ସାବଧାନ! ଛୁଆଙ୍କ ଜୀବନ ନେଇପାରେ ଏ ଗରମ
by Argus News
Thu, Apr 18 | 3:12 p.m.

ଅର୍ଗସ ବ୍ୟୁରୋ: ଦିନକୁ ଦିନ ଅସମ୍ଭାଳ ଗରମ ହେଲାଣି ଯାହାକୁ ସହିବା ବି ଅସମ୍ଭବ ହୋଇଗଲାଣି। ଛୁଆଠୁ ବୁଢ଼ା ସମସ୍ତେ ଆକ୍ରାନ୍ତ ହେଉଛନ୍ତି। ମଣିଷ ଶରୀର ବି ଏକ ସାଧାରଣ ତାପମାତ୍ରା ପର୍ଯ୍ୟନ୍ତ ସହ୍ୟ କରିପାରିବ ତାଠାରୁ ଅଧିକ ହେଲେ ସ୍ବାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ। ତେବେ ହିଟ୍ ୱେଭ୍ ର ସବୁଠୁ ଅଧିକ ପ୍ରଭାବ ଛୁଆଙ୍କ ଉପରେ ପଡ଼ିଥାଏ। ଏଥିପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞ ମାନେ ସତର୍କ ସୂଚନା ବି ଦେଇସାରିଲେଣି। ତାଙ୍କ କହିବା ଅନୁଯାୟୀ ହିଟ୍ ୱେଭ୍ ର ସିଧାସଳଖ ପ୍ରଭାବ ଛୁଆଙ୍କ କିଡ଼ନୀ ଏବଂ ଯକୃତ ଉପରେ ପଡ଼ିଥାଏ ଯାହାଦ୍ବାରା ସେମାନେ ଭୟଙ୍କର ରୋଗର ଶୀକାର ହେଇଥାନ୍ତି ।

 

ଏହି ବଢୁଥିବା ଉତ୍ତାପ ପୃଥିବୀ ଉପରେ ବହୁତ ସାଙ୍ଘାତିକ ପ୍ରଭାବ ପକାଇପାରେ ବୋଲି ୟୁନିସେଫ ଚେତାବନୀ ଦେଇଛି। ଆଉ ଏହାର ସବୁଠାରୁ ଅଧିକ ପ୍ରଭାବ ପିଲାମାନଙ୍କ ସ୍ବାସ୍ଥ୍ୟ ଉପରେ ଦେଖାଯାଉଛି । କେବଳ ଏତିକି ନୁହେଁ ୨୦୨୪ ବର୍ଷଟି ସବୁଠାରୁ ଉତ୍ତପ୍ତ ବର୍ଷ ହେବ ବୋଲି ବିଶେଷଜ୍ଞ ମାନେ ପୂର୍ବାନୁମାନ କରିଛନ୍ତି । ତେବେ ଭାରତ ପାଇଁ ଏବେ ଏହା ଚିନ୍ତାର ବିଷୟ ପାଲଟିଯାଇଛି | କାରଣ ଦିନକୁ ଦିନ ଭାରତରେ ତାପମାତ୍ରାର ସ୍ତର ବୃଦ୍ଧି ପାଇବାକୁ ଲାଗୁଛି। ଉତ୍ତାପ ହେତୁ ସ୍ୱାସ୍ଥ୍ୟ ଉପରେ ହେଉଥିବା କୁପ୍ରଭାବକୁ କେଉଁଭଳି ନିୟନ୍ତ୍ରଣ କରାଯାଇପାରିବ ସେନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବିଶେଷଜ୍ଞଙ୍କ ସହ ଏକ ବୈଠକ କରି ରଣନୀତି ସ୍ଥିର କରିଛନ୍ତି।

 

ସମୟ ସହ ବଢୁଥିବା ଉତ୍ତାପ ଏବଂ ଶରୀର ଉପରେ ଏହାର ପ୍ରଭାବକୁ ରୋକିବା ପାଇଁ ଶରୀରକୁ ହାଇଡ୍ରେଟ ରଖିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ଡାକ୍ତର ମାନେ କହିଛନ୍ତି | ଶରୀରର ତାପମାତ୍ରା ଯେପରି ବୃଦ୍ଧି ନହେଉ ସେଥିପ୍ରତି ସଚେତନ ରହିବା ଉଚିତ୍ । ଛୋଟଛୁଆଙ୍କୁ ଯେତେ ସମ୍ଭବ ଖରାଠାରୁ ଦୂରେଇ ରଖନ୍ତୁ। ଏହା ବ୍ୟତୀତ, ଯେଉଁମାନଙ୍କର ମଧୁମେହ, କିଡନୀ-ଯକୃତ କିମ୍ବା ରକ୍ତଚାପ ଜନିତ ସମସ୍ୟା ରହିଛି, ସେମାନେ ଅଧିକରୁ ଅଧିକ ସତର୍କ ରହିବା ନିହାତି ଆବଶ୍ୟକ।

ଅଧିକ ପଢ଼ନ୍ତୁ ସ୍ବାସ୍ଥ୍ୟ ଖବର

ପ୍ରଧାନମନ୍ତ୍ରୀ
39m ago
ଆସନ୍ତା କାଲି ଦୁଇ ଦିନିଆ ନିର୍ବାଚନ ପ୍ରଚାରରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ
ଆସନ୍ତା କାଲି ଭୁବନେଶ୍ୱରରେ ରୋଡ ସୋରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ସନ୍ଧ୍ୟା ୬ ଟାରେ ରାଜ୍ୟ କାର୍ଯ୍ୟାଳୟରୁ ବାଣୀବିହାର ପର୍ଯ୍ୟନ୍ତ ରୋଡ ସୋ କରିବେ ମୋଦି ଆସନ୍ତ
ଧର୍ମେନ୍ଦ୍ର
41m ago
" ଲୋକଙ୍କୁ ଠକିଲେ ଲୋକମାନେ ହିଁ ଭାଙ୍ଗି ଦିଅନ୍ତି ସରକାର " - ଧର୍ମେନ୍ଦ୍ର
ଅର୍ଗସ ବ୍ୟୁରୋ : ନିର୍ବାଚନ ଫଳ ଆସିବା ପରେ ବିଜେଡିକୁ ଭାଙ୍ଗି ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ପରି ସରକାର ଗଠନ ଲାଗି ରଣନୀତି କରିଛି ବିଜେପି। ବରାଦି ସାମ୍ବାଦିକ ସମ୍ମିଳନୀରେ ବିଜେଡ
ଅଦ୍ରିଜା ସିଂହଦେଓ
53m ago
ମହିଳାଙ୍କୁ ନ୍ୟାୟ କଥା କହୁଥିବା ମୁଖ୍ୟମନ୍ତ୍ରୀଙ୍କୁ ଅଦ୍ରିଜା ସିଂହଦେଓଙ୍କ ପ୍ରଶ୍ନ
ଭୁବନେଶ୍ୱର: ନିର୍ବାଚନ ସମୟରେ ନ୍ୟାୟ ପାଇଁ ରାଜାଘର ବୋହୂର ନିବେଦନ । ଯୌତୁକ ନିର୍ଯାତନା ଦେଉଥିବା ଅଭିଯୋଗରେ ପୂର୍ବରୁ ଡେରାଡୁନ ପୋଲିସ ପାଖରେ ଅଭିଯୋଗ କରିଥିଲେ ଅର୍କେଶ ନାରାୟ