ଭରତପୁର ମାମଲା:ବିଚାର ବିଭାଗୀୟ ତଦନ୍ତ ଆରମ୍ଭ,ଆଜିଠାରୁ ସତ୍ୟପାଠ ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି
by Argus News
Tue, Oct 01 | 8:28 a.m.


ଅର୍ଗସ ବ୍ୟୁରୋ:ଭୁବନେଶ୍ବର ଭରତପୁର ଥାନା ମାମଲାର ବିଚାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଥିବାବେଳେ ସତ୍ୟପାଠ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି । ୨୧ ଦିନ ଯାଏଁ ଗ୍ରହଣ ହେବ ସତ୍ୟପାଠ।ଘଟଣା ସଂପର୍କରେ ଯିଏ ଜାଣିଥିବେ ବା କହିବାକୁ ଚାହୁଁଥିବେ, ସତ୍ୟପାଠ ଦେବେ। ସତ୍ୟପାଠ ଆସିବା ପରେ ତାକୁ ଯାଞ୍ଚ କରାଯାଇ ତଦନ୍ତ ଆଗେଇବ। ସତ୍ୟପାଠ ଯାଞ୍ଚ ପରେ ସାକ୍ଷ୍ୟଗ୍ରହଣ ଆରମ୍ଭ କରାଯିବ ବୋଲି ତଦନ୍ତ କମିଶନଙ୍କ ସଚିବ କହିଛନ୍ତି।ସେପଟେ ଗୁଜରାଟ ଗାନ୍ଧୀନଗରରେ ପୋଲିସ ଅଧିକାରୀଙ୍କ ଚାଲିଛି ମିଛ ଧରା ପରୀକ୍ଷା ।ଆଗୁଆ ଜାମିନ ପାଇଁ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି ୫ ପୋଲିସ କର୍ମଚାରୀ । ସେ ଆହୁରି କହିଛନ୍ତି, ଘଟଣାରେ ନିଲମ୍ବିତ ପୁଲିସ ଅଧିକାରୀଙ୍କୁ ପଚରାଉଚରା କରାଯିବ। ଅନ୍ୟ ପକ୍ଷମାନଙ୍କୁ କମିଶନରେ ହାଜର ପାଇଁ ସମନ କରାଯିବ। ସାକ୍ଷ୍ୟଗ୍ରହଣ, ତଦନ୍ତ ପରେ ସରକାରଙ୍କୁ ରିପୋର୍ଟ ଦିଆଯିବ।ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନ ମାମଲାରେ ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

SPEED 10
7m ago
Speed 10 : ଆଜିର ସବୁଠୁ ଗୁରୁତ୍ଵପୂର୍ଣ୍ଣ ଖବର
ଅର୍ଗସ ବ୍ୟୁରୋ : ଶ୍ରୀମନ୍ଦିରରେ ରୋଷେଇରେ ଲୁହା କଡ଼େଇ ବ୍ୟବହାର ନେଇ କାର୍ଯ୍ୟାନୁଷ୍ଠାନ : ୩ ସୁପକାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ଶ୍ରୀମନ୍ଦିର ପ୍ରଶାସନ, ଶ୍ରୀମନ୍ଦିର ପରିସ
AMERICA
13m ago
ଇସ୍ରାଏଲକୁ ସାହାଯ୍ୟ କରିବ ଆମେରିକା ! ଚିନ୍ତାରେ ବିଶ୍ଵ ସମୂହ
ଅର୍ଗସ ବ୍ୟୁରୋ: ମଧ୍ୟ ପ୍ରାଚ୍ୟରେ ଚାଲିଛି ଘମାଘୋଟ ଯୁଦ୍ଧ । ହିଜବୁଲ୍ଲା ଉପରେ ଭୟଙ୍କର ଆକ୍ରମଣ କରୁଛି ଇସ୍ରାଏଲ । ଏହାରି ଭିତରେ ଆମେରିକା ମଧ୍ୟ ଇସ୍ରାଏଲକୁ ଖୋଲା ସମର୍ଥନ ଦେବା ସହି
CHILIKA
17m ago
ଶୁଖିଗଲାଣି ଚିଲିକା : ଚିନ୍ତାରେ ମତ୍ସଜୀବୀ
ଅର୍ଗସ ବ୍ୟୁରୋ: ଚିଲିକା । ନାଁ ଶୁଣିବା ମାତ୍ରେ ମନରେ ଛନକା ପଶେ । ପିଲାବେଳୁ ଆମେ ସମସ୍ତେ ପଢିଛନ୍ତି କି ଅକାତ ପାଣି ସେ ଗଣ୍ଡରେ କାଳିଯାଈ ତା ନାଁ । ହେଲେ ସମୟକ୍ରମେ ବଦଳିଯାଇଛ