ଫେଲ୍ ମାରିଛି ବସୁଧା ଯୋଜନା, ଡହଳବିକଳ ଦୁର୍ଗମବାସୀ
by Argus News
Mon, May 20 | 5:42 p.m.

ମୟୂରଭଞ୍ଜ:  ପାଣି ପାଇଁ ହା ହା କାର । ୫୦ପରିବାର ପାଇଁ ଗୋଟିଏ ନଳକୂପ, ସେ ବି ଖରା ଦିନେ ଦେଉଛି ଧୋକା । ଫେଲ୍ ମାରିଛି ବସୁଧା ଯୋଜନା । ପାଣି ପାଇଁ ଡହଳବିକଳ ହେଉଛନ୍ତି ଦୁର୍ଗମବାସୀ। । ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଗୋଲାମୁଣ୍ଡାକଟା ପଞ୍ଚାୟତର ଅସନା ହୁଡ଼ିସାହିର ଅଞ୍ଚଳରେ ଦେଖିବାକୁ ମିଳିଛି ପାଣି ସମସ୍ୟା । ଗାଁର ପାଣି ସମସ୍ୟା ଯୋଗୁଁ ଅତିଷ୍ଠ ଗ୍ରାମବାସୀ। ଗାଁରେ ପାନୀୟ ଜଳ ଯୋଗାଣ ପାଇଁ ସେଭଳି କିଛି ବ୍ୟବସ୍ଥା ନାହିଁ । ଫଳରେ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି ଅଞ୍ଚଳବାସୀ ।

ଗାଁରେ ରହୁଥିବା ୫୦ ପରିବାର ପାଇଁ ଗୋଟିଏ ନଳକୂପ ଅଛି । ମାତ୍ର ଖରାଦିନ ଆସିଲା ମାତ୍ରେ ଏଥିରେ ପାଣି ସମସ୍ୟା ଦେଖାଦିଏ । ଘଣ୍ଟାଘଣ୍ଟା ଅପେକ୍ଷା କଲେ ମିଳେ ମୁନ୍ଦାଏ ଗୋଳିଆ ପାଣି । ମାତ୍ର ପାନୀୟ ଜଳ ଯୋଗାଣର ସୁବିଧା ନଥିବାରୁ ଏହି ପାଣିକୁ ବାଧ୍ୟ ହୋଇ ଲୋକେ ବ୍ୟବହାର କରନ୍ତି । 

ବିଧାୟକ ସୁଦାମ ମାରାଣ୍ଡିଙ୍କ ନିର୍ବାଚନ ମଣ୍ଡଳି ଅଧିନରେ ଆସେ ଏହି ଗାଁ। ମାତ୍ର ବିଧାୟକ ଗଗାଁର ପାନୀୟ ଜଳ ସମସ୍ୟାର ସମାଧଆନ ପାଇଁ କିଛି ବ୍ୟବସ୍ଥା କରିନାହାନ୍ତି। ବାରମ୍ବାର ପାଣଇ ଯୋଗାଇବା ପାଇଁ ଦାବି ହୋଇ ଆସୁଥିବା ବେଳେ ମିଳୁଛି ଖାଲି ମିଛ ପ୍ରତିଶୃତି। ଶେଷରେ ନିରାସ ଗ୍ରାମବାସୀ ସରକାରଙ୍କ ଉପରୁ ଆସ୍ଥା ହରାଇ ନିର୍ବାଚନ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି। 

ଆହୁରି ପଢନ୍ତୁ ଓଡିଶା ଖବର...
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ