ବରଗଡ଼ ପଦ୍ମପୁର ଚାଷୀଙ୍କୁ ସରକାରୀ ଧୋକା
by Argus News
Tue, Nov 07 | 7:41 a.m.

ଅର୍ଗସ ବ୍ୟୁରୋ:  ଯେଉଁ ସମୟରେ ଫସଲ ଅମଳ କରିବା କଥା ସେ ସମୟରେ ବଡ଼ ଆନ୍ଦୋଳନକୁ ଓହ୍ଲାଉଛନ୍ତି ଚାଷୀ। ଚାଷୀଙ୍କ ଦାବିକୁ ବର୍ଷେରୁ ଅଧିକ ସମୟ ହେଲା ଅଣଦେଖା କରିଆସୁଛନ୍ତି ରାଜ୍ୟ ସରକାର। ଯାହାକୁ ନେଇ ସୃଷ୍ଟି ହୋଇଛି ତୀବ୍ର ପ୍ରତିକ୍ରିୟା। ପୁଣି ବଡ଼ ଧରଣର ଆନ୍ଦୋଳନ ପାଇଁ ଗର୍ଜନ ଦେଇଛି ବରଗଡ଼ ପଦ୍ମପୁର ରାଜ ବୋଡ଼ାସମ୍ବର କୃଷକ ସଂଗଠନ।ଦିନେ କି ମାସେ ନୁହେଁ ବର୍ଷେରୁ ଅଧିକ ସମୟ ହେଲା ଉପଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଧାରଣା ଦେଉଛନ୍ତି ଚାଷୀ।

୨୦୨୧ ମରୁଡ଼ି ଇନ୍ ପୁଟ ସବ ସିଡ ଓ ବୀମା ଟଙ୍କା ଏ ପର୍ଯ୍ୟନ୍ତ ପାଇ ନାହାନ୍ତି ପଦ୍ମପୁର ଚାଷୀ। ଉପନିର୍ବାଚନ ବେଳେ ମିଳିଥିଲା ପ୍ରତିଶ୍ରୁତି। ହେଲେ ସବୁ ଚାଷୀ ଙ୍କୁ ଦେଲନି ଟଙ୍କା । ୭୨ ହଜାର ହେକ୍ଟର ଜମି ରେ ଫସଲ ନଷ୍ଟ ହେଲା। ଅନେକ ଆନ୍ଦୋଳନ ପରେ  ଚାଷୀଙ୍କ ପାଇଁ ଆସିଲା ୫୨ କୋଟିର ସହାୟତା । ହେଲେ ଅଭିଯୋଗ ୭ କୋଟି ସିନା ଫେରିଗଲା ହେଲେ ସବୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିଲାନି ସହାୟତା। ସେମିତି ବୀମା ରାଶି ଟଙ୍କା ଦେବାରେ ବି ଟାଳଟୁଳ ନୀତି କଲା ପ୍ରଶାସନ। ମଣ୍ଡି ଭିତ୍ତିଭୂମି ସଜଡ଼ା ହେଲାନି କି କଟନି ଛଟ୍ ନି ରୁ ଚାଷୀଙ୍କୁ  ମିଳିଲାନି ତ୍ରାହି। ଏହା ସାଙ୍ଗକୁ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦାବି ନେଇ 2022 ମସିହା ନଭେମ୍ବର 1ତାରିଖରୁ ଆରମ୍ଭ ହୋଇଥିଲା ଚାଷୀ ଆନ୍ଦୋଳନ। ସେତେବେଳେ ପଡ଼ିଥିଲା ପଦ୍ମପୁର ଉପନିର୍ବାଚନ। ଦାବି ପୂରଣ ନେଇ ସେତେବେଳେ ଶାସକ ଦଳ ଦେଲା ପ୍ରତିଶ୍ରୁତି କିନ୍ତୁ ଭୋଟ୍ ସରିବା ପରେ ସବୁ ଭୁଲିଗଲେ ସରକାର । ଏଣୁ ବଡ଼ ସମାବେଶ କରି ସରକାରଙ୍କୁ ଜବାବ ଦେବାକୁ ସଜ ହୋଇଛି କୃଷକ ସଂଗଠନ। 

ସେପଟେ ଚାଷୀ ମାରଣ ନୀତି ବିରୋଧରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା। ମଣ୍ଡି ସମସ୍ୟା ନେଇ ଡିଏଲପିସି ବୈଠକରେ ପ୍ରଶ୍ନ ଉଠାଇଥିଲେ ରେଙ୍ଗାଲି ବିଧାୟକ ନାଉରୀ ନାଏକ। କିନ୍ତୁ କୌଣସି ସମସ୍ୟା ନ ଥିବା କହି ପ୍ରସଙ୍ଗ ଏଡ଼ାଇ ଯାଇଥିଲେ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ। ରୋହିତ ଶସ୍ତା ରାଜନୀତି କରୁଥିବା ଅଭିଯୋଗ ଆଣି ସୋହେଲା ସମାବେଶରେ ସରକାର ଘୋଷଣା କରିଥିବା 100 ଟଙ୍କା ବୋନସ ଏଯାଏଁ କାହିଁକି ଚାଷୀଙ୍କୁ ମିଳିନାହିଁ ବୋଲି ପ୍ରଶ୍ନ କରିଛି ବିଜେପି କୃଷକ ମୋର୍ଚ୍ଚା।

ଓଡିଶା ଖବର ଆହୁରି ପଢନ୍ତୁ

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ