ସାବଧାନ ! ରାତିରେ ଫୁଟ୍ ପାଟ୍ରୋଲିଂ କରୁଛି କମିସନରେଟ ପୋଲିସ
by Argus News
Wed, Feb 07 | 8:21 a.m.

ଭୁବନେଶ୍ୱର: ବସ୍ତିରେ ଫୁଟ ପାଟ୍ରୋଲିଂ କଲେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ । ବିଭିନ୍ନ ଦିଗକୁ ନେଇ ବସ୍ତିର ଲୋକ ମାନଙ୍କ ସହ କଲେ ଆଲୋଚନା । କ୍ୟାପିଟାଲ ଥାନା ଅଞ୍ଚଳରେ ଥିବା ଫାଳିକିଆ ବସ୍ତି ଓ କେଦାର ପଲି ବସ୍ତି ବୁଲିଲେ ଭୁବନେଶ୍ୱର ଡିସିପି, ଏସିପି ଓ ଆଇଆଇସି । ୨ ପ୍ଲାଟୁନ ପୋଲିସ ଫୋର୍ସ ହୋଇଥିଲେ ମୁତୟନ । ସହରରେ  ବିଭିନ୍ନ ଅପରାଧ ଘଟାଇ ବସ୍ତି ରେ ଲୁଚି ଯାଉଛନ୍ତି ଅପରାଧୀ । ତାକୁ ଆଖି ଆଗରେ ରଖି ରାଜଧାନୀରେ ଥିବା ସମସ୍ତ ବସ୍ତିରେ ଫୁଟ ପାଟ୍ରୋଲି କରିବ କମିସନରେଟ ପୋଲିସ । 
 

ସେପଟେ ଦିନକୁ ଦନି ରାଜଧାନୀରେ ଅପରାଧ ବଢି ଚାଲିଛି । କେତେବେଳେ ଚେନ୍ ଚୋରି ତ କେତେବେଳେ ଆପାର୍ଟମେଣ୍ଟରେ ପସି ଚୋରି କରୁଛନ୍ତି ଦୂର୍ବୃତ୍ତ । ଏମିତି କି ଏବେ ରାଜଧାନୀରେ ରହିବାକୁ ଲୋକେ ଆଉ ସୁରକ୍ଷିତ ମନେ କରୁନାହାନ୍ତି । ସକାଳୁ ମର୍ଣ୍ଣିଂ ୱାକ୍ ହେଉ କି ଏକାକୀ ବଜାର ଯିବା ବେଳେ ଚୋରିକୁ ନେଇ ଲୋକଙ୍କ ମନରେ ଭୟ ରହୁଛି । କମିସନରେଟ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ସବୁବେଳେ ପ୍ରଶ୍ନ ଉଠୁଥିବାବେଳେ ଏବେ ଆକ୍ସନ ମୋଡରେ ପୋଲିସ । ଅନେକ ଅପରାଧୀ ବଡ ବଡ କାଣ୍ଡ ଭିଆଇ ବସ୍ତିରେ ଲୁଚୁଥିବାର ଖବର ମିଳୁଛି । ଫଳରେ କମିସନରେଟ ପୋଲିସ ଏବେ ବସ୍ତିରେ ପାଟ୍ରୋଲିଂ କରୁଥିବା ସୂଚନା ରହିଛି ।  

ଆହୁରି ପଢନ୍ତୁ ଅପରାଧ ଖବର...

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ