ବିଜେଡି ବାଇକ୍ ରାଲି ହେଲା କାଳ, ଦୁର୍ଘଟଣା ଘଟି ଦୁଇ ଜଣଙ୍କ ମୃତ୍ୟୁ
by Argus News
Thu, Apr 18 | 3:09 p.m.

ଅର୍ଗସ ବ୍ୟୁରୋ : ବିଜେଡି ବାଇକ୍ ରାଲିରୁ ଫେରିବାବେଳେ ବ୍ରହ୍ମପୁର ଗୋଳନ୍ଥରାରେ ଦୁର୍ଘଟଣା ଘଟି ଦୁଇ ଜଣଙ୍କ ମୃତ୍ୟୁ ଘଟଣା । ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ମୃତକଙ୍କ ପରିବାର ପକ୍ଷରୁ ଗୋଳନ୍ଥରାଠାରେ ୧୬ ନଂ ଏନଏଚ୍ ଅବରୋଧ କରାଯାଇଛି । 

ଗତକାଲି କନିସି-ତୁଳୁ ରାସ୍ତା ଦାସପୁର ଛକ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲାବେଳେ ୨ ଜଣ ଗୁରୁତର ହୋଇଥିଲେ । ମୃତକ ଗୋଳନ୍ଥରା ହରିଜନ ସାହିର ରୋହିତ ଦାସ ଓ କାଳିଆ ଦାସ । ଗୁରୁତର ଗୁଣୁପୁର ଗାଁର କୈଳାଶ ଚନ୍ଦ୍ର ସାହୁ ଓ ଗୋଳନ୍ଥରା ଗାଁର ସନ୍ତୋଷ ଦାସ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ବ୍ରହ୍ମପୁର ବଡ଼ ମେଡିକାଲରେ ଗୁରୁତର ସନ୍ତୋଷଙ୍କ ଚିକିତ୍ସା ଚାଲିଥିବାବେଳେ ଅନ୍ୟ ଜଣେ ଗୁରୁତର କୈଳାଶଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି । ଗୋଳନ୍ଥରା ଗାଁର ରୋହିତ ଦାସ, ସନ୍ତୋଷ ଦାସ ଓ କାଳିଆ ଦାସ ବିଜେଡ଼ି ରାଲିରେ ସାମିଲ ରହି ମାର୍କଣ୍ଡିରୁ ମୋଟର ସାଇକେଲ ଯୋଗେ ଫେରୁଥିବାବେଳେ ଦୁର୍ଘଟଣାର ଶିକାର ହୋଇଥିଲେ ।

REPOLLING
26m ago
କଣ୍ଟାମାଳ: ବୁଥ ନମ୍ବର 26 ଓ 28ରେ ହେବ ପୁନଃ ମତଦାନ
ଅର୍ଗସ ବ୍ୟୁରୋ: କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଥ ନମ୍ବର 26 ଓ 28ରେ ହେବ ପୁନଃ ମତଦାନ । ଆସନ୍ତାକାଲି ପୁନର୍ବାର ମତଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନର
DEAD BODY
29m ago
ମୃତଦେହକୁ ନେଇ ରାଜନୀତି କରୁଛି ବିଜୁ ଜନତା ଦଳ
ଅର୍ଗସ ବ୍ୟୁରୋ: ସମ୍ବଲପୁରରେ ସାମ୍ନାକୁ ଆସିଲା ବିଜେଡିର ହୀନ ରାଜନୀତି । ମୃତଦେହକୁ ନେଇ ରାଜନୀତି କରୁଛି ବିଜୁ ଜନତା ଦଳ। ମୃତକଙ୍କ ନାଁରେ ମିଛ ପ୍ରଚାର କରି ବିରୋଧୀ ଦଳକୁ ବଦନା
RUBEN BANERJEE
33m ago
ପାଣ୍ଡିଆନ ବିଜେଡିର ନୁହେଁ ବରଂ ବିଜେପିର ଷ୍ଟାର କ୍ୟାମ୍ପେନର: ରୁବେନ୍ ବାନାର୍ଜୀ
ଅର୍ଗସ ବ୍ୟୁରୋ: ବିଜୁ ଜନତା ଦଳର ନେତା ଭି. କେ ପାଣ୍ଡିଆନ ନିଜ ଦଳ ବିଜେଡିର ନୁହେଁ ବରଂ ବିଜେପିର ଷ୍ଟାର କ୍ୟାମ୍ପେନର। ଅର୍ଗସକୁ ଏକ୍ସକ୍ଲୁସିଭ୍ ସାକ୍ଷାତକାରକୁ ଏକଥା କହିଛନ୍ତି ବରିଷ୍