ଗିରଫ ହେଲେ ମୁଖ୍ୟ ଅଭିଯୁକ୍ତ ଗଣେଶ ସାଥୁଆ ସୂଚନା ଦେଲେ ବରଗଡ଼ ଏସଡିପିଓ
by Argus News
Mon, Mar 11 | 2:49 p.m.

ଅର୍ଗସ ବ୍ୟୁରୋ : ବରଗଡ଼ ଭାରତ ଫାଇନାନ୍ସ ଲୁଟ୍ ମାମଲା । ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ ଗଣେଶ ସାଥୁଆ  ସୂଚନା ଦେଲେ ବରଗଡ଼ ଏସଡିପିଓ । ଅର୍ଗସରେ ଖବର ପ୍ରସାରଣ ପରେ ପୋଲିସର ଭାଙ୍ଗିଲା ନିଦ । ଶତାଧିକ ମହିଳାଙ୍କ ଫିଙ୍ଗରପ୍ରିଣ୍ଟ ନେଇ ଅଢ଼େଇ କୋଟିରୁ ଅଧିକ ଟଙ୍କା ଲୁଟ କରିଛନ୍ତି ଗଣେଶ ସାଥୁଆ ଓ ଭାରତ ଫାଇନାନ୍ସର କର୍ମଚାରୀ । ମାମଲା ରୁଜୁ ପରେ ମଧ୍ୟ ଆକ୍ସନ ନେଉ ନଥିଲା ପୋଲିସ । ଅର୍ଗସରେ ବାରମ୍ବାର ଖବର ପ୍ରସାରଣ ପରେ ଗଣେଶକୁ ଗିରଫ କରାଯାଇଛି ।

ସୂଚନା ଅନୁସାରେ, ସାଧାରଣ ଗରିବ ଲୋକଙ୍କଠାରୁ ଛଳନା ପୂର୍ବକ ଦସ୍ତଖତ ଓ ଫିଙ୍ଗରପ୍ରିଣ୍ଟ ନେଇ ତାଙ୍କ ନାଁରେ ଉଠାଯାଇଛି ଲକ୍ଷ ଲକ୍ଷ ଟଙ୍କାର ଲୋନ । ଖୋଦ କମ୍ପାନୀ କର୍ମଚାରୀ ମଧ୍ୟ ଠକେଇ ହୋଇଥିବା ମାନୁଛନ୍ତି । ସେଠାକାର ଲେକ ମାନେ ଭାରତ ଫାଇନାନ୍ସ ନାମକ ସଂସ୍ଥାରୁ ଲୋନ କରିନାହାଁନ୍ତି, ତଥାପି କାହା ନାଁରେ ଲକ୍ଷେ ତ ଆଉ କାହା ନାଁରେ ଉଠିଛି ୬୦-୭୦ ହଜାର ଟଙ୍କାର ଋଣ । ଏହିପରି ଲୁଟ୍ ହୋଇଛି ମୋଟ୍ ୨କୋଟି ୪୯ ଲକ୍ଷ ୩୭ ହଜାରରୁ ଅଧିକ ଟଙ୍କା । ଭେଡେନ ବ୍ଲକର ରେମଣ୍ଡା, ଧରେଇଟିକ୍ରା, ବାଘପାଲି ଆଦି ଅନେକ ଗାଁରେ ମହିଳାଙ୍କ ନାଁରେ ତାଙ୍କ ଅଜାଣତରେ କରାଯାଇଛି ଅନେକ ଋଣ । ଯାହାଫଳରେ ଅନ୍ୟ କୌଣସି ସଂସ୍ଥାରୁ ଋଣ ପାଇବାକୁ ଏବେ ଏମାନେ ଅଯୋଗ୍ୟ । ବରଗଡ଼ର ଭେଡେନ ଠାରେ ଥିବା ଏହି ଭାରତ ଫାଇନାନ୍ସ ନାମକ ସଂସ୍ଥା ନକଲି ଲୋନ୍ ଆକାଉଣ୍ଟ ପ୍ରସ୍ତୁତ କରି ପଖାପାଖି ଅଢେଇ କୋଟି ଟଙ୍କା ଉଠାଇଛି ।

ଭେଡେନ ବ୍ଲକ ରେମଣ୍ଡା ଗାଁର ଗଣେଶ ସାଥୁଆ ନାମକ ବ୍ୟକ୍ତି ନେଇଥିଲା ଏମାନଙ୍କ ଦସ୍ତଖତ ଓ ଫିଙ୍ଗରପ୍ରିଣ୍ଟ । ସରକାର ଲୋନ ଦେଉଛନ୍ତି ଆଉ ଏଥିପାଇଁ ଫିଙ୍ଗରପ୍ରିଣ୍ଟର ଆବଶ୍ୟକ ଥିବା କହି ବାର ବାର୍ ଏମାନଙ୍କ ଘରକୁ ଆସିଥିଲା ଗଣେଶ । ମହିଳାମାନେ ମନା କରିବାରୁ ଆଉ କେବେ ଲୋନ ମିଳିବ ନାହିଁ ବୋଲି କହି ସାଧାରଣ ଗରିବ ମହିଳାଙ୍କ ମନରେ ଭୟ ଜନ୍ମାଇଥିଲା ଠକ ଗଣେଶ । ଆଉ ଶେଷରେ ଗଣେଷର ଜାଲରେ ପଡି ଫିଙ୍ଗରପ୍ରିଣ୍ଟ ଦେଇଥିଲେ ଏହି ମହିଳା । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ସବୁଠାରୁ ବଡ଼ କଥା ଠକାମି କରି ଟଙ୍କା ଲୁଟ୍ କଥା ନିଜେ ସ୍ବୀକାର କରୁଛି ଠକ ଗଣେଶ । ଏହାସହ ରେମଣ୍ଡା ଗାଁର ସୁରଜ ପ୍ରଧାନ, ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ପିତାମହୁଲ ଗାଁର କମଲ କୁମାର ବାଦୀ ଓ ସୁଶାନ୍ତ ମହାକୁଡ ମୁଖ୍ୟ ଲୁଟେରା ବୋଲି କହିଛି ଗଣେଶ ସାଥୁଆ । ଏପଟେ ପୋଲିସର ଭୂମିକା ନେଇ ମଧ୍ୟ ବଢ଼ୁଛି ସନ୍ଦେହ। ଠକାମିର ଶିକାର ହୋଇଥିବା ମହିଳାଙ୍କ ଏତଲା ସତ୍ବେ ପୋଲିସ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି ତାକୁ ନେଇ ଉଠୁଛି ପ୍ରଶ୍ନ । 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ