ଚାଲିଗଲେ ସୁନ୍ଦରୀ ବାଇକବାଲୀ ତାତ୍ୟାନା ଓଜୋଲିନା
by Argus News
Thu, Jul 25 | 2:34 p.m.

ଅର୍ଗସ ବ୍ୟୁରୋ : ଚାଲିଗଲେ ସୁନ୍ଦରୀ ବାଇକବାଲୀ ତାତ୍ୟାନା ଓଜୋଲିନା । ୩୮ ବର୍ଷ ବୟସରେ ବାଇକ ଦୁର୍ଘଟଣାରେ ତାଙ୍କର ଜୀବନ ଚାଲିଯାଇଛି । ଓଜୋଲିନା ହେଉଛନ୍ତି ଋଷିଆର ଫେମସ ବାଇକ ରାଇଡର ଏବଂ ସୋସିଆଲ ମିଡିଆ ଇନଫ୍ଲୁଏନସର । ସେ 'ମୋଟୋ ତାନ୍ୟା' ଭାବେ ସୋସିଆଲ ମିଡିଆରେ ପରିଚିତ । ବାଇକ ରାଇଡ କରିବାକୁ ପସନ୍ଦ କରନ୍ତି ଓଜୋଲିନା । ସେଦିନ ମୁଗଲାରୁ ବୋରୋଡମ ମଧ୍ୟରେ ଯାତ୍ରା କରୁଥିଲେ ଓଜୋଲିନା । ସେ ନିଜର ନାଲି ବିଏମଡବଲ୍ୟୁ S1000RR 2015 ଧରି ଯାଉଥିଲେ । ଏହି ସମୟରେ ଆଉ ଏକ ବାଇକ ଚଲାଳୀ ଗୋଷ୍ଠୀଙ୍କ ସହ ତାଙ୍କ ଗାଡିର ଧକ୍କା ହୋଇଥିଲା । ସେମାନେ ହଠାତ୍ ବ୍ରେକ ମାରିଥିଲେ, କିନ୍ତୁ ମିସେସ ଓଜୋଲିନା ନିଜକୁ କଣ୍ଟ୍ରୋଲ କରିପାରିନଥିଲେ । ଏବଂ ସେହିଠାରେ ସେ ଏକ ଟ୍ରକ ସହ ନିଜ ଗାଡିକୁ ପିଟି ଦେଇଥିଲେ । ଆମ୍ବୁଲାନ୍ସ ସେଠାରେ ପହଞ୍ଚିବା ପୂର୍ବରୁ ହିଁ ତାଙ୍କର ସମୃତ୍ୟୁ ହୋଇ ଯାଇଥିଲା । 

ଅଧିକ ପଢନ୍ତୁ ବିଦେଶ ଖବର

ମିସେସ ଓଜୋଲିନା ଜଣେ ବ୍ଲଗର ଅଟନ୍ତି । ତାଙ୍କର ଇନଷ୍ଟାଗ୍ରାମରେ ୧ ମିଲିଅନ ଫଲୋର୍ସ ଥିବାବେଳେ ୟୁଟ୍ୟୁବରେ ୨ ମିଲିଅନ ଫଲୋର୍ସ ଅଟନ୍ତି । ସେ ବିବାହିତା, ଏବଂ ତାଙ୍କର ୧୩ ବର୍ଷର ପୁଅଟିଏ ମଧ୍ୟ ଅଛି। ତାଙ୍କର ମୃତ୍ୟୁ ଖବର ପରେ ସ୍ବଧ ହୋଇଯାଇଛନ୍ତି ପରିବାର । ତାଙ୍କର ମୃତ୍ୟୁକୁ ନେଇ ମୋଟୋମସ୍କୋର ହେଡ୍ ଆଣ୍ଡ୍ରେଇ ଲାଭାନୋଭ କହିଛନ୍ତି , ସେ ଏବେ ମୋ ସହ ନାହାନ୍ତି, କିନ୍ତୁ ତାଙ୍କର ଏକ ସୁନ୍ଦର ଜୀବନଶୈଳୀ ଥିଲା । ତାଙ୍କୁ ମିଲିଅନ ଲୋକେ ଫଲୋ କରୁଛନ୍ତି । ଦୂନିଆରେ ଏପରି କୌଣସି ମଟର ବାଇକ ନାହିଁ, ଯାହାକୁ ଚଲାଇବାରେ ଅକ୍ଷମ ଓଜୋଲିନା । 

ରାପିଡ ରେଲ୍
7m ago
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
8m ago
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
51m ago
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା