ପ୍ରଚାର ପ୍ରସାର କମିଟି ତରଫରୁ ଆୟୋଜିତ ସାଂସ୍କୃତିକ ଶୋଭାଯାତ୍ରାକୁ ବରଗଡ଼ ଗାନ୍ଧି ଛକରେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କଲେ ବରଗଡ଼ ଜିଲ୍ଲାପାଳ ତଥା ଧନୁଯାତ୍ରା ମହୋତ୍ସବ କମିଟିର ସଭାପତି ମନୀଷା ବାନାର୍ଜୀ ।   

ଏହି ବିରାଟ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ହଜାର ହଜାର କଳାକାର । ଘଣ୍ଟ, ଶଙ୍ଖ, ଦୂଲଦୁଲି,ସମ୍ପ୍ରଦା, ଆଦିବାସୀ ନୃତ୍ୟ,କରମସାନି ଅନେକ ପ୍ରକାର କଳାକାର ଏଥିରେ ସାମିଲ ହୋଇଥିଲେ । ସଂଧ୍ୟା ୫ଟା ୩୦ରେ ସମଲେଶ୍ବରୀ ମନ୍ଦିରରୁ ପୁଣି ଶୋଭାଯାତ୍ରା ବାହାରି ହାଟପଦାସ୍ଥିତ ରାଜଦରବାରରେ ପହଞ୍ଚିଲା । ବିଶ୍ବର ସର୍ବବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚରେ ପ୍ରଦର୍ଶନ ପାଇଁ କଳାକାରମାନେ ଆଜିଠୁ ପ୍ରଦର୍ଶନ କରିବେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ପ୍ରଥମ ଦିନରେ ତଳିପଡ଼ାସ୍ଥିତ ରାମଜୀ ମନ୍ଦିରରେ ହେବ ଦେବକୀ-ବସୁଦେବଙ୍କ ବିବାହ । ତାପରେ କୃଷ୍ଣ ଜନ୍ମ ଓ କଂସ ବଧ ଦୈବ ବାଣୀ ହେବ। ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ମଥୁରା ସିଂହାସନ ଆରୋହଣ କରିବେ ରାଜା କଂସ । ଭଉଣୀ ଭିଣୋଇ ଦେବକୀ ଓ ବସୁଦେବଙ୍କୁ କାରାଗାରକୁ ପଠାଇବେ । ଜାନୁଆରୀ ୧୫ରୁ ୨୫ ତାରିଖ ଯାଏଁ ୧୧ ଦିନ ଯାଏଁ ଚାଲିବ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା । 

ପ୍ରଥମ ଟେଷ୍ଟ
ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ
ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟର ଟକ୍କର । ରୋହିତ ଶର୍ମାଙ୍କ ନେତୃତ୍ବର
ମଙ୍କିପକ୍ସ
ଭାରତରେ ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ: ଭାରତରେ ଆଉଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ଘର କେରଳରେ । ସେ କିଛି ଦିନତଳେ ୟୁଏଇରୁ ଫେରିଛନ୍ତି । ତାଙ୍କୁ ଆଇସୋଲେସନରେ ରଖ
ଚନ୍ଦ୍ରଯାନ
ଚନ୍ଦ୍ରଯାନ ୪ର ମିଶନ ପାଇଁ କେନ୍ଦ୍ର କ୍ୟାବିନେଟ୍‌ର ମଂଜୁରୀ
ନୂଆଦିଲ୍ଲୀ: ମହାକାଶରେ ଆହୁରି ଶକ୍ତିଶାଳୀ ହେବ ଭାରତ । ଚନ୍ଦ୍ରଯାନ ୪ ମିଶନକୁ କେନ୍ଦ୍ର କ୍ୟାବିନେଟର ମିଳିଛି ମଂଜୁରୀ । ବହୁ ପ୍ରତିକ୍ଷୀତ ଏହି ମିଶନ ପାଇଁ ୨୧୦୪କୋଟି ଟଙ୍କା ବ୍ୟ