ମୋଦିଙ୍କ ଗସ୍ତ ପୂର୍ବରୁ ଓଡ଼ିଶାକୁ ଫ୍ଲାଗସିପ ଟ୍ରେନର 3ଟା ଭେଟି
by Argus News
Sun, Sep 15 | 7:09 p.m.

ଅର୍ଗସ ବ୍ୟୁରୋ:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶାଗସ୍ତ ପୂର୍ବରୁ ଓଡିଶାବାସୀଙ୍କୁ ବଡ ଉପହାର। ରାଜ୍ୟବାସୀଙ୍କୁ 3 ବନ୍ଦେ ଭାରତ ଏକ୍ସପ୍ରେସ ଭେଟି ଦେଇଛନ୍ତି ମୋଦି ସରକାର । ବ୍ରହ୍ମପୁରରୁ ଟାଟାନଗର, ରାଉରକେଲାରୁ-ହାୱଡ଼ା ଓ ରାୟପୁର-ବିଶାଖାପାଟଣା ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ୍ । ଝାଡ଼ଖଣ୍ଡରୁ ଗ୍ରୀନ୍ ସିଗନାଲ୍ ଦେଖାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟାଟାନଗରରେ ରେଳମନ୍ତ୍ରୀଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ଏହି 3 ଟ୍ରେନ୍ ସହ ମୋଟ 6 ବନ୍ଦେ ଭାରତ ଟ୍ରେନର କରିଛନ୍ତି ଶୁଭ ଉଦଘାଟନ। ଏହି ବନ୍ଦେ ଭାରତ ଏକ୍ସପ୍ରେସ ଆସିବା ଦ୍ବାରା ପୂର୍ବ ଭାରତ ବିକାଶ ନାଁରେ ରେଲଓ୍ବେର ବିକାଶ ହୋଇଛି । ମୋଦି ସରକାରରେ ବେଶ ଗୁରୁତ୍ବ ଦିଆଯାଇଛି ପୂର୍ବ ଭାରତକୁ । ବ୍ରହ୍ମପୁରରେ ଉଦଘାଟନ ସମାରୋହରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ସହିତ ଥିଲେ ପରିବହନ ମନ୍ତ୍ରୀ ବିଭୁତି ଜେନା, ଏମଏସଏମଇ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ। ଗଞ୍ଜାମର ସମସ୍ତ ବିଧାୟକ ଓ ସାଂସଦ ମଧ୍ୟ ସାମିଲ ହୋଇଥିଲେ। ବନ୍ଦେ ଭାରତ ଟ୍ରେନରେ ମୁଖ୍ୟମନ୍ତ୍ରୀ ବ୍ରହ୍ମପୁରରୁ ଭୁବନେଶ୍ବର ପର୍ଯ୍ୟନ୍ତ ଯାତ୍ରା କରିଥିଲେ।

ବନ୍ଦେ ଭାରତ ଏକ୍ସପ୍ରେସକୁ ବିଭିନ୍ନ ଷ୍ଟେସନରେ ବିପୁଳ ସ୍ବାଗତ କରାଯାଇଥିଲା।  ବାଲୁଗାଁରେ ସ୍ବାଗତ କରିଥିଲେ ଆଇନମନ୍ତ୍ରୀ ପୃଥ୍ବିରାଜ ହରିଚନ୍ଦନ । ଖୋର୍ଦ୍ଧାରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଭୁବନେଶ୍ବରରେ ସ୍ବାଗତ କରିଥିଲେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଓ ସାଂସଦ ଅପରାଜିତା ଷଡଙ୍ଗୀ । କଟକରେ ସାଂସଦ ଭର୍ତ୍ତୃହରି ମହତାବ, ଜଖପୁରାରେ ସମବାୟ ମନ୍ତ୍ରୀ ପ୍ରଦୀପ ଧଳ ସାମନ୍ତ, ଯାଜପୁର ସାଂସଦ ରବିନ୍ଦ୍ର ବେହେରା, ହରିଚନ୍ଦନପୁରରେ ତେଲକୋଇ ବିଧାୟକ ଫକୀର ମୋହନ ନାୟକ ଏବଂ କେନ୍ଦୁଝରରେ ସାଂସଦ ଅନନ୍ତ ନାୟକ ପ୍ରମୁଖ ବନ୍ଦେ ଭାରତ ଏକ୍ସପ୍ରେସକୁ ସ୍ବାଗତ କରିଛନ୍ତି   

ରାଉରକେଲା-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍ ରାଉରକେଲାରୁ ବାହାରି ଚକ୍ରଧରପୁର, ଟାଟାନଗର ଖଡ଼ଗପୁର ହୋଇ ହାୱଡାରେ ପହଞ୍ଚିବାର କାର୍ଯ୍ୟସୂଚୀ ରହିଛି । ଏହି ଯାତ୍ରା ପାଇଁ ସମୟ ଲାଗୁଛି ମାତ୍ର 4ରୁ 5 ଘଣ୍ଟା । ରାୟପୁର-ବିଶାଖାପାଟଣା ଏକ୍ସପ୍ରେସ୍ ବିଶାଖାପଟନମରୁ ବାହାରି ବିଜୟନଗରମ୍-ରାୟଗଡା-କେସିଙ୍ଗା-ଟିଟିଲାଗଡ-କଣ୍ଟାବାଞ୍ଜି-ଖରିଆରରୋଡ-ମହାସମୁନ୍ଦ-ବାଟ ଦେଇ ରାୟପୁରରେ ପହଞ୍ଚିବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି । ସେହିଭଳି ବ୍ରହ୍ମପୁରରୁ ଟାଟାନଗର ଏକ୍ସପ୍ରେସ୍ ବ୍ରହ୍ମପୁରରୁ ଟ୍ରେନ୍ ବାହାରି ବାଲୁଗାଁ-ଖୋର୍ଦ୍ଧା ରୋଡ଼ ଭୁବନେଶ୍ବର କଟକ, ଜଖପୁରା, ହରିଚନ୍ଦନପୁର, କେନ୍ଦୁଝରଗଡ, ବଂଶପାଲ, ଚାଇବସା ଦେଇ ଟାଟାନଗରରେ ପହଞ୍ଚିବାର କାର୍ଯ୍ୟସୂଚୀ ରହିଛି । ମାତ୍ର 8ରୁ 9 ଘଣ୍ଟାରେ 586 କିମି ଅତିକ୍ରମ କରୁଛି ବନ୍ଦେ ଭାରତ ଏକ୍ସପ୍ରେସ୍ । ସପ୍ତାହରେ 6 ଦିନ ଏହି ଟ୍ରେନ ଚାଲିବ।

ପୂର୍ବରୁ ୟୁପିଏ ସମୟରେ ରାଜ୍ୟ ଯେତିକି ମାଗୁଥିଲା ତାଠୁ କମ୍ ମିଳୁଥିଲା ଏବେ କିନ୍ତୁ ମାଗିବାଠାରୁ ମିଳୁଛି ଅଧିକ ଅନୁଦାନ।...ୟୁପିଏ ସରକାର ସମୟରେ 10ବର୍ଷରେ ହାରାହାରି ମିଳିଥିଲା 838 କୋଟି ଟଙ୍କା । ମୋଦି ସରକାରରେ କେବଳ 2024-25ରେ ଓଡିଶାକୁ ମିଳିଥିଲା 10586 କୋଟି ଟଙ୍କା । ଏନଡିଏ ସରକାର ସମୟରେ ଏହା 12 ଗୁଣା ଅଧିକ। ସେହିପରି ୟୁପିଏ ସରକାର ଅମଳରେ 2009ରୁ 2014 ମଧ୍ୟରେ ବର୍ଷକୁ ହାରାହାରି 53 କିଲୋମିଟର ନୂଆ ରେଲଓ୍ବେ ଟ୍ରାକ ନିର୍ମାଣ ହେଉଥିଲା । କିନ୍ତୁ ଏନଡିଏ ସରକାର ଅମଳରେ 2014ରୁ 2024 ମଧ୍ୟରେ ବର୍ଷକୁ 183 କିଲୋମିଟର ରେଲଓ୍ବେ ଟ୍ରାକ ନିର୍ମାଣ ହେଉଛି । 

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

ବାଲେଶ୍ବର ବନ୍ୟା
12m ago
ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା,ଉଦ୍ଧାର କାର୍ଯ୍ୟ ଜାରି
ଅର୍ଗସ ବ୍ୟୁରୋ:ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ୫୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି ୪ହଜାର ୫୦
ଅଙ୍କିତା
43m ago
ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା
ଭୁବନେଶ୍ୱର: ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା । ସାମ୍ନାକୁ ଆସିଲା ଭରତପୁର ପୋଲିସର ତାଲିବାନୀ ଅତ୍ୟାଚାର । ପୋଲିସର ଅକଥନୀୟ ଅତ୍ୟାଚାର କଥା କହିଲେ ମେଜରଙ୍
ମମିତା ମେହେର
48m ago
ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ ?
ଭୁବନେଶ୍ୱର: ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ । ପୂର୍ବତନ ସାଂସଦ ସୁଜିତ କୁମାରଙ୍କ ବୟାନ ପରେ ଜୋର ଧରିଛି ଏ ଦାବି । ସେପଟେ ମମିତାଙ୍କ ଦୋଷୀଙ୍କ