ପ୍ୟାରେଣ୍ଟସ ହେବାକୁ ଯାଉଛନ୍ତି ବରୁଣ-ନତାଶା
by Argus News
Mon, Feb 19 | 6:58 p.m.

ଅର୍ଗସ ବ୍ୟୁରୋ: ବଲିଉଡର ଲୋକପ୍ରିୟ ଅଭିନେତା ବରୁଣ ଧଓ୍ବନ ବହୁତ ଦିନ ପରେ ଏକ ପୋଷ୍ଟ ଶେୟାର କରିଛନ୍ତି। ଏହି ପୋଷ୍ଟ ଶେୟାର କରି ବରୁଣ ଲେଖିଛନ୍ତି ଆମେ ଖୁବଶୀଘ୍ର ପ୍ୟାରେଣ୍ଟସ ହେବାକୁ ଯାଉଛୁ। ବରୁଣ ଧଓ୍ବନ ଏବଂ ନତାଶା ଦଲାଲ ଖୁବଶୀଘ୍ର ମାତାପିତା ହେବେ। ବରୁଣ ଏହି ପୋଷ୍ଟରେ ନତାଶାଙ୍କ ବେବିବମ୍ପକୁ ଚୁମ୍ବନ ଦେଉଛନ୍ତି। ଆଉ କହିଛନ୍ତି ଓ୍ବି ଆର ପ୍ରେଗନେଣ୍ଟ। ଆମକୁ କେବଳ ତୁମମାନଙ୍କ ପ୍ରେମ ଏବଂ ପ୍ରାର୍ଥନା ଦରକାର। 

ସୂଚନା ଥାଉ କି, ବରୁଣ-ନତାଶା ୨୦୨୧ ମସିହା ଜାନୁୟାରୀ ୨୪ରେ ବିବାହ କରିଥିଲେ। ବିବାହର ୩ବର୍ଷ ପରେ ଏହି ସୁନ୍ଦର ଯୋଡ଼ି ନିଜ ପ୍ରଥମ ସନ୍ତାନଙ୍କୁ ସ୍ବାଗତ କରିବାକୁ ଯାଉଛନ୍ତି। ଏହି ଖବର ଶେୟାର ହେବାପରେ ସୋମବାର ମୁମ୍ବାଇ ଏୟାରପୋର୍ଟରେ ଉଭୟ କପଲଙ୍କୁ ସ୍ପଟ କରାଯାଇଛି। ଦୁଇ ଜଣଙ୍କୁ ଏୟାରପୋର୍ଟ କାଜୁଆଲ ଲୁକରେ ଦେଖାଯାଇଥିଲା। କପଲଙ୍କ ପ୍ୟାରେଣ୍ଟ ହେବା ଖବରର ଗୋଟିଏଦିନ ପରେ ଏୟାରପୋର୍ଟରେ ଉଭୟଙ୍କୁ ଫ୍ୟାନ୍ସମାନେ ଦେଖିବା ଏକ ବଡ଼ ଉପହାର। ନତାଶାଙ୍କ ବେବିବମ୍ପ ମଧ୍ୟ ନଜର ଆସିଥିଲା। ନତାଶା କଳା ଟପ ସହିତ ଏକ ପ୍ୟାଣ୍ଟ ଏବଂ କ୍ରିମ କଲର କୋର୍ଟ ପିନ୍ଧିଥିଲେ। 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ