ପୋଲିସ ହାତରେ ସୁନା ଚୋର, ୫ଟି ସୁନା ଚେନ୍ ସହ ଜଣେ ଗିରଫ
by Argus News
Thu, Apr 04 | 8:04 a.m.

ଅର୍ଗସ ବ୍ୟୁରୋ : ବାସୁଦେବପୁର ବଜାରରେ ଥିବା ପିକେ ଜୁଏଲର୍ସରୁ ଲୁଟ ଘଟଣାର ଜଣକୁ ଗିରଫ କରି କୋର୍ଟ ଚାଲାଣ କଲା ବାସୁଦେବପୁର ପୋଲିସ । ଏଥି ସହ ତାର ନିକଟରୁ ୫ଟି ସୁନା ଚେନ ଜବଦ କରିଥିବା ନେଇ ଆଜି ସୂଚନା ଦେଇଛି ପୋଲିସ ।  ଯାହାର ଆନୁମାନିକ ମୂଲ୍ୟ ୪ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଜଣାପଡିଛି । ଗତ କିଛି ଦିନ ତଳେ ବାସୁଦେବପୁର ବଜାରରେ ଥିବା ପିକେ ଜୁଏଲାର୍ସରୁ ଦିନ ଦିପ୍ରହରରେ ଲୁଟେରା ୧୨ଟି ସୁନା ଚେନ ଲୁଟି ନେଇଥିଲେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଏ ଖବର ପାଇବା ପରେ ପୋଲିସ ସିସି ଟିଭି ଆଧାରରେ ବିଭିନ ସ୍ଥାନରେ ଚଢ଼ାଉ କରିଥିଲା । ଶେଷରେ ନୂଆପଡା ଅଞ୍ଚଳକୁ ଲୁଟେରାକୁ କାବୁ କରିଥିଲା । ତେବେ ଜଣେ ଗିରଫ ହେଇଥିବା ବେଳେ ଅନ୍ୟ ଜଣେ ଫେରାର ଥିବା ପୋଲିସ ସୂଚନା ଦେଇଛି ।   ଗିରଫ ହେଇଥିବା ଲୁଟେରା ନୂଆପଡା ଅଂଚଳର ମୁସଲିମ ବାଘର ଜାଫ୍ରି ବୋଲି ଜଣାପଦିଛି । ତେବେ ଗିରଫ ପରେ ତାର ନିକଟରୁ ୫ଟି ସୁନା ଚେନକୁ ପୋଲିସ ସିଜ କରିଛି । 

ମାଓ ପ୍ରବଣ ଅଞ୍ଚଳରେ
29m ago
ମାଓ ପ୍ରବଣ ଅଞ୍ଚଳରେ ଗଞ୍ଜେଇ ଚାଷ କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠନ
ଅର୍ଗସ ବ୍ୟୁରୋ: ମାଓ ପ୍ରବଣ ଅଞ୍ଚଳରେ ଗଞ୍ଜେଇ ଚାଷ କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠନ। ଗଞ୍ଜେଇ ଚାଷ ଉପରେ ଅଙ୍କୁଶ ଲଗାଇ ମାଓବାଦୀଙ୍କ ଆୟ ଉପରେ ଲାଗିବ କଟକଣା। ଗଞ୍ଜେଇ ଚାଷ ବନ୍ଦ ହେଲ
ଉଚ୍ଚ ଜୁଆର
ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ
ଅର୍ଗସ ବ୍ୟୁରୋ: ଗଞ୍ଜାମରେ ଅଶାନ୍ତ ସମୁଦ୍ର। ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ। ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି
ରାଇବଣିଆ ଅଞ୍ଚଳରେ
ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ
ଅର୍ଗସ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତି ପଲର ଉପଦ୍ରବ। ଲୋକେ ଭୟଭୀତ ଅଛନ୍ତି। ସୂଚନା ଅନୁଯାୟୀ ଗତକାଲି ରାତିରେ ରାଇବଣିଆର ଲୁହାପଡ