ଦ୍ବିତୀୟ ଦିନରେ ନଗର ପରିକ୍ରମା କରିଛନ୍ତି ମଥୁରା ନରେଶ କଂସ ମହାରାଜ
by Argus News
Tue, Jan 16 | 8:57 p.m.

ଅର୍ଗସ ବ୍ୟୁରୋ : ଆରମ୍ଭ ହୋଇଛି ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ।  ଆଜି ଦ୍ବିତୀୟ ଦିନରେ ନଗର ପରିକ୍ରମା କରିଛନ୍ତି ମଥୁରା ନରେଶ କଂସ ମହାରାଜ ।  ମଥୁରାବାସୀ କେମିତି ଅଛନ୍ତି ରାଜ୍ୟର ଆଇନ କାନୁନ ବ୍ୟବସ୍ଥା କିଭଳି ଚାଲିଛି ସେନେଇ ନଗର ପରିକ୍ରମା କରୁଛନ୍ତି କଂସାଶୁର ଏହାସହ  ମଥୁରାବାସୀଙ୍କ ମନୋରଂଜନ ସକାଶେ ରଂଗମହଲର ଉଦଘାଟନ କରିବେ ଜିଲ୍ଲାପାଳ ମନୀଷା ବେନେର୍ଜି ।  ଦେବକୀଙ୍କ ଅଷ୍ଟମ ଗର୍ଭରୁ ଶ୍ରୀକୃଷ୍ଣଙ୍କ ଜନ୍ମ ସହ କଂସ ଙ୍କ ଭୟରେ ବସୁଦେବ କୃଷ୍ଣଙ୍କୁ ନେଇ ଗୋପପୁର ଯାତ୍ରା ଉଗ୍ରସେନ ସହ ଭେଟ  କୃଷ୍ଣଙ୍କୁ ଗୋପପୁରରେ ଥୋଇଦେଇ ବିଜୁଳି କନ୍ୟାକୁ ନେଇ ମଥୁରା ଫେରିବାର ଦୃଶ୍ୟ ଅଭିନିତ ହୋଇଛି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

କାରାଗାରରେ ଶ୍ରୀକୃଷ୍ଣ ଜନ୍ମ ନେବାପରେ ଗୋପପୁର ଯାତ୍ରା କରିବେ ବସୁଦେବ । ଯିବା ସମୟରେ ଉଗ୍ରସେନଙ୍କ ସହ ବସୁଦେବଙ୍କ ହେବ ଭେଟଘାଟ । ପରେ ଗୋପପୁରରୁ ବିଜୁଳି କନ୍ୟାକୁ ନେଇ ପ୍ରତ୍ୟାବର୍ତ୍ତନ କରିବେ ବସୁଦେବ ।  ଏହି ଦୃଶ୍ୟ ଉପଭୋଗ କରିବାକୁ ଆଜିବି ଲକ୍ଷାଧିକ ଦର୍ଶକଙ୍କ ଭିଡ଼ ଜମିଛି । ସାଂସ୍କୃତିକ ଲୋକଗୀତର ତାଳେ ତାଳେ ଝୁମିବ ବରଗଡ଼ ସହର । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ  ପୋଲିସ ପକ୍ଷରୁ  ବ୍ୟାପକ ବନ୍ଦୋବସ୍ତ କରାଯାଇଛି  ।

ପ୍ରଥମ ଟେଷ୍ଟ
ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ
ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟର ଟକ୍କର । ରୋହିତ ଶର୍ମାଙ୍କ ନେତୃତ୍ବର
ମଙ୍କିପକ୍ସ
ଭାରତରେ ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ: ଭାରତରେ ଆଉଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ଘର କେରଳରେ । ସେ କିଛି ଦିନତଳେ ୟୁଏଇରୁ ଫେରିଛନ୍ତି । ତାଙ୍କୁ ଆଇସୋଲେସନରେ ରଖ
ଚନ୍ଦ୍ରଯାନ
ଚନ୍ଦ୍ରଯାନ ୪ର ମିଶନ ପାଇଁ କେନ୍ଦ୍ର କ୍ୟାବିନେଟ୍‌ର ମଂଜୁରୀ
ନୂଆଦିଲ୍ଲୀ: ମହାକାଶରେ ଆହୁରି ଶକ୍ତିଶାଳୀ ହେବ ଭାରତ । ଚନ୍ଦ୍ରଯାନ ୪ ମିଶନକୁ କେନ୍ଦ୍ର କ୍ୟାବିନେଟର ମିଳିଛି ମଂଜୁରୀ । ବହୁ ପ୍ରତିକ୍ଷୀତ ଏହି ମିଶନ ପାଇଁ ୨୧୦୪କୋଟି ଟଙ୍କା ବ୍ୟ