ପାଣି ଟାଙ୍କି ଅଛି ହେଲେ ଲୋକଙ୍କ ଶୋଷ ମେଣ୍ଟାଉଛି ଚୁଆ
by Argus News
Mon, Jul 22 | 6:56 p.m.

ଅର୍ଗସ ବ୍ୟୁରୋ:  ଦୁର୍ଗମବାସୀଙ୍କୁ ବସୁଧା ଧୋକା। ପାଣି ଟାଙ୍କି ଅଛି ହେଲେ ଲୋକଙ୍କ ଶୋଷ ମେଣ୍ଟାଉଛି ଚୁଆ। ରାସ୍ତା ନଥିବାରୁ ଦହଗଞ୍ଜ ହେଉଛନ୍ତି ତଳ ଗୁରଟିବାସୀ। ରାୟଗଡାରୁ ୮ କିଲୋମିଟର ଅତିକ୍ରମ କରିବା ପରେ ହଲୁଆ ପଞ୍ଚାୟତରେ ପଡେ ତଳ ଗୁରଟି ଗାଁ। ଜଙ୍ଗଲ ପାହାଡର ସ ବୁଜ ବନାନୀ ମଧ୍ୟରେ ରହିଛି ତଳଗୁରଟି । ହେଲେ ସରକାରଙ୍କ ସ ବୁ ଯୋଜନା ଏଠାରେ ଅପହଞ୍ଚ ।  ବର୍ଷବର୍ଷ ଧରି ଗାଁ କୁ ପକା ରାସ୍ତା ସଂଯୋଗ ହୋଇ ନଥିବା କାରଣରୁ ଗ୍ରାମବାସୀ ଗମନାଗମନ ଠାରୁ ଆରମ୍ଭ କରି ଶିକ୍ଷା ଓ ସ୍ବାସ୍ଥ୍ୟ ଭଳି ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି।

ଗାଁରେ ପାନୀୟଜଳ ଯୋଗାଣ ଏକ ବଡ଼ ସମସ୍ୟା । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଏକ ସୋଲାର ଟାଙ୍କି ଲଗାଯାଇଥିଲା ଯାହା ଏବେ ଅଚଳ।  ଦୀର୍ଘ ୩ ବର୍ଷ ହେବ ପାଣି ଆସୁନାହିଁ,ଫଳରେ ତାହା ଏବେ ନଷ୍ଟ ହେବାକୁ ବସିଛି। ଗାଁ ଦାଣ୍ଡରେ ଗୋଟିଏ ମାତ୍ର ଟିୱେଲ ରହିଛି କିନ୍ତୁ ସେହି ପାଣି ପୁରା ଗାଁ ପାଇଁ ପର୍ଯ୍ୟାପ୍ତ ନୁହେଁ। ଫଳରେ ଗାଁ ଲୋକେ ପାଖରେ ଥିବା ଝରଣା ଏବଂ ଚୁଆରୁ ପାଣି ସଂଗ୍ରହ କରିବାକୁ ବାଧ୍ୟ ହେଉଛନ୍ତି। ପ୍ରତି ଦିନ ରାତି ପାହିଲେ ଗରା ମଠିଆ ଧରି ଜଙ୍ଗଲର ଅଙ୍କାବଙ୍କା ରାସ୍ତା ଦେଇ ଚୁଆ ପାଖକୁ ଯାଉଛନ୍ତି। ଆଉ କାହା ପାଇଁ ଝରଣାର ଗୋଳିଆ ପାଣି ସାଜିଛି ପାନୀୟ ଜଳ।ତଳ ଗୁରଟି ଗାଁରେ ୭୭ ପରିବାର ବସବାସ କରନ୍ତି। କିନ୍ତୁ ଅଳ୍ପ କେତେ ଘରକୁ ଆବାସ ଯୋଗାଇ ଦିଆଯାଇଛି। ସେଥିରୁ ବି ପ୍ରକୃତ ହିତାଧିକାରୀ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି।

ଦୀର୍ଘ ୨୪ ବର୍ଷ ବିଜେଡି ଶାସନ କାଳରେ ଗାଁ ଲୋକେ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହୋଇଛନ୍ତି। ଏବେ ନୂତନ ସରକାରରେ ସମସ୍ୟାର ସମାଧାନ କରିବେ ବୋଲି  ଦୃଢ଼ ଆଶା ବ୍ୟକ୍ତ କରିଛନ୍ତି ଗ୍ରାମବାସୀ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ଉଚ୍ଚ ଜୁଆର
6m ago
ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ
ଅର୍ଗସ ବ୍ୟୁରୋ: ଗଞ୍ଜାମରେ ଅଶାନ୍ତ ସମୁଦ୍ର। ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ। ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି
ରାଇବଣିଆ ଅଞ୍ଚଳରେ
9m ago
ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ
ଅର୍ଗସ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତି ପଲର ଉପଦ୍ରବ। ଲୋକେ ଭୟଭୀତ ଅଛନ୍ତି। ସୂଚନା ଅନୁଯାୟୀ ଗତକାଲି ରାତିରେ ରାଇବଣିଆର ଲୁହାପଡ
ଆଜିଠାରୁ ଏକମାସ
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ