ବନ୍ତ ବଜାରରେ ପୋଲିସ୍ ଜନତା ହାତାହାତି, ପୋଲିସ ମାଡ଼ରେ ଏକାଧିକ ଆହତ
by Argus News
Thu, Feb 08 | 2:46 p.m.

ଅର୍ଗସ ବ୍ୟୁରୋ : ଆନନ୍ଦପୁର ଭଦ୍ରକ ରାସ୍ତାର ଶ୍ରୀବନ୍ତପୁର ତାରିଣୀ ମନ୍ଦିର ନିକଟରେ ଏକ ବାଲି ବୋଝେଇ ହାଇୱା ଧକ୍କାରେ ଜଣେ ସ୍କୁଲ ଛାତ୍ର ଆହତ ହୋଇଥିବା ବେଳେ ବାଲି ବୋଝେଇ ହାଇୱାଟି ଘଟଣା ସ୍ଥଳରୁ ଖସି ପଳାଇ ଆସୁଥିଲା ଗାଡ଼ିକୁ ପଛ କରି ଆହତଙ୍କ ସମ୍ପର୍କୀୟ ବନ୍ତ ବଜାରରେ ପହଞ୍ଚି ଥିଲେ I ଏହି ସମୟରେ କିଛି ଲୋକ କଣ ହୋଇଛି ପଚାରିବା ସହ ଦୁର୍ଘଟଣା ଘଟାଇ ଥିବା ହାଇୱାକୁ ଅଟକାଇ ଥିଲା ବେଳେ ଘଟଣା ସ୍ଥଳରେ ଉତ୍ତେଜନା ଆରମ୍ଭ ହୋଇଥିଲା । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଖବର ପାଇ ବନ୍ତ ପୋଲିସ୍ ଉତ୍ତେଜନା ସ୍ଥଳ ଥାନା ଛକରେ ପହଞ୍ଚି ଥିବା ବେଳେ ପୋଲିସ୍ ଉପସ୍ଥିତ ଲୋକଙ୍କ ସହ ପାଟିତୁଣ୍ଡ ଆରମ୍ଭ ହୋଇଥିଲା । ନୋ ଏଣ୍ଟ୍ରି ସମୟରେ କାହିଁକି ହାଇୱା ଆସିଥିଲା ବୋଲି ଲୋକେ ପୋଲିସକୁ ପ୍ରଶ୍ନ କରିଥିଲେ ଯାହାକୁ ନେଇ ପୋଲିସ ଏବଂ ସ୍ଥାନୀୟ ଲୋକଙ୍କ ସହ ଉତ୍ତେଜନା ବୃଦ୍ଧି ପାଇଥିଲା ଫଳରେ ପୋଲିସ୍ କର୍ମଚାରୀ ମାନେ ହଠାତ୍ ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିଥିଲେ ।

ତେବେ ବାଲି ଗାଡ଼ି ସକାଳ ୬ଟା ଠାରୁ ରାତ୍ରୀ ୧୦ଘଟିକା ପର୍ଯ୍ୟନ୍ତ ବନ୍ତ ବଜାର ଦେଇ ଚଳାଚଳ ନିଷେଧ ଥିବା ବେଳେ କିପରି ଗାଡ଼ିଟି ଶ୍ରିବନ୍ତପୁର ନିକଟରେ ହେଉଥିବା ନୋ ଏଣ୍ଟ୍ରି ନିକଟରୁ ଖସି ଦୁର୍ଘଟଣା ଘଟାଇ ଖସି ପଳାଇ ଆସିଲା ତାକୁ ନେଇ ଏବେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଚି ।

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ